ଆଜି ତା. ୩୦.୧୧.୨୦୨୩ ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସ୍ଥିତ ବାଙ୍ଗୁରସିଂହ ଗ୍ରାମପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ଅତିଥି ଭାବେ ମାନନୀୟା ଅଧ୍ୟକ୍ଷା ପଞ୍ଚାୟତ ସମିତି ଓଡାପଡା, ଶ୍ରୀମତୀ ସସ୍ମିତା ମହାନ୍ତି, ମାନନୀୟା ଅଧ୍ୟକ୍ଷା ପଞ୍ଚାୟତ ସମିତି ହିନ୍ଦୋଳ, ଶ୍ରୀମତୀ ସସ୍ମିତା ରାଣୀ ନାୟକ, ଯୁଗ୍ମ ଶ୍ରମ ଆୟୁକ୍ତ ଅନୁଗୁଳ ରେଞ୍ଜ, ଅନୁଗୁଳ, ଶ୍ରୀଯୁକ୍ତ ମହେଶ୍ବର ନାଏକ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଢେଙ୍କାନାଳ ଶ୍ରୀମତୀ ମୋନାଲିସା ନାୟକ, ମାନନୀୟ ଉପାଧକ୍ଷ ପଞ୍ଚାୟତ ସମିତି ଓଡାପଡା, ଶ୍ରୀଯୁକ୍ତ ଅମିତାଭ ସ୍ବାଇଁ, ସହକାରୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁରେଶ କୁମାର ସାହୁ, ସରପଞ୍ଚ, ବାଙ୍ଗୁରସିଂହ ଗ୍ରାମ ପଞ୍ଚାୟତ, ଶ୍ରୀମତୀ ଚନ୍ଦ୍ରମା ଦଳାଇ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ସଂଗ୍ରାମ ଦଳାଇ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଢେଙ୍କାନାଳ, ଉକ୍ତ ଶିବିରରେ ସ୍ବାଗତ ଭାଷଣ କରିଥିଲେ । ଶ୍ରୀମତୀ ମୋନାଲିସା ନାୟକ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଢେଙ୍କାନାଳ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶ୍ରୀ ହଳଧର ବରାଳ ସହକାରୀ ଶ୍ରମ ଅଧିକାରୀ, ଢେଙ୍କାନାଳ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ ଉକ୍ତ କାର୍ଯ୍ୟକ୍ରମରେ ୪୩୫ ଜଣ ହିତାକାରୀ ଙ୍କୁ ବିବାହ ସହାୟତା ରାଶି ୨,୧୬,୫୦,୦୦୦/- (ଦୁଇ କୋଟି ଷୋଳ ଲକ୍ଷ ପଚାଶ ହଜାର) ଟଙ୍କ।, ୧୨୫ ଜଣ ହିତାଧିକାରୀ ଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୨,୩୮,୦୦,୦୦୦/- (ଦୁଇ କୋଟି ଅତତିରିଶି ଲକ୍ଷ) ଟଙ୍କା, ୧୧୨ ଜଣ ହିତାଧିକାରୀ ଙ୍କୁ ଅନ୍ତ୍ୟଷ୍ଟି କ୍ରିୟା ଜନିତ ସହାୟତା ରାଶି ୫,୬୦,୦୦୦/- (ପାଞ୍ଚ ଲକ୍ଷ ଷାଠିଏ ହଜାର) ଟଙ୍କା ଏବଂ ୪୭ ଜଣ ହିତାଧିକାରୀ ଙ୍କୁ ଶିକ୍ଷା ସହାୟତା ରାଶି ୩,୧୩,୪୦୦/-(ତିନି ଲକ୍ଷ ତେର ହଜାର ଚାରି ସହ) ଟଙ୍କ ।, ମୋଟ ୭୧୯ ଜଣ ହିତାଧିକାରୀଙ୍କୁ ୪,୬୩,୨୩,୪୦୦/- (ଚାରି କୋଟି ତେଷଠି ଲକ୍ଷ ତେଇଶି ହଜାର ଚାରି ସହ) ଟଙ୍କା, ହିତାଧିକାରୀଙ୍କ ଆକାଉଣ୍ଟ କୁ NEFT/RTGS ମାଧ୍ୟମରେ ପ୍ରଦାନ କରାଯିବ ଏବଂ ୨୮୦ ଜଣ ନୂତନ ଭାବେ ପଞ୍ଜୀକରଣ ହୋଇଥିବା ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ଏବଂ ୫୦ ଜଣ ହିତାଧିକାରୀ ଙ୍କୁ ଓଡିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପରିଚୟ ପତ୍ର ପ୍ରଦାନ କରାଯାଇଅଛି ।
![]()
