ଜିଲ୍ଲାସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ସମ୍ମିଳନୀ ଢେଙ୍କାନାଳ, ୧୯।୧୧: ଗତକାଲି ପୂର୍ବାହ୍ନ ୧୦ ଘଟିକା ସମୟରେ ଢେଙ୍କାନାଳ ସହରସ୍ଥ ବାଣିଜ୍ୟ ଭବନ ଠାରେ ଢେଙ୍କାନାଳ ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଭା ଦ୍ବାରା ଆୟୋଜିତ ଏକ ଜିଲ୍ଲାସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ପ୍ରାରମ୍ଭରେ ଏହି ପରାକ୍ରମୀ ଓ ସାଭିମାନୀ ଜାତିର ଦିବଂଗତ ପୂର୍ବସୁରୀମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ୧ ମିନିଟ୍ ସ୍ମୃତି ଚାରଣ କରାଯାଇଥିଲା । ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କ ଦ୍ବାରା ସମ୍ମିଳିତ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ ପରେ ଜିଲ୍ଲା ଆବାହକ ରାଜ କିଶୋର ବେହେରା ସ୍ୱାଗତ ଭାଷଣ ଓ କ୍ଷତ୍ରୀୟ ଖଣ୍ଡାୟତ ମହାସଭାର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଢେଙ୍କାନାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍, ପଂଚାୟତ ଓ ଗ୍ରାମରେ ମହାସଭାକୁ ବିସ୍ତାରିତ କରିବା ସହ ସତ୍ୟ, ଧର୍ମ, ନ୍ୟାୟ, ତ୍ୟାଗ ଓ ସେବାକୁ ଆଦର୍ଶ ଭାବେ ଗ୍ରହଣ କରି ଏକ ଆଦର୍ଶ ସମାଜ ଗଠନ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ପ୍ରକାଶ କରିଥିଲେ । ପୂର୍ବତନ ସି.ବି.ଆଇ. ବିଚାରପତି ଭିକାରୀ ଚରଣ ରାଉତ ଏହି ସମ୍ମିଳନୀରେ ସଭାପତିତ୍ୱ କରିଥିଲେ । ଉପଦେଷ୍ଟା ନବୀନ ଚନ୍ଦ୍ର ନାରାୟଣ ଦାସ ସଦସ୍ୟମାନଙ୍କୁ ଭାଇଚାରା ଓ ମୈତ୍ରୀଭାବ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟ ସ୍ତରରେ ଏକ ପାଇକ ଏକାଡେମୀ ସ୍ଥାପନ କରାଯିବାର ନିଷ୍ପତିକୁ ସ୍ବାଗତ କରାଯାଇଥିଲା ଓ ଭବିଷ୍ୟତରେ ଏହି ସମର କଳା କୌଶଳ ଶିକ୍ଷାଦାନ କ୍ଷେତ୍ରରେ ଯୁବବର୍ଗଙ୍କୁ ସୁଯୋଗ ମିଳିବା ଆଶାବ୍ୟକ୍ତ କରିଥିଲେ । ଏହି ଜିଲ୍ଲା ସମ୍ମିଳନୀରେ ବ୍ଲକ୍ ସ୍ତରୀୟ ଓ ପୌରାଂଚଳ ସ୍ତରୀୟ ଆବାହକ ମନୋନୟନ କରାଯାଇଥିଲା । ଢେଙ୍କାନାଳ ସଦର ବ୍ଲକ୍ ନିମନ୍ତେ ଦୁର୍ଗାମାଧବ ଜେନା ଓ ବାସନ୍ତୀ ପାଇଁ, ଢେଙ୍କାନାଳ ପୌରାଂଚଳ ନିମନ୍ତେ ପ୍ରଦୀପ କୁମାର ଧଳ, ହିନ୍ଦୋଳ ବ୍ଲକ୍ ନିମନ୍ତେ ରତିକାନ୍ତ ଗଡନାୟକ ଓ ଦୀପକ ଗଡନାୟକ, ଗଁଦିଆ ବ୍ଲକ୍ରୁ ମଳୟ କୁମାର ସିଂହ, ପଙ୍କଜ ନାୟକ, ଓଡାପଡା ବ୍ଳକ୍ରୁ ବିଶ୍ବଜିତ୍ ଅର୍ଜେନ୍ଦୁ କୁମାର ଜେନା ଓ ବାହାଦୂର ପାଟ୍ଟସାହାଣୀ, ପର୍ଜଙ୍ଗ ବ୍ଲକ୍ରୁ ଭ୍ରମରବର ଦଳାଇ ଓ ନଗେନ ବିନାୟକ, କାମାକ୍ଷାନଗର ବ୍ଳକ୍ରୁ ଶ୍ରୀକାନ୍ତ କୁମାର ବରାଳ ଓ ନିଶାକର ଜେନା, ଭୂବନ ବ୍ଲକ୍ରୁ ଶତୃଘ୍ନ ଜେନା ଓ ଭାଗିରଥ ଜେନା, କଙ୍କଡାହାଡ ବ୍ଲକ୍ରୁ ବିମୁତବାହାନ ସିଂହ ଓ ଅଦ୍ବୈତ ପ୍ରସାଦ ସ୍ୱାଇଁ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ନଭେମ୍ବର ମାସ ଶେଷ ସୁଦ୍ଧା ଗ୍ରାମପଂଚାୟତ ସ୍ତରୀୟ ଆବାହକ ଓ କର୍ମକର୍ତା ମନୋନୟ ନିମନ୍ତେ ସ୍ଥିର କରାଗଲା । ଜିଲ୍ଲା ସ୍ତରୀୟ ସଂସାଧନ ଓ ସମ୍ବଳ କମିଟିରେ ପ୍ରେମାନନ୍ଦ ବିଶ୍ବାଳ, ମାନସ ରଞ୍ଜନ ରାଉତ, ଅମ୍ବିକା ପ୍ରସାଦ ବରାଳ, ସ୍ମିତାରାଣୀ ସାମଲ, କୈଳାସ ଚନ୍ଦ୍ର ରାଉତ,ଅକ୍ଷୟ କୁମାର ମହାନ୍ତି ଓ ଭିକାରୀ ଚରଣ ରାଉତ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା ।ଅନୁଗୁଳ ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘର ସଭାପତି ସୁବୋଧ କୁମାର ସିଂହ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରି ଅଭିବକ୍ତ ଢେଙ୍କାନାଳ ଜିଲ୍ଲାର ପାଇକମାନଙ୍କୁ ସଂଗଠିତ କରି ଏକ ରାଜ୍ୟସ୍ତରୀୟ ପାଇକ ସମ୍ମିଳନୀ ଢେଙ୍କାନାଳ ଠାରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ । ପ୍ରିୟବ୍ରତ ଗଡନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
![]()
