ତାରିଖ: ୧୨/୦୩/୨୪, ମଙ୍ଗଳବାର
୧-୪୬ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଆସିଲା କାଳିଆ ଯୋଜନା ଟଙ୍କା।
୨-ବଢ଼ିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କର ଦେୟ, ଉପକୃତ ହେବେ ୧ଲକ୍ଷ ୨୬ ହଜାର କର୍ମକର୍ତ୍ତା।
୩-କେନ୍ଦ୍ର ସରକାର ଜାରି କଲେ ନାଗରିକତ୍ୱ ସଂଶୋଧନ ଆଇନ,ଏଣିକି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଅନ୍ୟ ଦେଶର ଲୋକମାନେ ପାଇପାରିବେ ନାଗରିକତା।
୪-ରାଜମହଲ:ଝାଡୁ ଛାଡି ଆନ୍ଦୋଳନରେ ବିଏମସି ସଫେଇ ମଜଦୁର୍ ସଂଘ । ୫୦ଟି ୱାର୍ଡର ସଫେଇ କର୍ମଚାରୀ ସାମିଲ । କହିଲେ, ୯ ହଜାର ବଦଳରେ ମାସକୁ ଦିଆଯାଉ ୧୫ହଜାର ଟଙ୍କା।
୫-ରାଜଧାନୀରେ ସରପଞ୍ଚଙ୍କ ଶକ୍ତି ପ୍ରଦର୍ଶନ । ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ । ରାସ୍ତାରେ ପୋଲିସ-ଜନପ୍ରତିନିଧି ମୁହାଁମୁହିଁ।
୬-ଗଞ୍ଜାମ ଜିଲା ଭଞ୍ଜନଗର ଠାରେ କିମସ୍ ମେଡିକାଲ ପାଇଁ ଶିଳାନ୍ୟାସ କଲେ ଡ଼ ଅଚ୍ୟୁତ ସାମନ୍ତ।
୭-ବିଜେଡି-ବିଜେପି ମେଣ୍ଟ ସସପେନ୍ସ, ଦିଲ୍ଲୀରେ ଧର୍ମେନ୍ଦ୍ରଙ୍କ ବାସଭବନରେ ବସିଲା ବିଜେପିର ବୈଠକ।
୮-ରଙ୍ଗ ମିଶା କୋବି ମାଂଚୁରିଆନ ଓ ବମ୍ବେଇ ମିଠେଇ ଉପରେ ଲାଗିଲା କଟକଣା । ଏଣିକି ରାସାୟନକି ରଙ୍ଗ ମିଶାଇ ଖାଦ୍ୟ ପ୍ରସ୍ତୁତ କଲେ ଲାଗିବ ଜରିମାନା।
୯-ଭୁବନେଶ୍ୱର: ଆନନ୍ଦ ବନ ଉଦ୍ଘାଟିତ, କିଛି ମୂହୁର୍ତ୍ତ ବିତାଇଲେ ମୁଖ୍ୟମନ୍ତ୍ରୀ।
୧୦-କଂଗ୍ରେସ ଖେଳାଇଲା BJD-BJP ଛୁଆ! ବାହାଘର ପରେ କଲା ଅନ୍ନପ୍ରାସନ, ହସି ଉଡ଼ାଇଲେ ଶଙ୍ଖ-ପଦ୍ମ ଦଳ।
୧୧-କଂଗ୍ରେସରେ ସାମିଲ ହେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା
୧୨-ପୁରୀ:ଚମକାଇଲା ଗବେଷକଙ୍କ ତଥ୍ୟ; ଗୋଟିଏ ନୁହେଁ, କାଳିଆର ଅଛି ଆଉ ଦୁଇଟି ରତ୍ନ ଭଣ୍ତାର।୧୩-ନିଳଗିରି:ଖରା ଯୋଗୁଁ +୩ଛାତ୍ରୀ ଅସୁସ୍ଥ, କଲେଜ ଯିବା ପରିବର୍ତ୍ତେ ମେଡିକାଲରେ ଭର୍ତ୍ତି।
୧୪-ଆତଙ୍କବାଦୀ ଲିଙ୍କରେ ଅନସାରୀ ଗିରଫ ; ୨୬/୧୧ ଭଳି ସିରିଏଲ ବ୍ଲାଷ୍ଟ ଯୋଜନା କରୁଥିଲା।
୧୫-ଆନ୍ଧ୍ର ପ୍ରଦେଶରେ ମେଣ୍ଟ ଚୂଡ଼ାନ୍ତ, ୬ ଲୋକସଭା ଆସନରେ ଲଢ଼ିବ ବିଜେପି,ଟିଡିପି ୧୭ ଏବଂ ଜେଏସପି ୨ଟି ଆସନରେ ଲଢ଼ିବ।
୧୬-ବାୟଜୁ ବନ୍ଦ କଲା ସମସ୍ତ କାର୍ଯ୍ୟାଳୟ । ୱାର୍କ ଫ୍ରମ ହୋମ୍ କରିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ।
୧୭-ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ନୂଆ ଉପଲବ୍ଧି । ଅଗ୍ନି ୫ ମିସାଇଲର ହେଲା ସଫଳ ପରୀକ୍ଷଣ, ଡିଆରଡିଓକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ।
୧୮-ବଢିଲା ସୁନା ଦର: ୧୦ ଗ୍ରାମ ପିଛା ୬୬ ହଜାର ପାର।ରୂପା କିଲୋଗ୍ରାମ ପିଛା ୭୪ହଜାର ୦୫୦ ଟଙ୍କା ହୋଇଛି।
୧୯-ଏସବିଆଇକୁ ସୁପ୍ରିମ ଝଟକା । ସମୟସୀମା ବୃଦ୍ଧି ଆବେଦନ ଖାରଜ, ଆଜି ସୁଦ୍ଧା ନିର୍ବାଚନୀ ବଣ୍ଡ ତଥ୍ୟ ଦେବାକୁ ନିର୍ଦ୍ଦେଶ।
୨୦-ଲସ୍ ଏଞ୍ଜେଲସ୍:ଅସ୍କାର -୨୦୨୪;’ଓପନହାଇମର’କୁ ସର୍ବାଧିକ ୭ ପୁରସ୍କାର।ସିଲିଆନ ମର୍ଫି ଶ୍ରେଷ୍ଠ ଅଭିନେତା,ଏମାଷ୍ଟୋନ୍ ଶ୍ରେଷ୍ଠ ଅଭିନେତ୍ରୀ।
![]()
