ଅଦ୍ୟ ତା. 09.09.2024 ରିଖ ଦିବା 11 ଘଟିକାରେ ସ୍ଥାନୀୟ ତରଭା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଇତିଶ କୁମାର ବରାଳ ଙ୍କ ଅଧକ୍ଷତା ରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ଦାଶ ପ୍ରାରମ୍ଭ ରେ ଦୀପ ପ୍ରଜ୍ବଳନ କରିବା ସହ ସଭାପତିତ୍ବ କରି ବିଦ୍ୟାଳୟର ପ୍ରାରମ୍ଭ 1st July 1975 ହୋଈ ହାଇସ୍କୁଲ ବୋର୍ଡ଼ ପରିକ୍ଷାରେ ପ୍ରଥମ ବ୍ୟାଚଠାରୁ ୫ ଟି ବ୍ୟାଚ ଛାତ୍ର ଲାଗାତାର ପ୍ରଥମ ଶ୍ରେଣୀରେ ଦୁଇଜଣ ଲେଖାଁଏ ସଫଳ ଭାବେ ଉତ୍ତୀର୍ଣ୍ଣ ହେବା ସହ ସମ୍ପୁର୍ଣ୍ଣ ବିବରଣୀ ଅବଗତ କରାଇଥିଲେ । ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶ୍ରୀ ନଟ କିଶୋର ବିଶ୍ୱାଳ, ପରାମର୍ଶଦାତା ସମିତିର ସଦସ୍ୟ ଶ୍ରୀ ସାରଙ୍ଗଧର ପରିଡ଼ା ଓ ଶ୍ରୀ ହିମାଂଶୁ ରାଉତ ପୂର୍ଣ୍ଣ ସହ ଯୋଗରେ କ୍ରମଶଃ ବିଦ୍ୟାଳୟର ଉନ୍ନତିକରଣ ବିଷୟରେ ଅବଗତ କରାଇଥିଲେ । ପୂର୍ବତନ ଛାତ୍ର ଶ୍ରୀ ଶ୍ରିନିବାସ ଖୁଣ୍ଟିଆ ଓ ଶ୍ରୀ ଦିଜ୍ଵବର ସ୍ୱାଇଁ ଆଗାମୀ 2025 September 27,28 ଏବଂ 29 ତିନିଦିନ ଧରିହେବାକୁ ଯୋଜନା ଥିବା ସୁବର୍ଣ୍ଣ ଜୟନ୍ତୀ ର କାର୍ଯ୍ୟ କ୍ରମର ରୁପରେଖ ସମ୍ଵନ୍ଧରେ ମାର୍ଗଦର୍ଶନ କରିଥିଲେ । ମାନ୍ୟବର ରାଷ୍ଟପତି ମାନ୍ୟବର ରାଜ୍ୟପାଳ ଓଡ଼ିଶାଙ୍କୁ ସମାରୋହ ର ସମାରୋପ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେବାପାଇଁ ସର୍ବସମ୍ମତିକ୍ରମେ ଆଗ୍ରହ ରହିଲା, ଗୋଟିଏ ଛୋଟ ଚମୁ ଶ୍ରୀ ଶ୍ରିନିବାସ ଖୁଣ୍ଟିଆ ତତ୍ତ୍ଵାବଧାନରେ ମାନ୍ୟବର ରାଜ୍ୟପାଳ ଓଡ଼ିଶା ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରିବାପାଇଁ ମାନନୀୟ ସାଂସଦ ଶ୍ରୀରୁଦ୍ରନାରାୟଣ ପାଣି ଓ ଶ୍ରଧେୟ ଖାଉଟି ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ପରାମର୍ଶକ୍ରମେ ସାକ୍ଷାତ କରି ତିଥି ନିର୍ଦ୍ଧାରଣ ପାଇଁ ନିଷ୍ପତି ନିଆଗଲା । ସମସ୍ତ ପୁରାତନ ଛାତ୍ର ସଂସଦ ଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରିବାପାଇଁ ଟୋଲି ନିର୍ମାଣ କରାଗଲା ।ଆଗାମେ ବୈଠକ October 20 ତାରିଖ ରବିବାର ଦିବା ୧୧ ଘଟିକା ବହୁତ ସଂଖ୍ୟାରେ ଯୋଗଦାନ ପାଇଁ ସ୍ଥିରୀକୃତ ହେଇଥିଲା। ତରଭା ଆଖପାଖ ଗ୍ରାମର ପୂର୍ବତନ ଛାତ୍ର ଅମ୍ଵୁଜ ରାଉତ, ସଞ୍ଜୟ ସ୍ବାଇଁ, ସମୀର ସ୍ୱାଇଁ, ବିଚିତ୍ରା ମଲ୍ଲିକ, ଟୁକୁନା ବିଶ୍ଵାଳ,ପ୍ରକାଶ ବିଶ୍ଵାଳ,ଅଭୟ ସ୍ବାଇଁ, ପ୍ରଶାନ୍ତ ସ୍ବାଇଁ ଏବଂ ଶିବଦତ୍ତ ସ୍ୱାଇଁ ସମେତ ଅନେକ ପୂର୍ବ ଛାତ୍ର ଉପସ୍ଥିତ ରହି ପୂର୍ଣ୍ଣସହଯୋଗକରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
![]()
