କାମାକ୍ଷାନଗର : ୩୦/୦୫/୨୫;-କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପଟନାୟକଙ୍କ ପରଲୋକ।ଦିର୍ଘଦିନ ହେବ ଅସୁସ୍ଥ ଥିବା କାରଣରୁ ଚିକିତ୍ସା ଜାରି ରହିଥିଲା।ଗତକାଲି ଅଧିକ ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ବିଳମ୍ବିତ ରାତିରେ ପରଲୋକ ହୋଇଥିବା ଜଣାପଡିଛି।ସେ ତିନି ଥର ଭାବେ କାମାକ୍ଷାନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ଓଡିଶାରୁ ପ୍ରଥମ ବିଧାୟକ ଭାବେ ବିଜେପି ଦଳରୁ ବିଜୟି ହୋଇ ଏକ ରେକର୍ଡ ମଧ୍ୟ ସୃଷ୍ଟି କରିପାରିଥିଲେ।ତାଙ୍କ ସମୟରେ କାମାକ୍ଷାନଗରରେ ଶିକ୍ଷା କ୍ଷେତ୍ରରେ ବହୁ ଉର୍ନତି ହୋଇଥିଲା।୧୯୭୭ ରୁ୮୦ ମସିହା ପର୍ଯ୍ୟନ୍ତ ଜନତା ପାର୍ଟି, ୮୫ ରୁ ୯୦ ପର୍ଯ୍ୟନ୍ତ ବିଜେପି ର ଓଡିଶା ରେ ପ୍ରଥମ ବିଧାୟକ ଓ ବିଜୁ ପଟ୍ଟନାୟକ ଙ୍କ ସମୟରେ ୯୦ରୁ ୯୫ ପର୍ଯ୍ୟନ୍ତ ଜନତା ଦଳରୁ ବିଧାୟକ ହୋଇଥିଲେ। ଶିକ୍ଷା କ୍ଷେତ୍ରରେ ସେ ଅନେକ କିଛି କାର୍ଯ୍ୟ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ରେ କରିଯାଇଛନ୍ତି l ବିଶେଷ କରି କାମାକ୍ଷାନଗର ମହିଳା ମହାବିଦ୍ୟାଳୟ,ବିରାଶାଳ ଆଞ୍ଚଳିକ ମହାବିଦ୍ୟାଳୟ,ଭୂବନ ମହିଳା ମହାବିଦ୍ୟାଳୟ,ପରି ୧୫ରୁ ଊର୍ଧ୍ବ ଶିକ୍ଷା ଅନୁଷ୍ଠାନ ତାଙ୍କ ଚେଷ୍ଟାରେ ନିର୍ମିତ ହୋଇଥିଲା। କାମାକ୍ଷାନଗରରୁ ଅସିତ୍ କୁମାର ସାହୁ ଙ୍କ ରିପୋର୍ଟ ଆଦର୍ଶ ପ୍ଲସ୍ l
![]()
