ତାରିଖ:୩୦/୦୩/୨୫, ରବିବାର
୧-ଗ୍ରୀଷ୍ଣ ପ୍ରବାହ ସ୍ଥିତି ଓ ମୁକାବିଲା ସଂପର୍କରେ ଜିଲ୍ଲାପାଳଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ,ଗ୍ରୀଷ୍ଣ ପ୍ରବାହ ମୁକାବିଲା ସଂପର୍କିତ ମାର୍ଗ ଦର୍ଶିକା ପାଳନ ସହ ସଚେତନତାକୁ ବ୍ୟାପକ କରିବାକୁ ପରାମର୍ଶ।
୨-ଭୁବନେଶ୍ୱର:ମାର୍ଚ୍ଚ ୩୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି।
୩-ଜଗତସିଂହପୁରରେ ହେବ ମେଡିକାଲ କଲେଜ, ବ୍ୟୟ ମଞ୍ଜୁରୀ ବିଲ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୂଚନା।
୪-ଭୁବନେଶ୍ୱର:ସୁଭଦ୍ରାରୁ ବାଦ ପଡ଼ିଲେ ୧ଲକ୍ଷ ୪୩ହଜାର ୭୮୫ଜଣ ମହିଳା।
୫-ଭୁବନେଶ୍ୱର:ଭିଆରଏସ୍ ନେଲେ ସୁଜାତା କାର୍ତ୍ତିକେୟନ୍, କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଲା ଅନୁମତି।
୬-ମାଲକାନଗିରି:ସୁକୁମାରେ ଗୁଳି ବିନିମୟ,୧୭ ମାଓବାଦୀ ନିପାତ,୪ ଜବାନ ଆହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ।
୭-ନୂଆପଡ଼ା:ବାଇକ୍ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭ ବାଇକ୍ ଜବତ।
୮-ପୁରୀ:ସାହିଯାତରେ ଦୁଲୁକିବ ଶ୍ରୀକ୍ଷେତ୍ର ; ଏବେଠୁ ସଜ ହେଲେଣି କଳାକାର।
୯-ସମ୍ବଲପୁର:ଜହର ହେଉଛି ମହାନଦୀ ପାଣି ; ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଲା ସତର୍କବାଣୀ।
୧୦-ଜଳେଶ୍ଵର:ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ SI ବିଜୟ ସାହୁ ଗିରଫ, ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ପୀଡ଼ିତା।
୧୧-୩୮.୮ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର, ୬ ଜିଲ୍ଲାକୁ ସତର୍କ ସୂଚନା ଜାରି।
୧୨-ଭୁବନେଶ୍ବର ବିମାନ ବନ୍ଦରରୁ ଲଗେଜ୍ ଭିତରୁ ଜୀବନ୍ତ ସାପ, ଗୋଧି, କଇଁଚ ଜବତ – ଜଣେ ଅଟକ।
୧୩-ଭୁବନେଶ୍ୱର:୨ ବର୍ଷରେ ତୁଟିବ ଜଗନ୍ନାଥଙ୍କ ଜମି ବିବାଦ, ୩ ମାସ ମଧ୍ୟରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି।
୧୪-କିଟରେ ଇଫ୍ତାର ପାଳିତ: ସବୁ ଧର୍ମର ମୂଳ ଆଧାର ହେଉଛି ଦୟା, ମାନବିକତା, ସ୍ନେହ ଓ ସୌହାର୍ଦ୍ଦ୍ୟ କହିଲେ ଡ. ସାମନ୍ତ।
୧୫-ବାଲେଶ୍ୱର: ମାର୍ଚ୍ଚ ୨୯ରେ ପାଳନ ହେଲା ମୁଢି ଦିବସ, GI ଟ୍ୟାଗ ପାଇଁ ହେଉଛି ଦାବି।
୧୬-ଓଏଏସ୍ ସ୍ତରରେ ଅଦଳବଦଳ, ମୃଣାଳ କାନ୍ତି ଦାସ ହେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ
୧୭-ଏପ୍ରିଲରୁ ଆସିପାରେ ନୂଆ ନିୟମ,ବ୍ୟାଙ୍କ କର୍ମଚାରୀମାନେ ଖୁସି ହେଉଥିଲା ବେଳେ , ଆଶା ଆଶଙ୍କାରେ ଗ୍ରାହକ।
୧୮-IPL: ପ୍ରସିଦ୍ଧ,ସିରାଜଙ୍କ ବୋଲିଂ ସଫଳତା, ମୁମ୍ବାଇକୁ ହରାଇଲା ଗୁଜୁରାଟ।
୧୯-ଆଜି ଦିଲ୍ଲୀ -ସନରାଇଜର୍ସ, ରାଜସ୍ଥାନ -ଚେନାଇ ଯୁଗଳ ଲଢେ଼ଇ।
୨୦-ବାଘାହା(ବିହାର):ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ,ଜଳିଗଲା ୬୦ ଘର; ଅଧ ଡଜନ ଆହତ; ତିନି ଜଣ ନିଖୋଜ।
୨୧-ମିଆଁମାରରେ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୧୬୪୪ରେ ପହଞ୍ଚିଲା; ତିନି ହଜାରରୁ ଊର୍ଦ୍ଧ୍ବ ଆହତ।
୨୨-ମିଆଁମାର ଭୂକମ୍ପ ପୀଡ଼ିତଙ୍କ ପାଇଁ ଭାରତ ପଠାଇଲା ଫିଲ୍ଡ ହସ୍ପିଟାଲ, ୧୧୮ ଜଣିଆ ଡାକ୍ତରୀ ଦଳ ସାମିଲ।
୨୩-୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନକ୍ସଲ ହେବେ ମୂଳପୋଛ: ଅମିତ୍ ଶାହା
୨୪-ଇଦରେ ବଡ଼ ଆତଙ୍କବାଦୀ ଆକ୍ରମଣ ଆଶଙ୍କା; ସିରିୟାରୁ ଶୀଘ୍ର ସ୍ବଦେଶ ଫେରିବାକୁ ନିଜ ନାଗରିକଙ୍କୁ ଅପିଲ୍ କଲା ଆମେରିକା।
![]()
