ଏଇତ ଦୁନିଆଁ

Adarsha Plus love with social

ତାରିଖ ୦୨/୦୨/୨୪, ଶୁକ୍ରବାର

୧-ଭୁବନେଶ୍ୱର:୧୬ ଉପଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଡାଏଲିସିସ୍ କେନ୍ଦ୍ର ଲୋକାର୍ପିତ।।

୨-୩ ତାରିଖରୁ ଆରମ୍ଭ ହେବ ଓଡ଼ିଆ ଭାଷା ମହାକୁମ୍ଭ । ସାରା ଓଡିଶା ଗାଇବ ‘ବନ୍ଦେ ଉତ୍କଳ ଜନନୀ”, ବିଶ୍ୱ ଓଡ଼ିଆ ଭାଷା, ସଂସ୍କୃତି ସମ୍ମିଳନୀ ପାଇଁ ବିଶାଳ ଆୟୋଜନ।

୩-ପୁଣି ଇତିହାସ ରଚିଲା ପାରାଦ୍ୱୀପ ବନ୍ଦର, ଜାନୁଆରୀ ମାସରେ ୧୪.୩୨ ନିୟୁତ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିଛି ବନ୍ଦର।

୪-ପ୍ଲଟ ଓ ଫ୍ଲାଟ୍ ଦେବା ନାଁରେ ୪ କୋଟି ଠକେଇ,GLF ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ଏମଡି ଗିରଫ।

୫-ଭୁବନେଶ୍ୱର:୩ରେ ଉତ୍ସର୍ଗ ହେବ NTPC ର ୩ ପ୍ରକଳ୍ପ

୬-ମୋହନା: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍,୫ ଆହତ।

୭-ଭୁବନେଶ୍ୱର:୫ ତାରିଖରୁ ୬୬୨ ବର୍ଗ ଶିକ୍ଷାନୁଷ୍ଠାନ ବନ୍ଦ ଚେତାବନୀ।

୮-ଭୁବନେଶ୍ୱର:ଉଦଯାପିତ ହେଲା ରିଜିଓନାଲ ପଲିଫେଷ୍ଟ,୧୨ଟି ପଲିଟେକନିକ୍ ରୁ ୨୦୦ ଜଣ ପ୍ରତିଯୋଗୀ ଭାଗନେଇ ଥିଲେ।

୯-ଭୁବନେଶ୍ୱର: ନରାଜ ଦେଇ ଯାଉଥିବା ଟ୍ରେନଗୁଡିକ କଟକ ଦେଇ ଯିବା ନିମନ୍ତେ ରେଳମନ୍ତ୍ରୀଙ୍କୁ ଦାବିପତ୍ର।

୧୦-ମାଇଁ ଭାରତ ପୋର୍ଟାଲ – ୩ ମାସରେ ୧ କୋଟି ୪୫ ଲକ୍ଷ ଯୁବକ ପଞ୍ଜୀକୃତ।

୧୧-ନିର୍ବାଚନୀ ବର୍ଷରେ ଅନ୍ତରୀଣ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ଗରିବ, ମହିଳା, କୃଷକ ଓ ଯୁବପିଢ଼ିଙ୍କୁ ଗୁରୁତ୍ୱ।

୧୨-ବାରିପଦା:ହଷ୍ଟେଲ ଖାଦ୍ୟ ଖାଇ ୧୬ରୁ ଅଧିକ ସ୍କୁଲ ଛାତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି।

୧୩-କଳାରାହଙ୍ଗ: ପୁଣି ରାଜଧାନୀର ଆପାର୍ଟମେଣ୍ଟରୁ ଚୋରି,୫୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନାଗହଣା ଲୁଟ୍।

୧୪-ବିଚାର ବିଭାଗୀୟ ହାଜତକୁ ଗଲେ ହେମନ୍ତ ସୋରେନ: ୧୦ ଦିନ ପାଇଁ ରିମାଣ୍ଡ ଆବେଦନ କରିଛି ଇଡି।

୧୫-ଅନ୍ତରୀଣ ବଜେଟରେ ରେଳ ମନ୍ତ୍ରାଳୟକୁ ୨ ଲକ୍ଷ ୫୨ ହଜାର କୋଟି । ରେଳ ପ୍ରକଳ୍ପରେ ଖର୍ଚ୍ଚ ହେବ ୫୨ ହଜାର କୋଟି ଟଙ୍କା, ଓଡିଶାକୁ ମିଳିଲା ୧୦ ହଜାର ୫୩୬ କୋଟି।

୧୬-ଶିକ୍ଷା ଓ ରୋଜଗାରକୁ ନେଇ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀଙ୍କ ବୟାନ । କହିଲେ, ୧.୪ କୋଟି ବେରୋଜଗାରୀଙ୍କୁ ମିଳିଛି ସ୍କିଲ ଇଣ୍ଡିଆର ଲାଭ, ୧୦ ବର୍ଷରେ ଖୋଲିଛି ୩୯୦ ବିଶ୍ୱବିଦ୍ୟାଳୟ।

୧୭-ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସରେ ହାତ ମାରିଲେ ନାହିଁ ନିର୍ମଳା ସୀତାରମଣ । ଅପରିବର୍ତିତ ରହିଲା ଆୟକର ଛାଡ଼ ସୀମା, ନିରାଶ ହେଲେ ମଧ୍ୟବିତ।

୧୮-ମିଆଁମାରରେ ଅବସ୍ଥା ବିଗିଡିବା ନେଇ ବୈଦେଶିକ ମନ୍ତ୍ରଣାଳୟ ଉଦବେଗ ପ୍ରକାଶ।

୧୯-ଦୁର୍ବଳ ପଡ଼ୁଥିବା ୟୁକ୍ରେନ ଉପରେ ଟଙ୍କା ବର୍ଷା କଲା ୟୁରୋପୀୟ ସଂଘ, ୫୦ ବିଲିୟନ ୟୁରୋ ପ୍ୟାକେଜ ଘୋଷଣା ।

୨୦-ମାଡ଼ୁଛି କ୍ୟାନ୍‌ସର: ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ; ୨୦୫୦ ସୁଦ୍ଧା ୩୫ ମିଲିଅନରୁ ଅଧିକ ହେବ କର୍କଟ ରୋଗୀଙ୍କ ସଂଖ୍ୟା।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!