ଓଡାପଡା : ୦୭/୦୮/୨୦୨୫
ଢେଙ୍କାନାଳ ଜିଲ୍ଲାର ଉଭୟ ହିନ୍ଦୋଳ ଓ ଓଡାପଡା ତହସିଲ ଅଞ୍ଚଳର ବେଆଇନ ଲଘୁଖଣିଜ କାରବାରକୁ ରୋକ ଲଗାଇବାକୁ ଉଭୟ ରାଜସ୍ବ ବିଭାଗ ଓ ଖଣିଜ ବିଭାଗର ଅନୁମୋଦନ କ୍ରମେ ସେ ସମୟରେ ହିନ୍ଦୋଳ ତହସିଲଦାର ଅଜୟ କୁମାର ମଲ୍ଲିକ ଓଡାପଡା ତହସିଲ ଅନ୍ତର୍ଗତ ଵଦଳୋ ବରମୁଣ୍ଡା ଛକ ନିକଟରେ ଲକ୍ଷାଧିକ ଟଙ୍କାର ଅଟକଳ ବ୍ୟୟ ବରାଦ କରି ଏକ ଟୋଲଗେଟ ଗୃହ ନିର୍ମାଣ କରିଥିଲେ। କିପରି ସେଠାରେ ଟୋଲଗେଟ କରି ବେଆଇନି ଲଘୁ ଖଣିଜ କାରବାରକୁ ରୋକାଯାଇ ପାରିବ ଏବଂ ହିନ୍ଦୋଳ ଗୁଡି଼ଆ କାଟେଣୀ MDR 19 A ରାସ୍ତାରେ ଦୈନିକ କେତେ ଗାଡ଼ିରେ କେତେ ଲଘୁ ଖଣିଜ କାରବାର ହେଉଛି ତାହାର ଟିକିନିକି ଯାଞ୍ଚ କରାଯାଇ ସରକାରୀ ରାଜସ୍ବକୁ ମାଫିଆ ମାନଙ୍କଠାରୁ ରକ୍ଷା କରାଯିବ ଏହାର ମୁଖ୍ୟ ଉଦେଶ୍ୟ ଥିଲା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହା ଯେ ଗୃହ ନିର୍ମାଣର ଆଜକୁ ଦଶ ବର୍ଷ ହୋଇ ଥିଲେ ମଧ୍ୟ ଏଯାଏଁ ତାହା କାର୍ଯ୍ୟକ୍ଷମ ହୋଇପାରିଲାନି। ଯେଉଁଥିରେ ବେଆଇନି ଲଘୁ ଖଣିଜ ଯାଞ୍ଚ କରିବାତ ଦୂରର କଥା ଏଯାଏଁ ସେହି ଟୋଲ ଗେଟ ଗୃହର କବାଟ ମଧ୍ୟ ଖୋଲାଗଲାନି କି ଏଯାଏଁ କୌଣସି ଅଧିକାରୀ ଏହି ସମ୍ବଦ୍ଧରେ ଖବର ମଧ୍ୟ ନେଉ ନଥିବା କଥା ସର୍ବସାଧାରଣରେ ଆଲୋଚନା ହେଉଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହାଯେ ଲକ୍ଷାଧିକ ଟଙ୍କାର ଅଟକଳ ବ୍ୟୟ ବରାଦରେ ହୋଇଥିବା ଏହି ଗୃହଟି ରାଜସ୍ବ ବିଭାଗ କାହିଁକି ନିର୍ମାଣ କରିବାକୁ ଅନୁମତି ଦେଇଥିଲା, ଏହା ବର୍ତ୍ତମାନ କେଉଁ କାମରେ ଲାଗୁଛି ଏହାର ସଠିକ ସୂଚନା ସମ୍ପୃକ୍ତ ଅଧିକାରୀ ଙ୍କ ପାଖରେ ମଧ୍ୟ ରହୁନି ବାସ୍ତବରେ ଏହା ସରକାରୀ ରାଜସ୍ବ ବଞ୍ଚାଇବାକୁ କରାଯାଇଛି ନାଁ କେବଳ ପ୍ରଦର୍ଶନ ପାଇଁ ଏକ ପ୍ରହସନ ତିଆରି କରି ସରକାର ମାଫିଆଙ୍କୁ ଜାଣି ଜାଣି ପ୍ରଶୟ ଦେବା ପାଇଁ ଟୋଲଗେଟ ଟିକୁ ଜାଣି ଜାଣି ଅଚଳ କରାଯାଉଛି ତାହା ଏବେ ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି। ତେବେ ମିଳିଥିବା ସୂଚନା ଅନୁସାରେ ହିନ୍ଦୋଳ ତହସିଲ ଅଂଚଳର ଗଣ୍ଡନାଳୀ ଓ ଓଡାପଡା ର ଗଦାଶୀଳା ଏବଂ ହିନ୍ଦୋଳ ଢେଙ୍କାନାଳ ର ଶେଷ ସୀମା ମହୀଧରପୁର ଠାରେ ଏମିତି ତନଖି ଫାଟକ ନିର୍ମାଣ କରି ଜଣେ ଅବସର ସେନା କର୍ମଚାରୀ, ଜଣେ ବିଭାଗ କର୍ମଚାରୀ ଏବଂ ଜଣେ ରାଜସ୍ବ ବିଭାଗର କର୍ମଚାରୀ ନିଯୁକ୍ତି ହୋଇ ନିୟମିତ କେତେ ଲଘୁ ଖଣିଜ ଉତ୍ତଳନ ହେଉଛି ତାହାର ସଠିକ ଯାଞ୍ଚ କରାଯିବ ଏ ବାବାଦରେ କିଛି ଅଧିକ ସୂଚନା ପାଇଁ ହିନ୍ଦୋଳ ତହସିଲଦାର ମହୋଦୟଙ୍କ ଫୋନ ଯୋଗେ ପ୍ରତିକ୍ରିୟା ନେବାରୁ ତହସିଲଦାର ସୂଚନା ଦେଲେଯେ ଆମ ପାଖରେ ତନଖି ଫାଟକ ବାବଦରେ ସୂଚନା ଅଛି ତାହା ପୁନଃ ମରାମତି ହୋଇ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ। ତେବେ ସରକାରଙ୍କୁ ପ୍ରଶ୍ନ ଯଦି ଜଣେ ଲଘୁ ଖଣିଜ ଲିଜ ଧାରିଙ୍କୁ ବାର୍ଷିକ ଏକ ହଜାର ସିଏମ ର ଖଣିଜ ଦ୍ରବ୍ୟ ଉତ୍ତଳନ କରିବାର ଅନୁମତି ଦିଆଯାଉଅଛି ତେବେ କିପରି ଦୈନିକ ହଜାର ହଜାର ଟ୍ରିପର ଲଘୁ ଖଣିଜ ହଡପ ହେଉଛି, ଏବଂ ଦଶ ବର୍ଷ ହେବ ତନଖି ଫାଟକ ନିର୍ମାଣ ହେବା ପରେବି କାହିଁକି ଏଯାଏଁ କାର୍ଯ୍ୟକାରୀ ହେଉନି ଅବା ଜାଣି ଜାଣି ପ୍ରଶାସନ ଚାନ୍ଦା ଆଦାୟ କରିବାପାଇଁ ତନଖି ଫାଟକକୁ ଅଚଳ କରିଦେଉଛନ୍ତି। ତେବେ ଯଥାଶୀଘ୍ର ତନଖି ଫାଟକକୁ କାର୍ଯ୍ୟକାରୀ କରିବାକୁ ସାଧାରଣରେ ଜୋର ଧରିଛି ।
ଓଡାପଡାରୁ ଗୋପବନ୍ଧୁ ବାରିକଙ୍କ ରିପୋର୍ଟ ଆଦର୍ଶ ପ୍ଲସ
![]()
