ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର

Adarsha Plus love with social

ଢେଙ୍କାନାଳ ଜିଲ୍ଲା ରକ୍ତଭଣ୍ଡାର ରେ ଦେଖା ଦେଇଥିବା ରକ୍ତ ଅଭାବଜନିତ ସମସ୍ୟା ର ସମାଧାନ ପାଇଁ ଆଗେଇ ଆସିଛି ସାଇ ସତସଙ୍ଗ ସେବା ଟ୍ରଷ୍ଟ. ଟ୍ରଷ୍ଟ ତରଫରୁ ସ୍ଥାନୀୟ ଟାଉନ ହଲ ପରିସର ରେ ରବିବାର ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ଶିବିରରେ ବହୁ ସ୍ବେଛାକୃତ ରକ୍ତଦାତା ସାମିଲ ହୋଇଥିଲେ. ମୋଟ 173 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା
ପ୍ରାରମ୍ଭ ରେ ପୌରାଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଲେ ଢେଙ୍କାନାଳ ରେ ଦେଖା ଦେଇଥିବା ରକ୍ତ ସଙ୍କଟ ର ସମାଧାନ ଲାଗି ଏହା ସହାୟକ ହେବ.ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଦିଲୀପ କୁମାର ବିଶ୍ୱାଳ ରକ୍ତ ସଙ୍କଟ ସମୟରେ ଏଭଳି ଶିବିର ଆୟୋଜନ କୁ ବହୁତ ପ୍ରଶଂସା କରିଥିଲେ.ରେଡ଼କ୍ରସ ଉପସଭାପତି ବିରଞ୍ଚି ନାରାୟଣ ପାଣି,ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ର ସଭାପତି ରାଜେନ୍ଦ୍ର ହିନ୍ଦୋଚା, ଶ୍ୟମାଚରଣ ପୁର ବିକାଶ ପରିଷଦ ର ସଭାପତି ଯୋଗିନାଥ ମହାନ୍ତି. ସଚେତନ ନାଗରିକ ଫୋରମ ର ସଭାପତି ସୁରେନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ.
ଟ୍ରଷ୍ଟ ର ବରିଷ୍ଟ ସଦସ୍ୟ ଅମରେନ୍ଦ୍ର ଖୁଣ୍ଟିଆ ସଭାପତି ଅଜୟ ସାହୁ ସମ୍ପାଦକ ସୁବୋଧ ସିଂ ଙ୍କ ତତ୍ୱାବଧାନରେ ଟ୍ରଷ୍ଟ ର କର୍ମ କର୍ତା ଓ ମହିଳା ଶାଖା ଦ୍ୱାରା ଏହି ଶିବିର ପରିଚାଳନା ହୋଇଥିଲା. ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ସ୍ୱରୂପ ରଞ୍ଜନ ସାହୁ,ଟେକନିସିଆନ ପରମାନନ୍ଦ ପଣ୍ଡା ଙ୍କ ତତ୍ୱାବଧାନ ରେ ରକ୍ତ ଗ୍ରହଣ ହୋଇଥିଲା .ଗ୍ରୀଷ୍ଣ ଋତୁ ରେ ବହୁତ ରୋଗୀ ରକ୍ତ ନପାଇ ହନ୍ତସନ୍ତ ହେଉଛନ୍ତି ସମସ୍ତ ଅନୁଷ୍ଠାନ ଏହି ଘଡିସନ୍ଧି ମୁହୂର୍ତ ରେ ରକ୍ତଦାନ ଶିବିର କରି ଏହି ରକ୍ତ ଅଭାବ କୁ ଦୂର କରିବାକୁ ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ଅନୁରୋଧ କରିଛନ୍ତି

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!