ଶୁଭ ସକାଳ

Adarsha Plus love with social

୧୦-ଜୁଲାଇ-୨୦୨୪, ବୁଧବାର

➡️୧-ଆଜି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି । ଆଜିଠାରୁ ଭକ୍ତଙ୍କୁ ୬ ଦିନ ଯାଏ ମିଳିବ ଆଡ଼ପ ଅବଢ଼ା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ଲାଗିଲା ଭକ୍ତଙ୍କ ପ୍ରବଳ ଗହଳି l ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।

➡️୨-ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ସେବାୟତଙ୍କ ଗୋଡ଼ ଖସିଯିବାରୁ ଚାରମାଳ ଉପରେ ହାମୁଡେଇ ପଡିଲେ ବଳଭଦ୍ର ଠାକୁର l ପହଣ୍ଡିରେ ସାମିଲ ଥିବା ଆହତ ସେବାୟତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l

➡️୩-ବଡ ଠାକୁର ବଳଭଦ୍ର ପଡିଯିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଆହତ ସେବାୟତ । କହିଲେ, ରଥ ଉପରେ ଆବଶ୍ୟକତାଠାରୁ ଥିଲେ ଅଧିକ ସେବାୟତ l ପ୍ରଭୁଙ୍କ ପଛ ପଟେ ଥିବା ଡୋର ଖସିଗଲା, ଯିଏ ଧରିବା କଥା ଭଲରେ ଧରିନଥିଲେ ।

➡️୪-ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ l ମୋହନ ସରକାରଙ୍କ ଏହା ଦ୍ୱିତୀୟ କ୍ୟାବିନେଟ ବୈଠକ l

➡️୫-ଚାବି ଖୋଲୁ କି ନଖୋଲୁ ଆସନ୍ତା ଜୁଲାଇ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ l ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ବନାଥ ରଥ ଦେଲେ ସୂଚନା l

➡️୬-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ରୁଷ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ, ସମ୍ମାନିତ କଲେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ l ସମ୍ମାନ ପାଇଁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି l

➡️୭-ଓଡ଼ିଶାରେ ଲାଗୁ ହେଲା ପିଏମ୍‌ ଶ୍ରୀ ସ୍କୁଲ ଯୋଜନା, ଏମ୍‌ଓୟୁ ହେଲା ସ୍ୱାକ୍ଷର l ଏଣିକି ରାଜ୍ୟର ପ୍ରତି ବ୍ଲକ ଓ ପୌରାଞ୍ଚଳରେ ୨ଟି ସ୍କୁଲକୁ ପିଏମ୍‌ ଶ୍ରୀ କରାଯିବ l ଏହି ଯୋଜନାରେ ଓଡ଼ିଶାର ପାଖାପାଖି ୮ଶହ ସ୍କୁଲ ପିଏମ୍‌ଶ୍ରୀ ସ୍କୁଲରେ ହେବ ବିକଶିତ l

➡️୮-୫ ଦିନ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ। ଏନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ l ୧୩ରୁ ବର୍ଷାର ପରିମାଣ ବଢ଼ିବ।

➡️୯-ରତ୍ନଭଣ୍ଡାର ମରାମତିବେଳେ ଅଳଙ୍କାର ରଖିବା ପାଇଁ ଏକ ଅସ୍ଥାୟୀ ସ୍ଥାନ ହେଲା ଚିହ୍ନଟ l ଅସ୍ଥାୟୀ ଭଣ୍ଡାର ଭିତରେ ଗହଣାଗୁଡିକୁ ଆକାର ପ୍ରକାର ଅନୁଯାୟୀ ବ୍ୟବସ୍ଥିତ ଢଙ୍ଗରେ ରଖାଯିବ । ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ରଥ ଦେଲେ ସୂଚନା l

➡️୧୦-୨୦୨୪-୨୫ ବର୍ଷ ପାଇଁ NBDA ପ୍ରେସିଡେଣ୍ଟ ମନୋନୀତ ହେଲେ ଇଣ୍ଡିଆ ଟିଭି ଚେୟାରମ୍ୟାନ ରଜତ ଶର୍ମା l

➡️୧୧-ଖଲିସ୍ତାନ ସମର୍ଥକ ସଂଗଠନ ଶିଖ୍ ଫର ଜଷ୍ଟିସ୍‌କୁ ଆଉ ୫ ବର୍ଷ ପାଇଁ ବ୍ୟାନ୍ କଲେ କେନ୍ଦ୍ର ସରକାର। ବେଆଇନ କାର୍ଯ୍ୟକଳାପ ନିରୋଧକ ଆଇନ ବଳରେ ସଂଗଠନକୁ ବ୍ୟାନ୍ କରାଯାଇଛି।

➡️୧୨-ଓଡ଼ିଆ ଅଭିନେତ୍ରୀ ରିୟା ଦେ ନାଁରେ ଜଣେ ଯୁବତୀ ଥାନାରେ ଆଣିଲେ ସଙ୍ଗୀନ ଅଭିଯୋଗ l ସଂପୃକ୍ତ ରିୟା ଏବଂ ତାଙ୍କ ସ୍ୱାମୀ ନିର୍ଯାତନା ଦେଉଥିବା ନେଇ କଲେ ଅଭିଯୋଗ l

➡️୧୩-ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବଢିପାରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ସମସ୍ୟା l ସ୍ପେଶାଲ ଜଜ କାବେରୀ ବାୱେଜା ଅରବିନ୍ଦ କେଜରିୱାଲ ଓ ଆମ ଆଦମୀ ପାର୍ଟି (ଆପ) କୁ ଜୁଲାଇ ୧୨ରେ ହାଜର ହେବା ପାଇଁ ପ୍ରଡକ୍ସନ ୱାରେଣ୍ଟ କଲେ ଜାରି l

➡️୧୪-ଉତ୍ତର ପ୍ରଦେଶ ସରକାର ହାଇବ୍ରିଡ୍ କାରର ରେଜିଷ୍ଟ୍ରେସନ ଫି କଲେ ସମ୍ପୂର୍ଣ୍ଣ ଛାଡ l ଏଣିକି ୟୁପି ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟବାସୀ କମ୍ ଦାମରେ ହାଇବ୍ରିଡ୍ କାର୍ କିଣିପାରିବେ ।

➡️୧୫-ସୁପ୍ରିମକୋର୍ଟଙ୍କ ଛାଟ ପରେ ଲାଇସେନ୍ସ ରଦ୍ଦ ହୋଇଥିବା ୧୪ଟି ସାମଗ୍ରୀ ବିକ୍ରି ବନ୍ଦ କଲା ପତଞ୍ଜଳି l

➡️୧୬-ଦୁଇଦିନିଆ ରୁଷ୍‌ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବାକୁ କଲେ ନିବେଦନ l କହିଲେ ଯୁଦ୍ଧ ଦ୍ବାରା କୌଣସି ସମାଧାନ ମିଳିପାରିବ ନାହିଁ। ଯୁଦ୍ଧରେ ଶିଶୁମାନଙ୍କ ମୃତ୍ୟୁ ହୃଦୟ ବିଦାରକ। ଯୁଦ୍ଧକ୍ଷେତ୍ରରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ।

➡️୧୭-ରୁଷରେ ପ୍ରବାସୀ ଭାରତୀୟଙ୍କୁ ଖୁସି ଖବର ଦେଲେ ପିଏମ୍ ମୋଦୀ, ଦୁଇ ସହରରେ ଖୋଲାଯିବ ବାଣିଜ୍ୟିକ ଦୂତାବାସ l

➡️୧୮-ଆଜି ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ର ତୃତୀୟ ମ୍ୟାଚ ଆଜି ଖେଳାଯିବ l ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ୧-୧ ରେ ବରାବର ରହିଛି।

➡️୧୯-ଭାରତୀୟ ପୁରୁଷ କ୍ରିକେଟ ଟିମ୍‌ର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ ହେଲେ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର l

➡️୨୦-ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ୩ୟ ଟି-୨୦ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ୧୦ ଓ୍ଵିକେଟରେ ହେଲା ବିଜୟୀ l ଏହି ସିରିଜ ୧-୧ରେ ହେଲା ଶେଷ ।

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ଶୁଭ ସକାଳ ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ଆଦର୍ଶ ପରିବାର ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll

🔅ଆଜି ଜାତୀୟ ମତ୍ସ୍ୟ କୃଷକ ଦିବସ ll
🔅ଆଜି ମାତୃ ସୁରକ୍ଷା ଦିବସ ll
🔅ଆଜି ସୁନୀଲ ମନୋହାର ଗାଭାସ୍କରଙ୍କ ଜନ୍ମଦିନ ll
🔅ଆଜି ଶ୍ରୀ ରାଜନାଥ ସିଂଙ୍କ ଜନ୍ମଦିନ ll
🔅ଆଜି ବିଶ୍ୱ ଶକ୍ତି ସ୍ୱାଧୀନତା ଦିବସ ll
🔅ଆଜି ଜାତୀୟ ବିଲେଇ ଦିବସ ll
🔅ଆଜି ଯୁକ୍ତରାଷ୍ଟ୍ରର ଶକ୍ତି ସ୍ୱାଧୀନତା ଦିବସ ll

 ଆପଣଙ୍କ ଦିନ ମଙ୍ଗଳମୟ ହେଉ
   ଶୁଭ ସକାଳ,ସୁପ୍ରଭାତ 

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!