ଗଞ୍ଜେଇ ଚୋରା ଚାଲାଣ ବେଳେ ଗଞ୍ଜେଇ ବେପାରୀ କୁ ମାଡିବସିଲା ପୋଲିସ

Adarsha Plus love with social

କାମାକ୍ଷାନଗର :୨୨/୦୬/୨୫:ଗଞ୍ଜେଇ ଚୋରା ଚାଲାଣ ବେଳେ ଗଞ୍ଜେଇ ବେପାରୀ କୁ ମାଡିବସିଲା ପୋଲିସ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ।କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ର ଆଳତୁମା ନିକଟରେ ଚୋରା ଗଞ୍ଜେଇ ଚାଲାଣ ବେଳେ ଗଞ୍ଜେଇ ବେପାରୀ ଙ୍କୁ ମାଡିବସିଲା ପୋଲିସ l ୨୬ କିଲୋ ୧୧୫ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣ ଙ୍କୁ ଗିରଫ କରିଛି ପୋଲିସ l ଗିରଫ ଗଞ୍ଜେଇ ବେପାରୀ ଜଣକ ମୋଟଗାଁ ଥାନା ଅଞ୍ଚଳ ର ଜିତେନ୍ଦ୍ର ବେହେରା ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଜିତେନ୍ଦ୍ର ଛେଣ୍ଡିପଦା ଅଞ୍ଚଳ ରୁ ଏକ ବସ୍ତା ରେ ୨୬ କିଲୋ ୧୧୫ ଗ୍ରାମ ଗଞ୍ଜେଇ ଭର୍ତ୍ତି କରି ବସ ଯୋଗେ ଅନଗୁଳ ରୁ ଯାଜପୁର କୁ ଚୋରା ରେ ନେଉଥିଲେ l ଆଳତୁମା ଛକ ନିକଟରେ ବସ ଚେଞ୍ଜ କରି ଅନ୍ୟ ଏକ ବସ ଯୋଗେ ଯାଜପୁର ଯିବାକୁ ବାହାରିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ପୋଲିସ ଆଳତୁମା ଛକ ନିକଟରେ ପହଞ୍ଚି ଜିତେନ୍ଦ୍ର କୁ ଗିରଫ କରିବା ସହ ଗଞ୍ଜେଇ ଭର୍ତ୍ତି ବସ୍ତା କୁ ଜବତ କରିଛି l ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହୋଇଥିବା ନେଇ କାମାକ୍ଷାନଗର ଥାନା ଅଧିକାରୀ ଆଶିଷ ଜେନା ପ୍ରକାଶ କରିଥିବା ବେଳେ ଜିତେନ୍ଦ୍ର ଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି l କାମାକ୍ଷାନଗରରୁ ଅସିତ୍ କୁମାର ସାହୁଙ୍କ ରିପୋର୍ଟ ଆଦର୍ଶ ପ୍ଲସ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!