ଉଦୟନାଥ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ

Adarsha Plus love with social

ଢ଼େଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଉଦୟନାଥ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ମିଶ୍ର ଓ ଅବସର ପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ଆଲୁମିନି ସଭାପତି ବିଭୂତି ଭୂଷଣ ବିଶ୍ଵାଳ ଏହାକୁ ଉଦଘାଟନ କରିଥିଲେ। କ୍ରୀଡା ଶିକ୍ଷକ ପୁରୁଷତ୍ତମ ମହାନ୍ତ ଓ ଆର୍ଯ୍ୟରତ୍ନ ଦେବାୟନ ପଟ୍ଟନାୟକ କ୍ରୀଡ଼ା ପରିଚାଳନା କରିଥିବା ବେଳେ ଶିକ୍ଷକ ଅଭୟ କୁମାର ଦେହୁରୀ, ଅଶୋକ କୁମାର ରାଉତ, ସୁରେଶ ଚନ୍ଦ୍ର ନାୟକ, ଝୁନୁବାଳା ବେହେରା, ଲିଜା ବେହେରା, ଯାଜ୍ଞସେନି ମହାପାତ୍ର, ଗଙ୍ଗାଧର ଦେହୁରୀ, ପ୍ରଜ୍ଞା ଦାସ, ମୌସୁମୀ ମିଶ୍ର ପ୍ରମୁଖ ସହୋଯୋଗ କରିଥିଲେ। ବିଦ୍ୟାଳୟ ରେ କାର୍ଯ୍ୟରତ ଭଜମନ ଭୋଇ ଓ ନନ୍ଦିନୀ ଦେହୁରୀ ନିଜର ସେବା ଯୋଗାଇଥିଲେ । ୫୦ ମି, ୧୦୦ ମି, ୨୦୦ ମି ଦୌଡ଼, ଅଖା ଡିଁଆ, କୋନ ବାଲାନ୍ସ , ଧିମା ସାଇକେଲ ଚାଳନା ଇତ୍ୟାଦି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିନ ଶନିବାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ସେନା ଅଧିକାରୀ କ୍ୟାପଟେନ କବିବର ଦେହୁରୀ ଯୋଗ ଦେଇଥିଲେ। ବିଭିନ୍ନ ବର୍ଗ ରେ ପ୍ରତିଯୋଗୀତା ରେ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶ୍ରେଷ୍ଠ ଛାତ୍ର ଭାବରେ ସପ୍ତମ ଶ୍ରେଣୀ ର ଜିତ୍ ଜୟପ୍ରକାଶ ନାୟକ ଓ ଶ୍ରେଷ୍ଠ ଛାତ୍ରୀ ଭାବରେ ଦଶମ ଶ୍ରେଣୀ ର ରିତିକା ରତ୍ନ ମଞ୍ଜରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପରିଚାଳନା ସମିତି ର ସଦସ୍ୟ ଓ ଅଭିଭାବକ ମାନେ ଉପସ୍ଥିତ ରହି ସହୋଯୋଗ କରିଥିଲେ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!