ପାରାଦ୍ଵୀପ ;୧୪/୦୫/୨୫ : ପାରାଦ୍ଵୀପ କୁ ଆସିଥିବା MT ସିରେନ୍ -2 ନାମକ ତୈଳ ଜାହାଜରେ ରହିଛନ୍ତି ପାକିସ୍ତାନୀ କ୍ରିୟୁ ମେମ୍ବର। ଅଶୋଧିତ ତୈଳ ନେଇ ଆସିଥିବା ଜାହାଜ ପାରାଦ୍ଵୀପ ବନ୍ଦର SPM ବର୍ଥରେ ତୈଳ ଖାଲି କରିବ । ଜାହାଜ ଦକ୍ଷିଣ କୋରିଆ ରୁ ଅଶୋଧିତ ତୈଳ ଆଣି ପାରାଦୀପ କୁ ଆସିଛି। ଜାହାଜରେ ଅଛନ୍ତି ୨୫ ଜଣ କ୍ରିୟୁ ମେମ୍ବର, ସେମାନଙ୍କ ମଧ୍ୟରେ ୨୧ ପାକିସ୍ତାନୀ କ୍ରୀୟୁ ମେମ୍ବର ଥିବାର ଇମିଗ୍ରେସନ ବିଭାଗରୁ ସୂଚନା ମିଳିଛି। ମେରାଇନ ପୋଲିସ ଓ ସିଆଇଏସଏଫ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତୈଳ ଖାଲି ହେବା ପର୍ଯ୍ୟନ୍ତ ମେରାଇନ ପୋଲିସ, ପାରାଦୀପ ବନ୍ଦର,କଷ୍ଟମ ବିଭାଗ, ଇମିଗ୍ରେସନ ପ୍ରଭୃତି ପାଖାପାଖି ୧୪ ରୁ ଉର୍ଦ୍ଧ୍ୱ ବିଭାଗ ନଜର ରଖିଛନ୍ତି। କୂଳ ଠାରୁ ୨୦ କିଲୋମିଟର ଦୂରରେ ଥିବା ଏହି ଏସପିଏମ ବ୍ୟର୍ଥ ରେ ଜାହାଜ ରେ ଥିବା ଅଶୋଧିତ ତୈଳ ଖାଲି କରାଯିବ। ଏଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଥିବା ବେଳେ ଏସପିଏମ ବ୍ୟର୍ଥ ନିକଟରେ ସୁରକ୍ଷା କର୍ମୀ ପଇଁନ୍ତରା ମାରୁଛନ୍ତି । ସେମାନେ ଜାହାଜରୁ ତୈଳ ଖାଲି କରିବା ପରେ , ସେହିଠାରୁ ହିଁ ଫେରିଯିବେ। ପାରାଦ୍ଵୀପ ବନ୍ଦର ଭିତରକୁ ସେମାନଙ୍କୁ ଆସିବାକୁ ଦିଆଯିବ ନାହିଁ। ଯେହେତୁ ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ଭଲ ସ୍ଥିତି ନାହିଁ, ତେଣୁ ଏହି ଜାହାଜରେ ଥିବା ୨୧ ପାକିସ୍ତାନୀ ନାଗରିକଙ୍କୁ ନେଇ ସାଧାରଣରେ ଆଶଙ୍କା ସୃଷ୍ଟି ହୋଇଛି। କୂଳ ଠାରୁ ୨୦ କିଲୋମିଟର ସମୁଦ୍ର ଭିତରେ ରହୁଥିବା ଏହି ଏସପିଏମ ବ୍ୟର୍ଥ ରେ ଜଦି କୈାଣସି ସମସ୍ୟା ହୁଏ , ତେବେ ଖାଲି ଆଇଓସିଏଲ କି ପାରାଦ୍ଵୀପ ବନ୍ଦର କୁ ନୁହେଁ ସମଗ୍ର ପାରାଦ୍ଵୀପ ପାଇଁ ବିପଦ ର କାରଣ ହୋଇପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରିଛନ୍ତିି।
![]()
