ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳନ ହେଲା ବରା ଦିବସ

Adarsha Plus love with social

୦୭/୦୪- ଢେଙ୍କାନାଳ ର “ବରା” ଯାହାର ସ୍ୱାଦ ନିଆରା l ଅନ୍ୟ ବରା ଅପେକ୍ଷା ଏଥିରେ ଥାଏ ବିରିର ପରିମାଣ ଅଧିକ l ଦେଖିବାକୁ ଯେଉଁଭଳି ସୁନ୍ଦର ଖାଇବା ପାଇଁ ମଧ୍ୟ ସେହିଭଳି ସ୍ୱାଦିଷ୍ଟ l ଏହି ବରା କୁ ଅଧିକରୁ ଅଧିକ ଆଦୃତ ତଥା ଏହାର ପ୍ରଚାର ପ୍ରସାର କରିବା ଦିଗରେ ଆଜି ସନ୍ଧ୍ୟାରେ ଢେଙ୍କାନାଳ ସ୍ଥିତ ଗୋପବନ୍ଧୁ ଟାଉନ ହଲରେ ଢେଙ୍କାନାଳ ବରା ଦିବସ ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ପାଳିତ ହେଇଯାଇଛି l ଏହି ଦିବସରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଏହି ବରା ଢେଙ୍କାନାଳର ଜନ ସାଧାରଣ ଙ୍କ ପାଇଁ ଖାଦ୍ୟ ତାଲିକାରେ ପ୍ରଥମିକତା ଅଟେ l କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବାହାର ଅଞ୍ଚଳର ଲୋକ ତଥା ଜିଲ୍ଲା ବାହାରୁ ଆସୁଥିବା ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଜିଲ୍ଲା କୁ ଆସିଲେ ଢେଙ୍କାନାଳ ବରା କଥା ପଚାରୁଛନ୍ତି l ଏହି ବରା ର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ ଏହି ଭଳି ଅନନ୍ୟ ପଦକ୍ଷେପ ନେଇଥିବାରୁ ଏହା ଭବିଷ୍ୟତରେ ଅଧିକ ଆଶା ପ୍ରକଟ କରିବ l ଏହାସହିତ ପ୍ରଶାସନ ସହିତ ଯେଉଁ ବୁଦ୍ଧିଜୀବୀମାନେ ଏହାକୁ ପାଳନ କରୁଛନ୍ତି ସେମାନଙ୍କୁ ମଧ୍ୟ ଜିଲ୍ଲାପାଳ ସାଧୁବାଦ ଜଣାଇଥିଲେ l ଅନ୍ୟ ଏକ ମାଧ୍ୟମରେ ବରାକୁ ନେଇ କବିତା, ଅନୁଭବ ଲେଖା, ଗୀତ ପ୍ରକାଶ ପାଇଲେ ଏହାର ଆଦୃତ୍ତି ବଢାଇବ ବୋଲି ସେ ମତ ପ୍ରକାଶ କରିଥିଲେ l ଏଥିସହିତ ସେ ଆହୁରି ମଧ୍ୟ କହିଥିଲେ ବାଣିଜ୍ୟର ଧାରାରେ ତେଲ, ବିରି, ମାନ କମିଛି l ତେଣୁ ଏହାର ବିକ୍ରୟ ଦର କିଛି ମାତ୍ରାରେ ବଢୁ ଓ ଏହାର ସ୍ୱାଦ ଅକ୍ଷୁର୍ଣ୍ଣ ରହୁ ବୋଲି ବ୍ୟବସାୟୀଙ୍କୁ ଉପଦେଶ ଦେଇଥିଲେ l ଏହା ଆମର ଗୌରବ, ଏଣୁ ଗୁରୁ ଦାୟିତ୍ୱ ଆମ ଉପରେ ଅଛି ବୋଲି ଭାବିବା ଦରକାର ବୋଲି ଜିଲ୍ଲାପାଳ ମତ ବ୍ୟକ୍ତ କରିଥିଲେ l ଏହି ପ୍ରରିପ୍ରେକ୍ଷୀରେ ଢେଙ୍କାନାଳ ବରା କୁ ନେଇ ” ଇତିହାସ ପୃଷ୍ଠାରେ ଢେଙ୍କାନାଳ ବରା ” ଓ ” ମୋ ବରା ମୋ ପରିଚୟ” ଶୀର୍ଷକ ଦୁଇଟି ପୁସ୍ତକ ପ୍ରକାଶ ପାଇଥିଲା ଓ ଢେଙ୍କାନାଳ ବରା କୁ ନେଇ ଏକ ସଂଗୀତର ଲୋକାର୍ପଣ ମଧ୍ୟ କରାଯାଇଥିଲା l ଏହି ବରା କୁ ଅଧିକ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଢେଙ୍କାନାଳ ର ସୁନାମଧନ୍ୟ ବରା ବ୍ୟବସାୟୀମାନଙ୍କୁ ସମ୍ମାନିତ କରାଯାଇଥିଲା ଓ ବରାର ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା l କାର୍ଯ୍ୟକ୍ରମରେ ଅତରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀ ରମେଶ ଚନ୍ଦ୍ର ସେଠି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ସନ୍ତୋଷ ଶତପଥୀ ଧନ୍ୟବାଦ ଜ୍ଞାପନ କରିଥିଲେ ଓ ସଭାକାର୍ଯ୍ୟ ଶ୍ରୀ ଅବନୀ ମିଶ୍ର ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ବନ ଖଣ୍ଡ ଅଧିକାରୀ ଶ୍ରୀ ସୁମିତ କର, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଶ୍ରୀ ବିମଳେନ୍ଦୁ ମହାନ୍ତି, ସହରର ବୁଦ୍ଧିଜୀବୀ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ସାଧାରଣ ଅଧିବାସୀ,ବରା ବ୍ୟବସାୟୀ ଓ ସାମ୍ବାଦିକ ବନ୍ଧୁଗଣ ଯୋଗଦେଇଥିଲେ l

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!