ପରାକ୍ରମ ଶୋଭାଯାତ୍ରା ପାଳିଲା ବିଜେପି

Adarsha Plus love with social

ପରଜଙ୍ଗ :୨୯/୦୫/୨୫;- ପରାକ୍ରମ ଶୋଭାଯାତ୍ରା ପାଳିଲା ବିଜେପି। ଅପରେସନ୍ ‘ସିନ୍ଦୂର’ ସମଗ୍ର ବିଶ୍ୱରେ ଆତଙ୍କବାଦ ବିରୋଧରେ ଲଢ଼େଇକୁ ନୂଆ ଆତ୍ମବିଶ୍ୱାସ ଓ ଉତ୍ସାହ ଦେଇଛି। ଯାହାକୁ ନେଇ ସମଗ୍ର ଦେଶ ପାଳୁଛି ପରାକ୍ରମ ଶୋଭାଯାତ୍ରା। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବିଧାନସଭା ପକ୍ଷରୁ ଦେଶର ସୈନିକଙ୍କ ଉଦ୍ଦେଶ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବସୋଇ ଗାଁ ଗୋଠବୁରୀ ସାହି ଠାରୁ ବିଶାଳ ରାଲିରେ ବାହାରି ଭାୟା ମୁକ୍ତାପଶି ଦେଇ ବାରିହାପୁର ଏବଂ ପରଜଙ୍ଗ ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶହ ଶହ ବିଜେପି କର୍ମୀ,ଡ୍ରାଇଭର ମହାସଂଘ,ଓକିଲ, ସାମ୍ବାଦିକ,ସମାଜସେବୀ, ବୁଦ୍ଧିଜୀବୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପରଜଙ୍ଗ ସହର ଠାରେ ବୀରପୁତ୍ର ମହେଶ୍ଚନ୍ଦ୍ର ସୁବାହୁସିଂଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେଇ ଅତିଥି ମାନ ଦେଶର ବୀର ଯବାନଙ୍କ ବଳିଦାନ ଏବଂ ଦେଶ ସେବା ପ୍ରତି ସେମାନଙ୍କ ଅବଦାନକୁ ମନେ ପକାଇଥିଲେ। ପରେ ଏକ ସଭାରେ ଅପରେସନ ସିନ୍ଦୂରର ସଫଳତା ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ।ଏଥିର ଭାରତର ବୀର ସୈନିକଙ୍କ ସାହସ, ଧୈର୍ଯ୍ୟ, ବୀରତ୍ୱ ଏବଂ ପ୍ରରାକ୍ରମର ବଳିଦାନ ସମ୍ପର୍କରେ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଆଲୋକପାତ କରାଯାଇଥିଲା। ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ସମେତ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରାଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ପରଜଙ୍ଗରୁ ଅଶୋକ ପଣ୍ଡାଙ୍କ ରିପୋର୍ଟ ଆଦର୍ଶ ପ୍ଲସ l

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!