ପରଜଙ୍ଗରେ ନାରୀ ନିର୍ଯାତନା କୁ ନେଇ ପ୍ରତିବାଦ କଲା ବିଜେଡି ଛାତ୍ର ଓ ଯୁବ ଜନତା ଦଳ

Adarsha Plus love with social

ପରଜଙ୍ଗ:୨୫/୦୬/୨୫:
ପରଜଙ୍ଗ ରେ ନାରୀ ନିର୍ଯାତନା କୁ ନେଇ ପ୍ରତିବାଦ କଲା ବିଜେଡି ଛାତ୍ର ଓ ଯୁବ ଜନତା ଦଳ।
ରାଜ୍ୟରେ ଛାତ୍ରୀ ଓ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନୀରବଦ୍ରଷ୍ଟା ସାଜିଛି ମୋହନ ସରକାର l ରାଜ୍ୟରେ ପ୍ରତ୍ୟେକ ଦିନ ୧୫ ଜଣ ଯୁବତୀ ଦୁଷ୍କର୍ମ ର ଶିକାର ହେଉଥିବା ବେଳେ ଅପରାଧୀ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ l ଫଳରେ ଦିନ କୁ ଦିନ ରାଜ୍ୟରେ ନାରୀ ନିର୍ଯାତନା, ଦୁଷ୍କର୍ମ ଓ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି l ଏହାକୁ ନେଇ ପରଜଙ୍ଗ ମହାବିଦ୍ୟାଳୟ ଠାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ପ୍ରତିବାଦ ସଭା ଆୟୋଜିତ ହୋଇଛି l ପରଜଙ୍ଗ ନିର୍ବାଚନମଣ୍ଡଳୀ ର ବିଭିନ୍ନ ସ୍ଥାନ ରୁ ଯୁବ ଓ ଛାତ୍ର ନେତା ମାନେ ଉପସ୍ଥିତ ରହି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ନାରୀ ନିର୍ଯାତନା ପାଇଁ ଡବଲ ଇଂଜିନ ସରକାର ଦାୟୀ ଥିବାବେଳେ ସରକାର ଙ୍କ ନିଷ୍କ୍ରିୟତା ନେଇ ପ୍ରତିବାଦ କରିଥିଲେ l ମହାବିଦ୍ୟାଳୟ ର ବହୁ ଛାତ୍ର, ଛାତ୍ରୀ ହାତରେ ପ୍ଲାକାର୍ଡ ଧରି ରାଜ୍ୟ ସରକାର ଙ୍କୁ ତୀବ୍ର ସମାଲୋଚନା କରିବା ସହ ନାରୀ ସୁରକ୍ଷା ନେଇ ସରକାର ସଚେତନ ହେବା ପାଇଁ ସ୍ଲୋଗାନ ଦେଇଥିଲେ l ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରୀୟଜିତ୍ ସାମଲ ଏବଂ ଯୁବ ସଭାପତି ସୁବ୍ରତ ଦାସ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ପ୍ରତିବାଦ ସଭା ରେ ବହୁ ଛାତ୍ର ଓ ଯୁବ ବିଜେଡି କାର୍ଯ୍ୟକର୍ତା ସାମିଲ ରହି ସରକାର ଙ୍କୁ ବିରୋଧ କରିଥିଲେ l ପରଜଙ୍ଗ ରୁ ଅଶୋକ ପଣ୍ଡା ଙ୍କ ରିପୋର୍ଟ ଆଦର୍ଶ ପ୍ଲସ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!