କାମାକ୍ଷାନଗର;ତାରିଖ:୧୫/୦୫/୨୫,ଗୁରୁବାର : କାମାକ୍ଷାନଗର ଏସୟୁସିଆଇ (କମ୍ୟୁନିଷ୍ଟ ) ପାର୍ଟି ତରଫରୁ ୨୦ ଦଫା ଦାବି ନେଇ ଏକ ବିକ୍ଷୋଭ ଶୋଭାଯାତ୍ରା ଓ କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା କରାଯାଇଛି l କାମାକ୍ଷାନଗର ଉପଖଣ୍ଡ ରେ ବିଭିନ୍ନ ସମସ୍ୟା କୁ ସରକାର ଓ ପ୍ରଶାସନ ଙ୍କ ଦୃଷ୍ଟି କୁ ଆଣି ଏହାର ସମାଧାନ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଅବସରରେ ସ୍ଥାନୀୟ ଜିରିଡ଼ାମାଳି ଠାରୁ ଶତାଧିକ କର୍ମୀ ଏକ ବିକ୍ଷୋଭ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିବା ସହ ବିଭିନ୍ନ ଦାବି କୁ ନେଇ ସ୍ଲୋଗାନ ଦେଇଥିଲେ l ପରେ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚି ସେଠାରେ ଗଣଧାରଣା ଦେବା ସହ ଉପଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଥିଲେ l ବିଶେଷ ଭାବ ରେ କାମାକ୍ଷାନଗର ମେଡିକାଲ ଉପରେ ବିଭିନ୍ନ ଅଞ୍ଚଳ ର ଲକ୍ଷାଧିକ ଲୋକ ନିର୍ଭର କରୁଥିବା ବେଳେ ଏଠାରେ ବିଭିନ୍ନ ବିଭାଗ ର ଡାକ୍ତର ପଦ ଫାଙ୍କା ରହିଛି l ଫଳରେ ଦୂରଦୁରାନ୍ତ ରୁ ଆସୁଥିବା ରୋଗୀ ମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି l ତେଣୁ ତୁରନ୍ତ ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ କରିବା କୁ ଦାବି କରାଯାଇଛି l ସେହିପରି ପରଜଙ୍ଗ, କଙ୍କଡାହାଡ଼, ଓ ଭୁବନ ସିଏଚସି ଗୁଡିକ ରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଦାବି କରାଯାଇଛି l କାମାକ୍ଷାନଗର ଉପଖଣ୍ଡ ଏକ କୃଷିବହୁଳ ଅଞ୍ଚଳ ହୋଇଥିବା ବେଳେ କିପରି ସରକାର ଙ୍କ ତରଫରୁ ସମସ୍ତ ଚାଷ ଜମି କୁ ଜଳସେଚନ କରାଯାଇ ପାରିବ ତାହାର ତୁରନ୍ତ ବ୍ୟବସ୍ଥା କରିବାପାଇଁ ଦାବି କରିଛି କମ୍ୟୁନିଷ୍ଟ ପାର୍ଟି l ଏହା ବାଦ କାମାକ୍ଷାନଗର ଅଞ୍ଚଳ ରେ ତୁରନ୍ତ ଯାତ୍ରୀବାହି ଟ୍ରେନ ଚଳାଚଳ ଓ ଏକ ଇଞ୍ଜିନିଅରିଂ ସ୍କୁଲ ସ୍ଥାପନା ନିମନ୍ତେ ସରକାର ଙ୍କୁ ଦାବି କରାଯାଇଛି l ଏସୟୁସିଆଇ (କମ୍ୟୁନିଷ୍ଟ )ପାର୍ଟି ର ଚୈତନ୍ୟ ମହାରଣା ଙ୍କ ନେତୃତ୍ବ ରେ ଆୟୋଜିତ ଏହି ବିକ୍ଷୋଭ ଶୋଭାଯାତ୍ରା ଓ ଗଣଧାରଣା ରେ ବହୁ ସ୍ଥାନୀୟ ଅଧିବାସୀ ଙ୍କ ସମେତ କମ୍ୟୁନିଷ୍ଟ କର୍ମୀ ସାମିଲ ହୋଇ ତୁରନ୍ତ ଦାବି ଗୁଡିକ ପୂରଣ ନିମନ୍ତେ ସରକାର ମନୋନିବେଶ କରିବାକୁ ମତ ଦେଇଛନ୍ତି l କାମାକ୍ଷାନଗର ରୁ ଅସିତ୍ ସାହୁ ଙ୍କ ରିପୋର୍ଟ ଆଦର୍ଶ ପ୍ଲସ ।
![]()
