ପରଜଙ୍ଗ:୨୨/୦୬/୨୫:ବ୍ଲକ ସ୍ତରୀୟ ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ।ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରେ ବ୍ଲକ ସ୍ତରୀୟ ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରରିପେକ୍ଷିରେ ରବିବାର ପରଜଙ୍ଗ ଗ୍ରାମ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଅଷ୍ଟମ, ନବମ,ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ବିଚାରକ ଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଯୁଗଳ କିଶୋର ନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୀଲ୍ଲିପ କୁମାର ପଣ୍ଡା , ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠର ଶିକ୍ଷକ ରୂପେଶ କୁମାର ଖଟୁଆ ଉପସ୍ଥିତ ରହିଥିଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଧୂପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତରୁଣ ପୀଢ଼ିର ଚିନ୍ତା ଓ ଚେତନା ଅନନ୍ୟ ପରିପ୍ରକାଶ ପାଇଁ “ସମାଜ ” ର ଅଭିନବ ପ୍ରୟାସ କୁ ନେଇ “ଗୋପବନ୍ଧୁଙ୍କ ସ୍ଵପ୍ନର ଓଡିଶା ” ବିଷୟ ଉପରେ ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ନିଜର ବକ୍ତୃତା ରହିଥିଲେ। ଏହି ପ୍ରତିଯୋଗୀତାରେ ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠର ସତ୍ୟମ୍ ପ୍ରିତମ ଖିଲାର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ବିତୀୟ ସ୍ଥାନରେ ଗେଙ୍ଗୁଟିଆ ପଞ୍ଚାୟତ ଉଚ୍ଚବିଦ୍ୟାଳୟର ଛାତ୍ରୀ ବିଶ୍ଵଜିତା ପ୍ରଧାନ ଓ ତୃତୀୟ ସ୍ଥାନରେ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠର ପ୍ରଜ୍ଞାଜିତ୍ ବିଶ୍ୱାଳ ସଫଳ ହାସଲ କରିଛନ୍ତି। ପ୍ରତିଯୋଗିତାରେ କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ଟ୍ରଫି, ମାନପତ୍ର, ଅର୍ଥରାଶି ସଙ୍ଗକୁ ଫୋଲତୋଡା ଦେଇ ପୁରସ୍କୃତ କରାଇଥିଲେ। ଗୋପବନ୍ଧୁଙ୍କ ସ୍ଵପ୍ନର ଓଡିଶା ଗଠନ କରିବା ଦିଗରେ ଆଗାମୀ ଯୁବପିଢି ସାକ୍ଷାର କରିବେ ଏବଂ ପ୍ରତିଯୋଗିତାରେ ପରଜଙ୍ଗ ବ୍ଲକର ନାମକୁ ରାଜ୍ୟସ୍ତରରେ ପହଞ୍ଚିବ ସେ ଦିଗରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଛାତ୍ରଛାତ୍ରୀ ମାନଙ୍କୁ ଅଭିଭାଷଣରେ ମତପ୍ରକାଶ କରିଥିଲେ। ପ୍ରତିଯୋଗିତା କାର୍ଯ୍ୟକ୍ରମ ମଞ୍ଚକୁ ବିଦ୍ୟାପୀଠର ଶିକ୍ଷକ ଦୀଲ୍ଲିପ କୁମାର ମହାପାତ୍ର ପରିଚାଳନା କରୁଥିବା ବେଳେ ଯୁବ ଖବରଦାତା ଅମନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ଗଡ଼ନାୟକ, ପ୍ରଶାନ୍ତ କୁମାର ସାହୁ ,ସରୋଜ କୁମାର ସାହୁ ସହଯୋଗ କରିଥିଲେ। ସମାଜ ପରଜଙ୍ଗ ବ୍ଲକ ଖବରଦାତା ଶାନ୍ତନୁ କୁମାର ଭୁକ୍ତା ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରଜଙ୍ଗ ରୁ ଅଶୋକ ପଣ୍ଡା ଙ୍କ ରିପୋର୍ଟ ଆଦର୍ଶ ପ୍ଲସ।
![]()
