ଢେଙ୍କାନାଳ :୦୬/୦୮- ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଗଣେଶ ପୂଜା ପସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ବୈଠକରେ ଯୋଗଦେଇ ଜିଲ୍ଲାପାଳ କିଭଳି ପୂଜା ଓ ଭସାଣି ଉତ୍ସବ ଶାନ୍ତି ଓ ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ l ଏହି ବର୍ଷ ଗଣେଶ ପୂଜାରେ ୩୮ ଗୋଟି ମେଢ଼ ହେଉଥିବା ବେଳେ ପୂଜା ଅଗଷ୍ଟ ୨୭ ରେ ଆରମ୍ଭ ହେବ ଓ ଭସାଣି ଉତ୍ସବ ସେପ୍ଟେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ l ବୈଠକ ପ୍ରାରମ୍ଭରେ ଉପଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହାପରେ ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀ ନବୀନ ଦଳାଇ ଆଲୋଚନା ଆରମ୍ଭ କରିଥିଲେ l ଆଇନ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନଵ ସୋନକର ସମସ୍ତ ପୂଜା କମିଟିର ସହଯୋଗ କାମନା କରିଥିଲେ l ଏଥିସହିତ ଭସାଣି ଦିନ ଶୋଭାଯାତ୍ରାରେ ଯାଉଥିବା ମେଢ଼ ମାନଙ୍କ କ୍ରମାଙ୍କ ପାଇଁ ହେଉଥିବା ଲଟେରୀ ବ୍ୟବସ୍ଥା କୁ କଡାକଡି ଭାବେ ପାଳନ କରିବାକୁ ସେ କହିଥିଲେ l ବିଦ୍ୟୁତ ବିଭାଗ ର ପ୍ରସ୍ତୁତି ସ୍ୱରୂପ ଯେଉଁ ଇଲେକ୍ଟ୍ରି ତାର ରେ ଗଛ ଗୁଡିକ ର ଡାଳ ଲମ୍ବିଥିବ ସେଗୁଡିକ କାଟିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ପୂଜା ଓ ଭସାଣି ସମୟରେ ସ୍ୱାସ୍ଥ୍ୟ ସେବା ଓ ପାନୀୟ ଜଳ ଯୋଗାଣ ଉପରେ ଧ୍ୟାନ ଦେବାକୁ ମଧ୍ୟ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୌରପାଳିକା ଅଞ୍ଚଳରେ ଭସାଣି ପୂର୍ବ ଦିନ ଓ ଭସାଣି ଦିନ ମଦ ଦୋକାନ ବନ୍ଦ ରହିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା l କାଠଶଙ୍ଖ ପୋଖରୀ, କୁଞ୍ଜକାନ୍ତ ପୋଖରୀ, ଜେଲ ପୋଖରୀ ରେ ଗଜାନନଙ୍କ ମୂର୍ତ୍ତି ଗୁଡିକର ମେଲାଣି କରାଯିବ l ତେଣୁ ସେସବୁକୁ ବ୍ୟବସ୍ଥିତ କରିବା ସହିତ ପୂଜା ଓ ଭସାଣି ସମୟରେ ସ୍ୱଚ୍ଛତା କୁ ପ୍ରାଥମିକତା ଦେବାପାଇଁ ପୌରପାଳିକା ର ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଧନ୍ୟବାଦ ଅର୍ପଣ କରିଥିଲେ l ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠି, ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ, ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକର୍ତ୍ତା ବୃନ୍ଦ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥଇଥିଲେ l *ଢେଙ୍କାନାଳରୁ ବିଜ୍ଞାନ ମହାନ୍ତିଙ୍କ ରିପୋର୍ଟ ଆଦର୍ଶ ପ୍ଲସ*
![]()
