ସଦର ବ୍ଲକରେ ପାଳନ ହେଲା ବିଶ୍ଵ ପାଇଖାନା ଦିବସ ।

Adarsha Plus love with social

ଆଜି ହେଉଛି ବିଶ୍ୱ ପାଇଖାନା ଦିବସ । ବିଶ୍ୱ ପାଇଖାନା ଦିବସ ଏକ ଜାତିସଂଘ ଅନୁମୋଦିତ ଦିବସ ଭାବରେ ୨୦୧୩ ମସିହାରୁ ପ୍ରତିବର୍ଷ ନଭେମ୍ବର ୧୯ ତାରିଖରେ ସାରାବିଶ୍ୱରେ ପାଳିତ ହୋଇଆସୁଅଛି । ଜନଜାଗରଣ ସୃଷ୍ଟି କରିବା ସହିତ ସମାଜରେ ଥିବା ଅବହେଳିତ ବର୍ଗର ଲୋକମାନଙ୍କ ପାଖରେ ଶୌଚାଳୟର ସୁବିଧା ପହଞ୍ଚାଇବା ଏହି ଦିବସର ମୂଳଲକ୍ଷ । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ସଭାଗୃହରେ ବିଶ୍ୱ ପାଇଖାନା ଦିବସ ପାଳନ ହୋଇଛି । ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଆୟୁଶୀ ମହାପାତ୍ରଙ୍କ ଅଧକ୍ଷତାରେ ପାଳନ ହୋଇଥିବା ଏହି ଉତ୍ସବରେ ସଦର ବ୍ଲକର ଉପାଧ୍ୟକ୍ଷ କାଳନ୍ଦୀ ବାରିକ ଓ ୩୦ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ଉପସ୍ଥିତ ଥିଲେ । ସମସ୍ତ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମିଶି କିଭଳି ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ପାଇଖାନା ବ୍ୟବହାର କରିବେ ଓ ସମସ୍ତଙ୍କ ଘରେ ପାଇଖାନା ନିର୍ମାଣ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!