ହୀରାସାଗର ଦୈନିକ ମାର୍କେଟଠାରେ ତ୍ରିନାଥ ଦେବଙ୍କ ୩୫ତମ ମକର ମହୋତ୍ସବ

Adarsha Plus love with social

ଢ଼େଙ୍କାନାଳ,୧୫।୦୧।୨୪: ସହରସ୍ଥିତ ହୀରାସାଗର ଦୈନିକ ମାର୍କେଟ୍ ନଂ-୧ ଠାରେ ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ୩୫ତମ ମକରସଂକ୍ରାନ୍ତି ମେଳା ସମସ୍ତ ବ୍ୟବସାୟୀବୃନ୍ଦଙ୍କୁ ନେଇ ମହା ସମାରୋହରେ ପାଳନ ହୋଇଯାଇଅଛି । ଏହି ମେଳା ପ୍ରାୟ ବିଗତ ୧୯୯୦ ମସିହା ଠାରୁ ହୋଇଆସୁଅଛି । ଏଥରେ ତ୍ରିନାଥ ଠାକୁରଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ହୋଇଥାଏ। ପ୍ରାତଃ ଠାରୁ ମଙ୍ଗଳଆଳତୀ, ସୂର୍ଯ୍ୟପୂଜା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇ ମକର ଚାଉଳ ଭୋଗ, ଫଳଭୋଗ, ମିଷ୍ଠାନ୍ନ ଭୋଗ ଲାଗି କରାଯାଇଥିଲା ।ମହିଳା ସଂକୀର୍ତନ ମଣ୍ଡଳୀ ଦ୍ବାରା ଭଜନ କୀର୍ତ୍ତନ କରାଯାଇଥିଲା । ମାର୍କେଟ୍‌ର ସମସ୍ତ ସଦସ୍ୟଙ୍କ ସହଯୋଗରେ ସଂଧ୍ୟାରେ ମେଳାକୁ ଉଦ୍‌ଯାପନ କରାଯିବା ପରେ ସହରର ଶତାଧିକ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ଏହି ଉତ୍ସବରେ ମା’ ଦକ୍ଷିଣକାଳୀ ମାତୃ ମଣ୍ଡଳୀ ନାମ ସଂକୀର୍ତନର ଅଞ୍ଜନା ଭୋଳ ଓ ଅଢେଇ ଗୁଣ୍ଡ ବୁଢାବୁଢୀ ମାତୃ ମଣ୍ଡଳୀ ନାମ ସଂକୀର୍ତନର ପ୍ରଣତୀ ବେହେରା ଦୁଇଦଳ ରାଧାକୃଷ୍ଣଙ୍କ ରାସ ବିଷୟ ବସ୍ତୁ ଉପରେ କୀର୍ତନ ପରିବେଷଣ କରିଥିଲେ। ମାର୍କେଟ୍‌ର ବ୍ୟବସାୟୀ ତଥା ସଦସ୍ୟମାନଙ୍କର ଉନ୍ନତି କାମନା ଉଦ୍ଦେଶ୍ୟରେ ହରିବୋଲ ଓ ହୁଳହୁଳି ଦିଆଯାଇଥିଲା ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!