ଏଇତ ଦୁନିଆଁ

Adarsha Plus love with social

ତାରିଖ:୩୦/୦୧/୨୫, ଗୁରୁବାର

୧-ମାଘରେ ଶୀତ ଗାଏବ ; ବହିରେ ସୀମିତ ରହିଗଲା ’ ମାଘରେ ବାଘ ଭଳି ଶୀତ’ କଥା।

୨-ସରସ୍ଵତୀ ପୂଜା ପାଳନକୁ ନେଇ ଦ୍ଵନ୍ଦ:୨ତାରିଖ ୯ଟା ୧୪ ପର୍ଯ୍ୟନ୍ତ ଚତୁର୍ଥୀ ରହୁଛି ,ତା ପରେ ପଞ୍ଚମୀ ଆରମ୍ଭ ହୋଇ ସୋମବାର ୬ଟା ୫୩ ଯାଏଁ ରହୁଛି।

୩-ଆଜିଠୁ ଶୀତ କମିବା ସହ ତାପମାତ୍ରା ବଢିବ । ସପ୍ତାହେ ଯାଏଁ ଗରମ ଅନୁଭୂତି ହେବ ବୋଲି ପାଣିପାଗ ବିଭାଗର ସୂଚନା।

୪-ସରିଲା ଉତ୍କର୍ଷ ଓଡ଼ିଶା ମେକଇନ ଓଡ଼ିଶା କନକ୍ଲେଭ, ୧୪୫ MOU, ୧୩ଲକ୍ଷ କୋଟିର ପ୍ରସ୍ତାବ, ରାଜ୍ୟରେ ପ୍ରାୟ ୯ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା।

୫-ଖଣ୍ଡଗିରି: ଉତ୍କଣ୍ଠା ବଢ଼ାଉଛି ଯାତ୍ରା ମହାସମର,ଦୁଇ ପର୍ଯ୍ୟାୟରେ ଦମ୍ ଦେଖାଇବେ ୧୨ ଯାତ୍ରା ଦଳ।

୬-କଲେଜ ଆକାଉଣ୍ଟକୁ କାପା ପୋର୍ଟଲରେ ଅପଡ଼େଟ୍‌ ହୋଇନାହିଁ,
ମହଙ୍ଗା ପଡିଲା ସରକାରୀ ନିର୍ଦ୍ଦେଶକୁ ଅବମାନନା, ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ।

୭-ରାଜ୍ୟରେ ନିର୍ମାଣ ହେବ ମହିଳା ଶିଳ୍ପ ପାର୍କ, ଇପିକଲରେ ପ୍ରତିଷ୍ଠା ହେବ ସ୍ଵତନ୍ତ୍ର ସେଲ୍: ମୁଖ୍ୟମନ୍ତ୍ରୀ

୮-୩୦ ପରିବର୍ତ୍ତେ ୩୧ରେ ସରିବ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ।ଉତ୍କର୍ଷ ଓଡ଼ିଶା ପ୍ରଦର୍ଶନୀକୁ ବୁଲି ଦେଖିପାରିବେ ସାଧାରଣ ଲୋକ।

୯-ପିପିଲି:ସ୍କୁଲରେ ଛାତ୍ରକୁ ସାପ କାମୁଡିବା ଘଟଣା,ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ, କ୍ଲାସ୍ ଟିଚରଙ୍କ ବଦଳି।

୧୦-ହୋମଗାର୍ଡଙ୍କୁ ବି ମିଳିବନି ମାଗଣା ରାସନ ; ପ୍ରତିବାଦ କରିବାକୁ ସଜ ହେଲାଣି ସଙ୍ଗଠନ।

୧୧-ତାଳଚେର ଶିରିଗିଡ଼ା ଗାଁ:ଗାଁରେ ବ୍ୟାପିଲା ଡାଇରିଆ, ୧୦ ପରିବାରର ୨୦ ଜଣ ଆକ୍ରାନ୍ତ ହେବାପରେ ଭୟରେ ଗ୍ରାମବାସୀ।

୧୨-ଖୁବଶୀଘ୍ର ସିଡିଏ ହେବ ଫ୍ରିହୋଲ୍ଡ: ବିଧାୟିକା ସୋଫିଆ ଫିର୍ଦ୍ଦୋସ

୧୩-ନବ ଦାସଙ୍କୁ ହତ୍ୟାକୁ ଦୁଇ ବର୍ଷ ; ଝିଅ ଦୀପାଳି କହିଲେ, ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିବେ ଚିଠି।

୧୪-ସହରରୁ ଡମ୍ପିଂ ୟାର୍ଡ ଓ କମ୍ପୋଷ୍ଟ ପ୍ଲାଣ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ, ଏପର୍ଯ୍ୟନ୍ତ ବିକଳ୍ପ ସ୍ଥାନ ନିର୍ଦ୍ଧାରିତ କରିପାରିନି ସିଏମ୍‌ସି।

୧୫-ଶତକ ହାସଲ କଲା ଇସ୍ରୋ, ଏନଭିଏସ-୦୨ର ହେଲା ସଫଳ ଉତକ୍ଷେପଣ।

୧୬-ପ୍ରୟାଗରାଜର ସଙ୍ଗମରେ ଘଟିଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି,୯୦ ଜଣ ଆହତ।

୧୭-IGNOU ଏବେ B.Ed ଏବଂ B.Sc (ପୋଷ୍ଟ ବେସିକ୍) ନର୍ସିଂରେ ଆଡ୍‌ମିଶନ୍‌ ପାଇଁ ରେଜିଷ୍ଟ୍ରେସନ୍ ଲିଙ୍କ୍‌ ଖୋଲିଛି। B.Ed ଏବଂ B.Sc ନର୍ସିଂ କୋର୍ସ କରିବାକୁ ଇଚ୍ଛା କରୁଥିବା ପ୍ରାର୍ଥୀମାନେ IGNOUର ଅଫିସିଆଲ୍ ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ।

୧୮-ମହାକୁମ୍ଭ ଦଳାଚକଟା ଘଟଣା – ମୃତକଙ୍କ ପରିବାରକୁ ଉତ୍ତରପ୍ରଦେଶ ସରକାରଙ୍କ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା।

୧୯-ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ଉତ୍ତରପ୍ରଦେଶ ପ୍ରଜ୍ଞାପନ ମେଢ଼ ପ୍ରଥମ, ତ୍ରିପୁରା ଦ୍ଵିତୀୟ ଓ ଆନ୍ଧ୍ରପ୍ରଦେଶ ତୃତୀୟ।

୨୦-ଘନ କୁହୁଡ଼ି ଯୋଗୁ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ବୁଧବାର ସକାଳେ ସିରିଜ ଦୁର୍ଘଟଣା ଘଟିଛି।

୨୧-ଟ୍ରମ୍ପ ଆସିବା ମାତ୍ରେ ପାକିସ୍ତାନକୁ ଝଟକା, ବିଦେଶୀ ସହାୟତା ଉପରେ ଲାଗିଲା ରୋକ୍।

୨୨-ଦକ୍ଷିଣ ସୁଡାନରେ ଭୟଙ୍କର ବିମାନ ଦୁର୍ଘଟଣା: ଚାଲିଗଲା ୧୮ ଜୀବନ

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!