କାମାକ୍ଷାନଗର : ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ କଇ ରିଜର୍ଭ ଫରେଷ୍ଟ ରେ ଗତକାଲି ରାତିରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଶିକାରୀ ଙ୍କ ଗୁଳି ରେ ପ୍ରହଲ୍ଲାଦ ପ୍ରଧାନ (ମାନସ ) ଙ୍କ ଅକାଳ ବିୟୋଗ ହୋଇଛି l ଚିକିତ୍ସାଧୀନ ଅବସ୍ଥା ରେ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପ୍ରହଲ୍ଲାଦ ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ଏହା କୁ ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି l ଘଟଣା ପରେ ରାଜ୍ୟ ସରକାର ଙ୍କ ତରଫରୁ ମୃତ ଫରେଷ୍ଟଗାର୍ଡ ପ୍ରହଲ୍ଲାଦ ଙ୍କ ପରିବାର କୁ ୩୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି l ତେବେ ଅନଗୁଳ ରୁ ଶବବ୍ୟବଛେଦ ହୋଇ ଫେରିବା ପରେ କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ରାଜ୍ୟ ସରକାର ଙ୍କ ତରଫରୁ ପ୍ରହଲ୍ଲାଦ ଙ୍କୁ ଗାର୍ଡଅଫଅନର ପ୍ରଦାନ କରାଯାଇଛି l ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ନିଜେ କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଉପସ୍ଥିତ ରହି ପ୍ରହଲ୍ଲାଦ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ବେଳେ ଶୋକସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ rccf,ଢେଙ୍କାନାଳ ଜିଲ୍ଲାପାଳ,ଏସପି,ଡିଏଫଓ,କାମାକ୍ଷାନଗର ବିଧାୟକ,ପରଜଙ୍ଗ ବିଧାୟକ,ହିନ୍ଦୋଳ ବିଧାୟିକା,ଓ ଜିଲ୍ଲା ର ସମସ୍ତ ରେଞ୍ଜ ର ରେଞ୍ଜର,ବନବିଭାଗ ର କର୍ମଚାରୀ,ସ୍ଥାନୀୟ ପୋଲିସ ଓ ଜନସାଧାରଣ ଯୋଗ ଦେଇ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ପ୍ରହ୍ଲାଦ ପ୍ରଧାନ ଅମର ରହେ ଧ୍ଵନି ରେ କାମାକ୍ଷା ନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକମ୍ପିତ ହୋଇଥିବା ବେଳେ ଏହି ଦୁଃଖଦ ଘଟଣା କୁ ନେଇ କାମାକ୍ଷନଗର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l ତେବେ ଆଗାମୀ ସମୟ ରେ ବନ କର୍ମଚାରୀ ମାନଙ୍କ ଉପରେ ହେଉଥିବା ଆକ୍ରମଣ କୁ ରୋକିବା ପାଇଁ ସରକାର ତର୍ଜମା କରୁଥିବା ବେଳେ ଖୁବ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ କରିଛନ୍ତି l କାମାକ୍ଷାନଗରରୁ ଅସିତ୍ ସାହୁ ଙ୍କ ରିପୋର୍ଟ ଆଦର୍ଶ ପ୍ଲସ l
![]()
