ଟ୍ରକ୍ କୁ ପଛରୁ ପିଟିଲା ଆମ୍ବୁଲାନ୍ସ

Adarsha Plus love with social

କାମାକ୍ଷାନଗର :୦୬/୦୬/୨୫: ଟ୍ରକ କୁ ପଛରୁ ପିଟିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ସମ୍ପର୍କୀୟ ।କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ର ନୁଆପାଣି ନିକଟରେ ଟ୍ରକ କୁ ପଛରୁ ପିଟିଲା ଆମ୍ବୁଲାନ୍ସ l ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ସମ୍ପର୍କୀୟ l ସୂଚନା ଅନୁସାରେ ରାଉରକେଲା ଅଞ୍ଚଳ ରୁ ରୋଗୀ ଙ୍କୁ ନେଇ ଆମ୍ବୁଲାନ୍ସ ଟି ଭୁବନେଶ୍ୱର ଯାଉଥିବା ବେଳେ ଡ୍ରାଇଭର ରାସ୍ତା ଜାଣିନପାରି ଭୁବନ ଆଡ଼କୁ ଯାଇଥିଲେ l ନୂଆପାଣି ନିକଟରେ ସକାଳ ସମୟରେ ଡ୍ରାଇଭର ଙ୍କ ଆଖି ଲାଗିଯିବା କାରଣ ରୁ ରାସ୍ତା ପାର୍ଶ୍ଵ ରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ଆମ୍ବୁଲାନ୍ସ ଟି ପିଟି ହୋଇଯାଇଥିଲା l ଆମ୍ବୁଲାନ୍ସ ର ସାମ୍ନା ପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ସୌଭାଗ୍ୟବଶତଃ ଗାଡି ଭିତରେ ଥିବା ରୋଗୀ ଓ ଅନ୍ୟ ସଂମ୍ପର୍କୀୟ ଅଳ୍ପକେ ବର୍ତ୍ତି ଯାଇଥିଲେ l କିଛି ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଇଥିବା ବେଳେ ସେମାନେ ଚିକିତ୍ସିଚିତ ହୋଇ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଯାଇଥିବା ଜଣା ପଡିଛି l କାମାକ୍ଷାନଗରରୁ ଅସିତ୍ ସାହୁ ଙ୍କ ରିପୋର୍ଟ ଆଦର୍ଶ ପ୍ଲସ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!