୧-ଭୁବନେଶ୍ୱର:ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ।Mou ସ୍ବାକ୍ଷର କରିଛି କଲ୍ୟାଣୀ ଷ୍ଟିଲ।
୨-ଗ୍ରାମ ପଞ୍ଚାୟତରେ କାର୍ଯ୍ୟ କରୁଥିବା ସ୍ବାବଲମ୍ବୀ କାରିଗରଙ୍କ ବୃଦ୍ଧି ହେଲା ପାରିଶ୍ରମିକ,ପାରିଶ୍ରମିକ ୪ ହଜାର ଟଙ୍କାରୁ ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି।
୩-ଫେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଚାଷୀଙ୍କ ଆକାଉଂଟକୁ କାଳିଆ ଟଙ୍କା ଆସିପାରେ ।
୪-କଟକ: ମାଟ୍ରିକ ପରୀକ୍ଷା ଇଂରାଜୀରେ କପି କରି ଧରାପଡିଲେ ୪୨ ଜଣ।
୫-ଶିକ୍ଷକ ଆନ୍ଦୋଳନ ଜାରି, ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି।
୬-ପାଟଣାଗଡ଼:ବେଲାପଡା ଥାନା ଅଞ୍ଚଳରେ ବିଜୁ ସ୍ବାସ୍ଥ୍ୟ କାର୍ଡରୁ ଠକେଇ,୩ ଗିରଫ।
୭-ପୁରୀ: ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ।
୮-କେନ୍ଦୁଝର ସଦର:କପି ଧରିଲା ଏଆଇ,ବଦଳିଲେ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ।
୯-ମୃତ୍ୟୁ ପରେ ବି ଦମୟନ୍ତୀ ଦେବେ ନୂଆ ଜୀବନ: ଭୁବନେଶ୍ୱର ଏମ୍ସରୁ ଗ୍ରୀନ କରିଡରରେ ଦିଲ୍ଲୀ ଗଲା ଦମୟନ୍ତୀଙ୍କ ଯକୃତ।
୧୦-ବିଏମସି ବୈଠକ: ବଢ଼ିଲା ମେୟର, ଡେପୁଟି ମେୟର ଓ କର୍ପୋରେଟରଙ୍କ ଭତ୍ତା, ଜାଗା ମିଶନକୁ ନେଇ ହୋହାଲ୍ଲା କଲା ବିଜେପି।
୧୧-ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, କାର୍ଯ୍ଯରେ ଯୋଗ ଦେଲେ।
୧୨-୨୦୨୫ ସୁଦ୍ଧା ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଅଧିକାରୀଙ୍କୁ ୫ଟି ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ।
୧୩-ରାଜଧାନୀରୁ ହଟିବ ପୋଷ୍ଟର ଓ କାନ୍ଥଲେଖା: ପକ୍ରିୟା ଆରମ୍ଭ କଲା ବିଏମସି।
୧୪-ଢେଙ୍କାନାଳ ହେବ ଯୋଗାଯୋଗର ଭବିଷ୍ୟତ କେନ୍ଦ୍ର: ଏନଏସଡିସିର ଦକ୍ଷତା ବିକାଶ କେନ୍ଦ୍ର ହେଲା ଲୋକାର୍ପଣ।
୧୫-ଶତାଧିକ ଶ୍ରଦ୍ଧାଳୁଙ୍କୁ ନେଇ ଅନୁଗୁଳରୁ ଅଯୋଧ୍ୟା ଗଡ଼ିଛି ସ୍ବତନ୍ତ୍ର ଆସ୍ଥା ଟ୍ରେନ ।
୧୬-ଅଡୁଆରେ କେଜରିୱାଲ, ବିଧାନସଭାରେ ସିଏଜି ରିପୋର୍ଟ ଦାଖଲ ପାଇଁ କହିଲେ ଉପରାଜ୍ୟପାଳ।
୧୭-ଚାଷ ଋଣ ଉପରେ ସୁଧ ଛାଡ କଲେ ହରିୟାଣା ସରକାର, ବକେୟା ଉପରେ ଲାଗିବନି ଜୋରିମାନା।
୧୮-ଖୁବ୍ ଶୀଘ୍ର ବାଜିବ ନିର୍ବାଚନୀ ବିଗୁଲ , ମାର୍ଚ୍ଚ ୧୩ ପରେ ନିର୍ବାଚନ ତାରିଖ ଘୋଷଣା।
୧୯-ପେଟିଏମ୍ ଗ୍ରାହକଙ୍କୁ ଆଶ୍ୱସ୍ତି, UPI ସେବା ବଜାୟ ରଖିବା ପାଇଁ NPCIକୁ ଆରବିଆଇର ନିର୍ଦ୍ଦେଶ।
୨୦-ବଢ଼ିଲା ବାଇଜୁସ୍ର ଅଡ଼ୁଆ, କମ୍ପାନି ବିରୋଧରେ NCLTରେ ମାମଲା ରୁଜୁ କଲେ ଚାରି ନିବେଶକ।
![]()
