କାମାକ୍ଷାନଗର :୦୯/୦୬/୨୫ ;
ଢେଙ୍କାନାଳ ଜିଲ୍ଲା ହଂସି (ବୁଣାକାର ) ମହାସଂଘ ତରଫରୁ ମହାସଭା ନିମନ୍ତେ ପ୍ରସ୍ତୁତି ବୈଠକ ।
ଢେଙ୍କାନାଳ ଜିଲ୍ଲା ହଂସି (ବୁଣାକାର ) ମହାସଂଘ ତରଫରୁ ଆସନ୍ତା ୨୦୨୬ ମସିହା ମହାସଭା ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଜିରାଳ ଗ୍ରାମ ସ୍ଥିତ କଲ୍ୟାଣମଣ୍ଡପ ଠାରେ ଜିଲ୍ଲା ସଭାପତି ବିଜୟ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରତି ଚାରିବର୍ଷ ରେ ହଂସି (ବୁଣାକାର ) ସମାଜ ତରଫରୁ ମହାସଭା ବୈଠକ ଅନୁଷ୍ଠିତ କରାଯାଏ l ତେଣୁ ଏହି ପରିପ୍ରେକ୍ଷୀରେ ଆସନ୍ତାବର୍ଷ ମହାସଭା ଆୟୋଜନ କରାଯିବାକୁ ଥିବାରୁ ଏଥିପାଇଁ ପ୍ରସ୍ତୁତ ହେବା ନିମନ୍ତେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ହଂସି (ବୁଣାକାର ) ସମାଜ ର ଶତାଧିକ ବ୍ୟକ୍ତିବିଶେଷ ସାମିଲ ଥିଲେ l ବୈଠକ ରେ ସମାଜ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ସହ କିପରି ଏହାର ସମାଧାନ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା l ହଂସି (ବୁଣାକାର ) ସମାଜ ରେ ଅବହେଳିତ ହୋଇ ରହିଥିବା ଲୋକ ମାନଙ୍କୁ କିପରି ସରକାରୀ ସ୍ତର ରେ ମୌଳିକ ଅଧିକାର ମିଳିପାରିବ ସେ ନେଇ ସମସ୍ତେ ଏକଜୁଟ ହୋଇ କାମ କରିବା ନିମନ୍ତେ ବୈଠକ ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଆସନ୍ତା ବର୍ଷ ଏପ୍ରିଲ ମାସ ରେ ଆୟୋଜିତ ହେବାକୁ ଥିବା ମହାସଭା ବୈଠକ ରେ ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ ହଂସି (ବୁଣାକାର ) ସମାଜ ର ହଜାରହଜାର ଲୋକ ଯୋଗ ଦେବାକୁ ଥିବାବେଳେ ଏହାକୁ କିପରି ସମସ୍ତ ଙ୍କ ସହଯୋଗ ରେ ସଫଳ ଭାବେ ଆୟୋଜନ କରାଯାଇପାରିବ ସେ ନେଇ ବୈଠକ ରେ ଆଲୋଚନା କରାଯାଇଥିଲା l ଏହି ଅବସରରେ ଜିଲ୍ଲା ଉପସଭାପତି ଭବାନୀ ଶଙ୍କର ବେହେରା, ସମ୍ପାଦକ କୋଦଣ୍ଡଧର ପାତ୍ରଙ୍କ ସମେତ ଜିଲ୍ଲା ର ବିଭିନ୍ନ ଜୋନ ର ସଭାପତି, କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ l କାମାକ୍ଷାନଗର ରୁ ଅସିତ୍ କୁମାର ସାହୁ ଙ୍କ ରିପୋର୍ଟ ଆଦର୍ଶ ପ୍ଲସ।
![]()
