ତାରିଖ :୧୬/୦୧/୨୪, ମଙ୍ଗଳବାର
୧-ବେଦ ମନ୍ତ୍ରରେ କମ୍ପୁଛି ଶ୍ରୀକ୍ଷେତ୍ର, ନବୀନଙ୍କ ନିବେଦନ:ଘରେ ଘରେ ଦୀପ ଜାଳିବା,ଘଣ୍ଟ ବାଡ଼େଇ ଶଙ୍ଖ ଫୁଙ୍କିବା,ନାମ ସଂକୀର୍ତ୍ତନ କରିବା।
୨-ଝଲସୁଛି ଶ୍ରୀକ୍ଷେତ୍ର, ଅଠର ନଳା ଠାରୁ ଶ୍ରୀମନ୍ଦିର ଯୁଆଡେ ଚାହିଁଲେ ନୂଆ ନୂଆ ଦିଶୁଛି।
୩-ଆଉ ୪ରୁ ୫ଦିନ ଘନ କୁହୁଡି ନେଇ ଆଇଏମଡିର ପୂର୍ବାନୁମାନ।
୪-ଭୁବନେଶ୍ୱର:ଆଜିଠାରୁ ଗାଁରେ ବୁଲିବ ପାଣି ପଞ୍ଚାୟତ ରଥ।
୫-ମକରରେ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କଲେ ୫୦ ହଜାର ଶ୍ରଦ୍ଧାଳୁ।
୬-ପୁରୀ:ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ମୁତୟନ ହେବେ ୮୦ ପ୍ଲାଟୁନ୍ ଫୋର୍ସ, ସଭାସ୍ଥଳ ଓ ଯଜ୍ଞସ୍ଥଳକୁ ପାସ୍ ଥିବା ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି।୭-ଦେଓଗାଁ:ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା। ଯାତ୍ରାରେ ଅସମ୍ଭାଳ ଭିଡ଼ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା।
୮-ଆଠଗଡ଼: ଓଡ଼ିଶାରେ ରାଜସ୍ଥାନୀ ଚୋରଣି , ଭିଡ଼ ଭିତରେ ଲୋକ ଗହଳିର ଫାଇଦା ଉଠାଇ ଲୁଟୁଛନ୍ତି ମନି ପର୍ସ ଓ ମୋବାଇଲ।
୯-ବାଲେଶ୍ଵର:ବାଲେଶ୍ୱରରୁ ଏଟିଏମ ଲୁଟି ହରିୟାଣାରୁ ଧରା ହେଲେ ଲୁଟେରା।
୧୦-ବରଗଡ଼ ପାଲଟିଲା ମଥୁରା ନଗରୀ, ଅମ୍ବାପଲ୍ଲୀ ହେଲା ଗୋପପୁର:ଆରମ୍ଭ ହେଲା ବରଗଡ ଧନୁଯାତ୍ରା।
୧୧-କେସିଙ୍ଗା:ବନ୍ଦ ହେବା ସ୍ଥିତିରେ କୋଣାର୍କ ସୂତାକଳ । କପା ଅମଳ କରି ଦୋ-ଛକିରେ ଚାଷୀ । ରୋଜଗାର ହରାଇ ଦୁର୍ଦିନରେ କାଳ କାଟୁଛନ୍ତି କର୍ମଚାରୀ।
୧୨-କଟକରେ ଚାଇନା ଗୁଡି ସୂତା ଲାଗି ଦୁଇ ବାଇକ୍ ଆରୋହୀ ଆହତ।
୧୩-ଗାଁ ଗାଁ ଓ ଘରେ ଘରେ ପହଞ୍ଚିବ ପାଣିପାଗ ଖବର, ଲୋକାର୍ପିତ ହେଲା ସ୍ଵତନ୍ତ୍ର ଆପ୍ PMS।
୧୪-ରେଳର ସୁରକ୍ଷିତ ପରିଚାଳନା ପାଇଁ ଏଥର ସମସ୍ତ ରେଳ ଇଂଜିନରେ ଲାଗିବ ବ୍ଲାକ୍ବକ୍ସ।
୧୫-ସେୟାର ବଜାରରେ ନୂଆ ରେକର୍ଡ, ୭୩ ହଜାର ଉପରେ ସେନସେକ୍ସ, ଦୁଇ ଦିନରେ ନିବେଶକଙ୍କ ଲାଭ ୬ ଲକ୍ଷ କୋଟି ଟଙ୍କା
୧୬-ନିଜର ଡିଫେକ୍ ଭିଡିଓ ଭାଇରାଲ ନେଇ ଦୁଃଖ ପ୍ରକାଶ କଲେ ସଚିନ ତେନ୍ଦୁଲକର, କେନ୍ଦ୍ରମନ୍ତ୍ରୀ କହିଲେ ତୁରନ୍ତ ହେବ କଡ଼ା ନିୟମ।
୧୭-ଅଯୋଧ୍ୟା ରାମ ମନ୍ଦିରରେ ପ୍ରତିଷ୍ଠା ହେବେ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ନିର୍ମିତ ରାମ ଲାଲାଙ୍କ ପ୍ରତିମୂର୍ତ୍ତି।
୧୮-ନୂଆ ଦିଲ୍ଲୀ:୯ ବର୍ଷରେ ଦାରିଦ୍ର୍ୟ କବଳରୁ ମୁକୁଳିଛନ୍ତି ୨୫ କୋଟି ଲୋକ: ରିପୋର୍ଟ
୧୯-ବହୁପ୍ରତିକ୍ଷିତ ବଲିଉଡ ସିନେମା ଫାଇଟରର ପ୍ରଥମ ଟ୍ରେଲର ରିଲିଜ: ଦର୍ଶକଙ୍କ ମନ ଜିତିଲା କଳାକାରଙ୍କ ଡାଇଲଗ ଓ ଲୁକ।
୨୦-ଫେବୃଆରୀ ୮ ରେ ହିଁ ହେବ ନିର୍ବାଚନ : ପାକିସ୍ତାନ ନିର୍ବାଚନ ଆୟୋଗର ବଡ ନିଷ୍ପତି ।
![]()
