ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍

Adarsha Plus love with social

ପରଜଙ୍ଗ:୨୫/୦୫/୨୫:ଭାରସାମ୍ୟ ହରାଇ ଓଲଟିଲା ବସ ଯାତ୍ରୀ ନଥିବାରୁ ଟଳିଲା ଅଘଟଣ। ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ର ବାଇ ପାସ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ l ବସ ରେ କେହି ଯାତ୍ରୀ ନଥିବାରୁ ଟଳିଲା ଅଘଟଣ l ସୂଚନା ଅନୁସାରେ ଆଜି ସକାଳୁ କାମାକ୍ଷା ନଗର ରୁ ତାଳଚେର ଅଭିମୁଖେ ଯାଉଥିବା ଏକ ଘରୋଇ ବସ ୫୩ ନମ୍ବର ଜାତୀୟ ରାଜପଥ ର ପରଜଙ୍ଗ ବାଇପାସ ଠାରେ ଥିବା କୁନାଲ କମ୍ପାନୀ ସାମ୍ନାରେ ଓଲଟି ପଡିଥିଲା l ସୋଭାଗ୍ୟ ବଶତଃ ବସ ରେ କେହି ଯାତ୍ରୀ ନଥିବାରୁ ଏକ ବଡ଼ ଧରଣ ର ଅଘଟଣ ଟଳି ଯାଇଥିବା ବେଳେ ଖବର ପାଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳ କୁ ଯାଇ ବସ ଟିକୁ ରାସ୍ତା ରୁ ହଟାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି l ତେବେ କେଉଁ କାରଣ ରୁ ବସ ଟି ଓଲଟିଲା ତାହା ଜଣା ପଡ଼ିନଥିବା ବେଳେ ବସ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି l ପର୍ଜଙ୍ଗ ରୁ ଅଶୋକ ପଣ୍ଡା ଙ୍କ ରିପୋର୍ଟ ଆଦର୍ଶ ପ୍ଲସ l

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!