ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସଦସ୍ୟତା ଅଭିଯାନ ଓ ବୃକ୍ଷରୋପଣ।

Adarsha Plus love with social

ଢେଙ୍କାନାଳ, ୨୬୯: ରାଷ୍ଟ୍ରବାଦୀ, ଜନନାୟକ ଦୀଦୟାଲ ଉପାଧ୍ୟାୟଙ୍କ ୧୦୯ତମ ଜୟନ୍ତୀ ଗତ ୨୫ ତାରିଖ ବୁଧବାର ଦିନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜ ନିର୍ବାଚନ ମଣ୍ଡଳୀର ଶଙ୍କରପୁର ପଂଚାୟତ ଅନ୍ତର୍ଗତ ପାମାଳ ଗ୍ରାମରେ ପାଳନ କରି ସର୍ଗତ ଦୀନଦୟାଲଳୀଙ୍କ ଜୀବନୀ, ଦର୍ଶନ ଓ ରାଜନୈତିକ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ । ସେଠାରେ ବୃକ୍ଷରୋପଣ କରିବା ସହ ବହୁ ଜନସାଧାରଣ, ଯୁବକ, ଯୁବତୀଙ୍କୁ ଦଳରେ ସାମିଲ୍ କରି ସଦସ୍ୟ କରିଥିଲେ । ଅନୁରୂପ ଭାବେ ସେହି ପଂଚାୟତର ରତନପୁର, ବାଲ୍ୟାତ୍ମା ପଂଚାୟତର ଅଉଖମା, ଲମ୍ବୋଦରପୁର ଫଚାୟତର ଗୋହିରାଖାଲ, କାଙ୍କଡପାଳ ଫଡାୟତର ନରଣପୁର, ଢେଙ୍କାନାଳ ନଗରମଣ୍ଡଳର ବନମାଳୀ ପ୍ରସାଦ, ମାଣ୍ଡପାସାହି, ଗଁଦିଆର ଯୋରନ୍ଦା, କାଲୁରିଆ, ବଦୁରିଆ, ଚରଦା ଓ ପିଙ୍ଗୁଆ ଗ୍ରାମରେ ସଦସ୍ୟତା ଅଭିଯାନ କରିବା ସହ ବହୁ ସ୍ଥାନରେ ବୃକ୍ଷରୋପଣ କରିଥିଲେ । ଶେଷରେ ଷଡଙ୍ଗୀ ଠାରେ କାର୍ଯ୍ୟକର୍ତାଙ୍କ ବୈଠକରେ ଯୋଗଦେଇ ସଦସ୍ୟତା ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଉପ-ସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା, ଜିଲ୍ଲା ସାଧାରଣ ସଂପାଦକ ରତିକାନ୍ତ ସାହୁ, ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର, କୋଦଣ୍ଡଧର ସାହୁ, ହର୍ଷବଦ୍ଧନ ସିଂହଦେଓ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ମହାଦୀପ ଯଶୋବନ୍ତ ମହିମା, ମହିଳା ମୋର୍ଜା ଜିଲ୍ଲା ସଭାନେତ୍ରୀ ମମତା ସାଇଁ, ମନ୍ତ୍ରୀଙ୍କ ପ୍ରତିନିଧ ଜ୍ଞାନ ରଞ୍ଜନ ନାୟକ, ସନ୍ତୋଷ ରାଉତ, ରୁଦ୍ର ନାରାୟଣ ତ୍ରିପାଠୀ, ଧ୍ରୁବଚରଣ ସାଇଁ, ଧୃବଚରଣ ରାଉତ, ପଦ୍ମଭୂଷଣ ସାହୁ, ସୂର୍ଯ୍ୟ ପ୍ରତାପ ସାହୁ, ଲଳିତ ଦାସ, ପ୍ରଦୀପ ଦାସ, କ୍ଷେତ୍ରବାସୀ ସାହୁ, ପ୍ରତ୍ୟୁଷ ହରି ପ୍ରଧାନ, ଶତୃଘ୍ନ ରାଉତ, ନିର୍ମଳ ବିହାରୀଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!