କାମାକ୍ଷାନଗର ତହସିଲଦାର ଶ୍ରୀ ପ୍ରିୟବ୍ରତ ଦାସଙ୍କ ଅଧ୍ୟକ୍ଷତାରେ ମୋ ଜଙ୍ଗଲ ଜମି ଯୋଜନା (MJJY) ର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଆଗାମୀ ଦିନରେ ଯାଥା ଶୀଘ୍ର ଆଦିବାସୀ ମାନଙ୍କୁ କିପରି ଜମି ବଣ୍ଟନ କରି ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ଆରମ୍ଭ କରାଯିବ, ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା | ବୈଠକରେ କାମାକ୍ଷାନଗର ବ୍ଲକ W.E.O. ସ୍ମିତାଶ୍ରୀ ଜେନା F.R.A cell Coordinator ଶୁଭେନ୍ଦୁ ରାଉତରାୟ, ଉଭୟ କାମାକ୍ଷାନଗର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ରେଞ୍ଜର ସମସ୍ତ ବନପାଳ ଯୋଗ ଦେଇଥିଲେ | ଏହି ବୈଠକରେ କାମାକ୍ଷାନଗର ତହସିଲ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ |
![]()
