ପାନୀୟ ଜଳ ଦାବିରେ ପରଜଙ୍ଗ ମୁଖ୍ୟ ରାସ୍ତା ଅବରୋଧ ।

Adarsha Plus love with social

ପରଜଙ୍ଗ ll ୧୦/୦୬/୨୫ ll
ପାନୀୟ ଜଳ ଦାବିରେ ମହିଳା ଙ୍କ ରାସ୍ତା ଅବରୋଧ, ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ପରଜଙ୍ଗ ଗ୍ରାମକୁ ଓଭର ହେଡ଼ ଟାଙ୍କି ସାହାଯ୍ୟରେ ପାନୀୟ ଜଳ ଯୋଗାଇ ଦିଆଯାଉଛି l କିନ୍ତୁ ପରଜଙ୍ଗ ଗଡଭିତର ସାହିର ମହିଳା ମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି l ଏଠୁ ସେଠୁ ପାଣି ଆଣି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି l ମଙ୍ଗବାର ସକାଳ ୯ଟା ବେଳେ ଶତାଧିକ ମହିଳା ରାସ୍ତାରେ ବାଉଁଶ ବାନ୍ଧି ହନୁମାନ ମନ୍ଦିର ନିକଟରେ ବଜାର ରୁ ବ୍ଲକ କୁ ଯାଇଥିବା ରାସ୍ତାକୁ ଅବରୋଧ କରଥିଲେ l ଫଳ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଯିବା ଆସିଵା ,ସମସ୍ତ କାର୍ଯ୍ୟାଳୟ କୁ କର୍ମଚାରୀ ଯାତାୟତ ରେ ବାଧା ସୃଷ୍ଟି ହେବାସହ ସମସ୍ତ ସାଇକେଲ, ମୋଟର ସାଇକେଲ, ଟ୍ୱେମ୍ପୁ, କାର ଇତ୍ୟାଦି ଗାଡ଼ିକୁ ଯିବା ଆସିଵା ବନ୍ଦ କରିଦେଇଥିଲେ l ଫଳରେ ଯିବା ଆସିବାର ବ୍ୟାଘାତ ସୃଷ୍ଟି ହୋଇଥିଲା l ଖବର ପାଇ ଗୋଷ୍ଠୀ ଉନୟନ ଅଧିକାରୀ ସୌଭାଗ୍ୟ ବେହେରା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ବିରଜା ଶଙ୍କର ଦାସ ଘଟଣା ସ୍ଥଳରେ ପହଞ୍ଚି ମହିଳା ମାନଙ୍କୁ ବୁଝା ସୁଝା କରିଥିଲେ ସୁଦ୍ଧା ମହିଳା ମାନେ କୌଣସି କଥା ଶୁଣିନଥିଲେ । ମହିଳା ମାନଙ୍କ ଅଭିଯୋଗ ହେଲା ଗ୍ରାମରେ ବିଛାଯାଇଥିବା ଲୁହା ପାନୀୟ ଜଳ ପାଇପ କୁ କିଛି ଅସାଧୁ ହିନ ମାନସିକତା ତଥା ପୂର୍ବତନ ସରପଞ୍ଚ ,ମନ୍ଦିର ପୂଜକ, ବ୍ୟବସାୟୀ, ରାଜନୈତିକ ବ୍ୟକ୍ତି ହୋଲ କରି ସେଥିରେ ଲୁହା ପାଇପ ଉଲ୍ଡିଙ୍ଗି କରି ଘରେ ମୋଟର ଲଗାଇ ପାଣି ଟାଣିନେଉଛନ୍ତି ଫଳରେ ଷ୍ଟାଣ୍ଡ ପୋଷ୍ଟ ରେ ଆଉ ପାଣି ବହାରୁନାହିଁ ତେଣୁ ତୁରନ୍ତ ଘରକୁ ଚୁରାରେ ନେଇଥିବା ବ୍ୟକ୍ତିଙ୍କର ପାଇପ କଟାଯାଉ ତାପରେ ରାସ୍ତା ରୋକ ହଟିବ ବୋଲି ଚେତାବନୀ ଶୁଣାଇ ଥିଲେ ।ପରେ ବିଡ଼ିଓ ୧୦ ଦିନ ସମୟ ମାଗିଥିଲେ ପରେ ରାସ୍ତାରୋକ ହଟିଥିଲା । ପରଜଙ୍ଗରୁ ଅଶୋକ ପଣ୍ଡା ଙ୍କ ରିପୋର୍ଟ ଆଦର୍ଶ ପ୍ଲସ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!