କାମାକ୍ଷାନଗର ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Adarsha Plus love with social

କାମାକ୍ଷାନଗର : ୨୩/୦୫/୨୫,ଶୁକ୍ରବାର : କାମାକ୍ଷାନଗର ରେ କେନ୍ଦ୍ରୀୟ ବିଦ୍ୟାଳୟ ର ସ୍ଥାୟୀ କ୍ୟାମ୍ପସ ର ଭୂମିପୂଜନ, ଅସ୍ଥାୟୀ କ୍ୟାମ୍ପସ ର ଉଦଘାଟନ ଓ ଫ୍ଲାଇ ଓଭର ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l
କାମାକ୍ଷାନଗର ସହର ନିକଟରେ ଥିବା ଜନ୍ତାରିବୋଲ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ର ସ୍ଥାୟୀ କ୍ୟାମ୍ପସ ର ଭୂମିପୂଜନ ଓ ମୁଣ୍ଡିଦେଉଳି ଠାରେ ଥିବା ଅସ୍ଥାୟୀ କ୍ୟାମ୍ପସ ର ଉଦଘାଟନ କରିବା ସହ ୫୩ ନମ୍ବର ଜାତୀୟ ରାଜପଥ ର ବାଇସିଙ୍ଗା ଠାରେ ଫ୍ଲାଇଓଭର ର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଆଜି କାମାକ୍ଷାନଗର ରେ ପହଂଚିବା ପରେ ପ୍ରଥମେ ୫୩ ନମ୍ବର ଜାତୀୟ ରାଜପଥ ର ବାଇସିଙ୍ଗା ନିକଟରେ ୧୦. ୬୫ କୋଟି ଟଙ୍କା ବ୍ୟୟଅଟକଳ ରେ ନିର୍ମିତ ଫ୍ଲାଇଓଭର ର ଉଦଘାଟନ କରିବା ସହ ପରେ ଜନ୍ତାରିବୋଲ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ର ସ୍ଥାୟୀ କ୍ୟାମ୍ପସ ର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ l ଏହାପରେ ମୁଣ୍ଡିଦେଉଳି ଠାରେ କେନ୍ଦ୍ରୀୟବିଦ୍ୟାଳୟ ର ଅସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବା ସହ ସାଧାରଣ ସଭା ରେ ଉଦବୋଧନ କରିଥିଲେ କେନ୍ଦ୍ରମନ୍ତ୍ରୀ l ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସାଧାରଣ ସଭା ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଙ୍କ ବ୍ୟତୀତ ଅନ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l କାମାକ୍ଷାନଗର ରୁ ଅସିତ୍ ସାହୁ ଙ୍କ ରିପୋର୍ଟ ଆଦର୍ଶ ପ୍ଲସ l

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!