ମେଟ୍ରିକ୍ A1 ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ପୂର୍ବତନ ସାଂସଦ ମହେଶ ସାହୁ

Adarsha Plus love with social

ହିନ୍ଦୋଳ: ମେଟ୍ରିକ୍ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ହିନ୍ଦୋଳ ପାଇଁ ଗୌରବ ଆଣି ଦେଇଥିବା ଛାତ୍ରଛାତ୍ରୀଙ୍କୁ ଆଜି ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ ସମ୍ବର୍ଦ୍ଧିତ କରିଛନ୍ତି ।ଚଳିତ ବର୍ଷ ପଲ୍ଲୀବିକାଶ ହାଇସ୍କୁଲର ଛାତ୍ର ପ୍ରଭୂଦତ୍ତ ସାହୁ ଏବଂ ପ୍ରଦ୍ୟୁମ୍ନ ସାହୁ, ତରକାବେଡା କୁମୁରିସିଙ୍ଗା ହାଇସ୍କୁଲର ଛାତ୍ର ଅମ୍ରିତ ସାହୁ, ପାଟଲା ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ତ୍ରୀଶା ସାହୁ , ଖଜୁରିଆକଟା୍ ହାଇସ୍କୁଲର ଛାତ୍ରୀ ପ୍ରିୟଦର୍ଶୀ ସାହୁ A1 ଗ୍ରେଡ୍ ରେ କୃତକାର୍ଯ୍ଯ ହୋଇଥିଲେ । ସଦାବେଳେ ସମାଜର ବିଭିନ୍ନ ପ୍ରତିଭାକୁ ସମ୍ମାନୀତ କରୁଥିବା ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ଏଥର A1 ରେ କୃତକାର୍ଯ୍ଯ ଛାତ୍ରଛାତ୍ରୀଙ୍କ ଗ୍ରାମକୁ ଯଥା କଲଣ୍ଡା, ପଡା, କୁକୁଟା, କୃଷ୍ଣ ଚନ୍ଦ୍ରପୁର ଏବଂ ସାନ ହିନ୍ଦୋଳ ଯାଇ ସେଠାରେ କୃତକାର୍ଯ୍ଯ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ଉପଢୌକନ୍ୟ ପ୍ରଦାନ କରି ସମ୍ମାନୀତ କରିବା ସହ ଛାତ୍ରଛାତ୍ରୀଙ୍କୁ ଉପହାର ପ୍ରଦାନ କରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଇତ୍ୟବସରରେ ଶ୍ରୀ ସାହୁ ସେମାନଙ୍କୁ ଜୀବନର ପ୍ରଥମ ପରୀକ୍ଷାରେ ସଫଳତାର ସହିତ କୃତକାର୍ଯ୍ଯ ହୋଇଥିବାରୁ ଶୁଭେଚ୍ଛା ଜଣାଇବା ସହ ଆଗକୁ ଆସୁଥିବା ସମସ୍ତ ପରୀକ୍ଷାରେ ଏହିଭଳି କୃତିତ୍ବ ହାସଲ କରି ଅଞ୍ଚଳକୁ ତଥା ପିତାମାତାଙ୍କୁ ସର୍ବଦା ଗର୍ବିତ କରିବାପାଇଁ ଆହ୍ବାନ ଦେଇଥିଲେ । ମେଟ୍ରିକ୍ ପରୀକ୍ଷାରେ ଭଲ କରିଥିବା କୁକୁଟାର ଅଙ୍କିତ ସାହୁଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବରେ ପୁରଷ୍କାର ପ୍ରଦାନ କରାଯାଇଥିଲା। ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ସଭ୍ୟା ମମତାଞ୍ଜଳୀ ବେହେରା, ରାଜ୍ୟ ଯୁବ ବିଜେଡି ସମ୍ପାଦକ ଦେବୀପ୍ରସାଦ ପଟ୍ଟନାୟକ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ପ୍ରଶାନ୍ତ ଦାସ, ହାତୁରା ବିଜେଡି ସଭାପତି ମାନସ ସାମଲ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା ୧୮ ତାରିଖ ଦିନ ଚାରିଟା ବେଳେ ଆମ ପ୍ରତିଭା ଆମ ସମ୍ମାନ ଅନୁଷ୍ଠାନ ତରଫରୁ ଢେଙ୍କାନାଳ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ଏଣୁ ଉକ୍ତ କାର୍ଯ୍ୟକ୍ରମରେ ଏହି କୃତୀ ଛାତ୍ରଛାତ୍ରୀ ଯୋଗ ଦେବା ପାଇଁ ଶ୍ରୀ ସାହୁ ସେମାନଙ୍କୁ ଆମନ୍ତ୍ରଣ କରିଥିଲେ ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!