ପରଜଙ୍ଗ:୨୨/୦୬/୨୫: ଗୋରୁ ବୋଝେଇ ବୋଲେରୋ ସମେତ ଦୁଇ ବାଇକ୍ ଜବତ,୨୬ ଗୋରୁ ଉଦ୍ଧାର
ପରଜଙ୍ଗ: ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧିନସ୍ଥ ଝରଣବାହାଳ ଗ୍ରାମ ଜଙ୍ଗଲରୁ ଶନିବାର ରାତିରେ ପୁଲିସ ଚଢ଼ାଉ କରି ଗୋରୁ ବୋଝେଇ ବୋଲେରୋ (ଓଆର-୦୯-ଏନ-୫୮୧୯) ସହ ଦୁଇଟି ମୋଟର ସାଇକେଲ ଜବତ କରିଛି। ସୂଚନା ମୁତାବକ ଝରଣବାହାଳ ଗ୍ରାମ ଜଙ୍ଗଲରେ କିଛି ଗୋ ମାଫିଆ ବିଭିନ୍ନ ଅଞ୍ଚଳରୁ ଗୋରୁ ସଂଗ୍ରହ କରି କେନ୍ଦୁଝର ଦେଇ ପଶ୍ଚିମବଙ୍ଗ ରାଜ୍ୟକୁ ଚାଲାଣ କରିବା ପାଇଁ ଗଛିତ ରଖିବା ସହିତ ବୋଲେରୋ ଗାଡିରେ ଭର୍ତ୍ତି କରିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ପରଜଙ୍ଗ ଥାନା ଅଧିକାରୀ ଦାୟିତ୍ଵରେ ଥିବା ଉପନିରକ୍ଷକ ଦେବଗ୍ରାହି ମହାନ୍ତିଙ୍କ ନେତୃତ୍ବରେ ଅତିରିକ୍ତ ଉପନୀରିକ୍ଷକ ଯୁଗଳ ପ୍ରଧାନ ଓ ପୁଲିସ ବାହିନୀ ଅତର୍କିତ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ଗୋରୁ ମାଫିଆ ମାନେ ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିଲେ। ବୋଲେରୋ ଗାଡିରେ ଭର୍ତ୍ତି ଗୋରୁ ମାନଙ୍କୁ ଉଧାର କରିବା ସହ ଗଛିତ ରହିଥିବା ଗୋରୁଙ୍କୁ ପୁଲିସ ଉଧାର କରିଛି। ଘଟଣାସ୍ଥଳରେ ଥିବା ବୋଲେରୋ ଗାଡି ଓ ଦୁଇଟି ମୋଟରସାଇକେଲ ଜବତ କରି ଦଦରାଘାଟି ଫାଣ୍ଡି କୁ ଆଣାଯାଇଛି। ଗୋ ଚାଲାଣରେ ସମ୍ପୃକ୍ତ ମାଫିଆ ମାନଙ୍କୁ ଚିହ୍ନଟ କରାଯାଇ ଯଥାଶୀଘ୍ର ଗିରଫ କରାଯିବା ନେଇ ଉପନିରକ୍ଷକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ପରଜଙ୍ଗରୁ ଅଶୋକ ପଣ୍ଡା ଙ୍କ ରିପୋର୍ଟ ଆଦର୍ଶ ପ୍ଲସ।
![]()
