ବଡ଼ଦେଉଳରୁ ବଳରାମଙ୍କୁ ନିମନ୍ତ୍ରଣ

Adarsha Plus love with social

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ଉତ୍ସବର ନିମନ୍ତ୍ରଣ ପତ୍ର ପ୍ରଦାନ

ଢେଙ୍କାନାଳ :୨୬/୧୨/୨୦୨୩ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠାପୂଜା ଓ ଲୋକାର୍ପଣ ଉତ୍ସବ ନିମିତ୍ତ ନିମନ୍ତ୍ରଣ ପତ୍ର ଶ୍ରୀ ଜଗନ୍ନାଥ ଙ୍କ ସେବାୟତ ଶ୍ରୀ ନାରାୟଣ ମହାପାତ୍ର ଏବଂ ଶ୍ରୀ ନରସିଂହ ମହାପାତ୍ର ଓ ପୁରୀ ଜିଲ୍ଲାପ୍ରଶାସନ ଦ୍ୱାରା ନିଯୁକ୍ତ ନୋଡାଲ ଅଫିସର ଶ୍ରୀ ସମ୍ବିତ ଆଚାର୍ଯ୍ୟ ଙ୍କୁ ନେଇ ଗଠିତ ପ୍ରତନିଧି ମଣ୍ଡଳୀଙ୍କ ଦ୍ୱାରା ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି l ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ୧୭ ଜାନୁଆରୀ ୨୦୨୪ ରେ ଅନୁଷ୍ଠିତ ହେବ l ଜିଲ୍ଲାପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀ ରମେଶ ଚନ୍ଦ୍ର ସେଠୀ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଶ୍ରୀ ଲଳିତ ମୋହନ ବେହେରା ଏହି ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ l ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର,ସଦର ଉପଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ, କାମକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ନାରାୟଣ ଚନ୍ଦ୍ର ନାୟକ, ଏସ. ଡି. ପି. ଓ. ଶ୍ରୀ ବିଭୂତି ଭୂଷଣ ମହାପାତ୍ର, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ସନ୍ତୋଷ କୁମାର ଶତପଥୀ, ଜିଲ୍ଲା ସଂସ୍କୃତି ସଙ୍ଘ ସଭାପତି ଶ୍ରୀ ଅବନୀ କୁମାର ମିଶ୍ର, ଜିଲ୍ଲାର ମନ୍ଦିର ମାନଙ୍କର ପ୍ରତିନିଧିଗଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଓ ଜିଲ୍ଲା ପ୍ରଶାସନ ର ଅଧିକାରୀଗଣ ଉପସ୍ଥିତ ରହିଥିଲେ l

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!