ଢ଼େଙ୍କାନାଳ : ତା ୨୧/୦୧/୨୦୨୪ ରିଖ ଦିନ ସଦର ବ୍ଲକ୍ ଅନ୍ତର୍ଗତ ସିଆରିଆ ଗ୍ରାମର କ୍ଲବ୍ କେନ୍ଦ୍ରରେ ନିୟୁ ଇଣ୍ଡିଆ ଆନୁକୂଲ୍ୟ ରେ ସମାଜସେବୀ ମନୋସ୍ମିତା (ଲିଜା) ଓ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏକ ମାଗଣା ସ୍ଵାସ୍ଥ୍ୟ ଚିକିତ୍ସା ଏବଂ ଔଷଧ ବିତରଣ ଶିବିର ସକାଳ ୯ ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲୁ ରହିଥିଲା । ଉକ୍ତ ଶିବିରକୁ ଅନୁଗୁଳ କୋ-ଅପରେଟିଭ୍ ବ୍ୟାଙ୍କ ନିର୍ଦ୍ଦେଶକ ତଥା ଢେଙ୍କାନାଳ ସଦର ବିଧାୟକଙ୍କ ପ୍ରତିନିଧି ନରୋତମ ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଆୟୋଜକ ଭାବରେ କଟକର ୟୁନିୟନ୍ ବ୍ୟାଙ୍କ ଆଂଚଳିକ ମୁଖ୍ୟ ସରୋଜ କୁମାର ରାଉତ, ୟୁନିୟନ ବ୍ୟାଙ୍କ ଢେଙ୍କାନାଳ ଶାଖାର ପରିଚାଳକ ପବନି ପ୍ରସାଦ ପୃଷ୍ଟି, ଆଇନ୍ଜୀବୀ ଯଯାତି କିଶୋର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଏହି ଶିବିରରେ ଡା, ଅବନୀ କୁମାର ନନ୍ଦ, ଡା. ନାରାୟଣ ସିଂ କୁଡାଡା, ଡା. ରଶ୍ମୀ ବେହେରା, ଡା. ସୁଚିସ୍ମିତା ଶତପଥୀ ଏବଂ ଔଷଧ ବିତରକ ଭାବରେ ଫାର୍ମାସିଷ୍ଟ ସୁଧାକର ସାହୁ, ରକ୍ତ ନମୁନା ପରୀକ୍ଷକ ଭାବେ ଏଲ୍.ଟି.ନିବାରଣ ବେହେରା, ସ୍ୱାସ୍ଥ୍ୟ ସେବିକା ରଶ୍ମିତା ସ୍ୱାଇଁ ପ୍ରମୁଖ ସହଯୋଗ କରି ରୋଗୀ ସେବାରେ ନିଜକୁ ନିୟୋଜିତ କରିଥିଲେ । ଉକ୍ତ ଚିକିତ୍ସା ଶିବିରରେ ତାଳବରକୋଟ, ନଡିଆଳି, ଗୋବିନ୍ଦପୁର ଗ୍ରାମପଂଚାୟତ ର ୮୫୦ରୁ ଉର୍ଦ୍ଧ୍ବ ରୋଗୀ ମାଗଣାରେ ଚିକିତ୍ସା ହେବା ସହ ମାଗଣାରେ ଔଷଧ ଗ୍ରହଣ କରି ଚିକିତ୍ସକଙ୍କ ଠାରୁ ପରାମର୍ଶ ଗ୍ରହଣ କରିଥିଲେ । ଉକ୍ତ ଶିବିରଟିକୁ ନିୟୁ ଇଣ୍ଡିଆ ଅନୁଷ୍ଠାନର ସମ୍ପାଦକ ଶେଷଦେବ ରାଉତ ଓ ଅନୁଷ୍ଠାନର କର୍ମକର୍ତା ଏବଂ ସମାଜସେବୀ ମନୋସ୍ମିତା (ଲିଜା) ପରିଚାଳନା କରିଥିଲେ ।
![]()
