ତାରିଖ ୦୭/୦୩/୨୪, ଗୁରୁବାର
୧-ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,ମେ’ ପହିଲାଠାରୁ ହିତାଧିକାରୀମାନେ ଏହାର ସୁବିଧା ପାଇପାରିବେ।
୨-ଭୁବନେଶ୍ୱର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା।
୩-ନବୀନ ନିବାସରେ ବିଜେଡିର ବୈଠକ ଶେଷ, ଯୋଗ ଦେଇଥିଲେ ବରିଷ୍ଠ ନେତା ଓ ମନ୍ତ୍ରୀ; ଘୋଷଣାକୁ ଅପେକ୍ଷା।
୪-ଇତିହାସ ସୃଷ୍ଟି କଲେ ନବୀନ ସରକାର,ଦିନକରେ ଲୋକମାନଙ୍କ ସମସ୍ୟା ହେଲା ସମାଧାନ,୬୯୧ ପ୍ରକଳ୍ପକୁ ମିଳିଲା ଅନୁମୋଦନ।
୫-ଓଡ଼ିଶାରେ ଏକୁଟିଆ ଲଢ଼ିବାକୁ ବିଜେପିର ମତ, କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତିକୁ ଅପେକ୍ଷା-ଜୁଏଲ ଓରାମ
୬-ଡ୍ରାଇଭିଂ ଟେଷ୍ଟ ବେଳେ ଜଗିବ ଏଆଇ । ଅଟୋମେଟେଡ ହେଲା ପୂରା ପ୍ରକ୍ରିୟା, ରାଜ୍ୟର ୬ଟି ସ୍ଥାନରେ ଏଆଇ ଡ୍ରାଇଭିଂ ଟେଷ୍ଟିଂ ଆରମ୍ଭ।
୭-କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ ଜେନା, ୬ ବର୍ଷ ପରେ ହେଲା ଘର ବାହୁଡ଼ା।
୮-କେନ୍ଦ୍ରାପଡ଼ା:ବିଜୟ ମହାପାତ୍ରଙ୍କ ଗଡ଼ରେ ବୁଲୁଛନ୍ତି ପୁଅ ଅରବିନ୍ଦ, ବିଜେଡିରେ ମିଶିବା ନେଇ ଜୋର ଧରିଛି ଚର୍ଚ୍ଚା।
୯-ଭୁବନେଶ୍ୱର:୮ରୁ ନିୟମିତ ଗଢ଼ିବ ପାରାଦୀପ -କେନ୍ଦୁଝର ଗଡ଼ ପାସେଞ୍ଜର।
୧୦-ଭଦ୍ରକ:ଜାଗର ପାଇଁ ଚଳଚଞ୍ଚଳ ଆଖଣ୍ଡଳମଣି ପୀଠ, ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ହୋଇଛି ବ୍ୟାପକ ବନ୍ଦୋବସ୍ତ।
୧୧-ଭୁବନ କଲେଜ ରୋଡ଼:୧୫ଶହ ଟଙ୍କା ଦେଇ ୯୦ ହଜାର ଲୁଟିଲେ, ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ଦେଇଥିଲେ ନିଶା ।
୧୨-କେନ୍ଦୁଝର:ବହୁ ଚର୍ଚ୍ଚିତ ରାମ ବେହେରା ହତ୍ୟାକାଣ୍ଡ, ୫ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ।
୧୩-ଖେଲୋ ଇଣ୍ଡିଆ ମେଡାଲ ବିଜେତାଙ୍କୁ ମିଳିବ ସରକାରୀ ନିଯୁକ୍ତି । ସରକାରୀ ନିଯୁକ୍ତି ଲାଗି ଆବେଦନ କରିପାରିବେ କ୍ରୀଡ଼ାବିତ୍ । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ କଲା ଘୋଷଣା ।
୧୪-ଧର୍ମଶାଳା: ଆଜିଠୁ ଭାରତ – ଇଂଲଣ୍ଡ ଅନ୍ତିମ ଟେଷ୍ଟ। ପ୍ରସାରଣ:ସକାଳ ୯ଟା ୩୦ରୁ ସ୍ପୋଟର୍ସ ୧୮ରେ।
୧୫-ନୂଆ ଦିଲ୍ଲୀ:୯୪ ଜଣ ବିଶିଷ୍ଟ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି।
୧୬-ମଧ୍ୟପ୍ରଦେଶ:ଜରୁରୀକାଳୀନ ଅବତରଣ ସମୟରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ଆହତ।
୧୭-ରାୟବରେଲିରୁ ଲଢିବେ ପ୍ରିୟଙ୍କା, ଆମେଠି ଏବଂ ୱାୟନାଡରୁ ନିର୍ବାଚନକୁ ଓହ୍ଲାଇବେ ରାହୁଲ ଗାନ୍ଧୀ !
୧୮-ରାହୁଲ ଗାନ୍ଧିଙ୍କୁ ନିର୍ବାଚନ କମିଶନଙ୍କ ପରାମର୍ଶ, ପିକ ପକେଟ ଓ ପନୌତି ଭଳି ମନ୍ତବ୍ୟରୁ ଦୂରେଇ ରୁହନ୍ତୁ।
୧୯-ସର୍ବକାଳୀନ ଉଚ୍ଚସ୍ତରରେ ଶେୟାର ବଜାର: ପ୍ରଥମ ଥର ପାଇଁ ୭୪୦୦୦ ପାର ନିଫ୍ଟି।
୨୦-ପାଣି ତଳେ ଚାଲିଲା ମେଟ୍ରୋ । ପଶ୍ଚିମବଙ୍ଗରେ ଅଣ୍ଡରୱାଟର ମେଟ୍ରୋ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ।
![]()
