ସାବିତ୍ରୀ ଅମାବାସ୍ୟା ଛୁଟି ମେ ମାସ ୨୭ ତାରିଖ ପରିବର୍ତ୍ତେ ୨୬ ତାରିଖରେ ହେବ

Adarsha Plus love with social

ବ୍ୟୁରୋ ରିପୋର୍ଟ:୨୩/୦୫/୨୫: ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ମାସ ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା। ତେବେ ପୁରୀ ମୁକ୍ତି ମଣ୍ଡପ ସହିତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଓ ପଞ୍ଜିକା ଗଣନକାରୀ ଅନୁଷ୍ଠାନମାନଙ୍କ ସହିତ ଯୋଗାଯୋଗ ପରେ ଏହା ଜଣାଯାଇଛି ଯେ, ୨୬ ତାରିଖରେ ହିଁ ସାବିତ୍ରୀ ଅମାବାସ୍ୟା ପାଳନ କରାଯିବ। ତେଣୁ ଛୁଟି ତାରିଖକୁ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!