ତାରିଖ ୧୪/୦୮/୨୪, ବୁଧବାର
୧-NIRF ରାଙ୍କିଙ୍ଗ୍ -୨୦୨୪, କିଟ୍ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ
୨-ନୁଆଦିଲ୍ଲୀ: ରାଜ୍ୟର ସଡ଼କ ବିକାଶ ପାଇଁ ୭୫ ହଜାର କୋଟିର ପ୍ରସ୍ତାବ,ନୀତିନ ଗଡକରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା।
୩-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା-ଭୁବନେଶ୍ବର-ପୁରୀ ରାସ୍ତା ହେବ ୬ ଲେନ୍, ୧୮୦୦୦ କୋଟି ଅଛି ବ୍ୟୟ ଅଟକଳ
୪-ଖୁବ୍ ଶୀଘ୍ର ନୂଆ ପୁଲିସ୍ ଡ଼ିଜି,୩ ନାଁ ସୁପାରିଶ କଲା UPSC, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଖୁରାନିଆ।
୫-ଆଇନରେ ଥିବା ପ୍ରାବଧାନ ଏବଂ କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ଭାଙ୍ଗକୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କଲେ।
୬-ଭୁବନେଶ୍ୱର:ବାରରେ ନାଚି ପାରିବେନି ଯୁବତୀ,ନିୟମ ଉଲ୍ଲଙ୍ଘନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।
୭-ଆଳି, ଚକ୍ରଧର ଉଚ୍ଚ ବିଦ୍ୟାଳୟ:ପ୍ରବଳ ଗୁଳୁଗୁଳି ଯୋଗୁଁ ବିଦ୍ୟାଳୟରେ ସଂଜ୍ଞାହୀନ ହେଲେ ୧୧ ଛାତ୍ରୀ।
୮-ପୁରୁଣା ହତ୍ୟା ମାମଲାର ଫାଇଲ୍ ଖୋଲିବ ବିଜେପି । ନବ ଦାସ, ମମିତା ମେହେର ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ରହସ୍ୟ ଉପରୁ ହଟିବ ପରଦା।
୯-ଗଞ୍ଜେଇ ଚାଲାଣ ସଂନ୍ଦେହ, ମାଛକୁଣ୍ଡ ଥାନାର ୧୦ କର୍ମଚାରୀ ଅଟକ।
୧୦-ବଢୁଛି ଲିଙ୍ଗ ଗତ ପ୍ରଭେଦ:ଶ୍ରମ, ନିଯୁକ୍ତିରେ ପୁରୁଷଙ୍କଠୁ ବହୁ ପଛରେ ମହିଳା।
୧୧-ପୁରୀ: ଆଡ଼ପ ପହଣ୍ଡି ବେଳେ ମହାପ୍ରଭୁ ଖସି ପଡିବା ଘଟଣାରେ ତିନିଜଣିଆ କମିଟିର ତଦନ୍ତ ଆରମ୍ଭ।
୧୨-ବର୍ଷବର୍ଷ ଧରି ପାନୀୟ ଜଳ ଉତ୍ସ ହେଉନି ବିଶୋଧନ: ଓଭର ହେଡ ଟାଙ୍କି ପାଣିରେ ଜୀବାଣୁ ଠାବ କଲା ସ୍ୱାସ୍ଥ୍ୟ ବିଭାଗ।
୧୩-ଲୋକଙ୍କ ମତାମତ ପରେ ସାର୍ବଜନୀନ ହେବ ‘ସୁଭଦ୍ରା’ ଏସଓପି- କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
୧୪-ମାଲକାନଗିରି:ମାଟି ତଳେ ଲୁଚାଇ ରଖିଥିଲେ ନଗଦ ୩୮ ଲକ୍ଷ ,ସର୍ଚ୍ଚ ଅପରେସନରେ ଠାବ କଲେ ସିଆରପିଏଫ୍ ଯବାନ।
୧୫-ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ୭୦ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ।
୧୬-କଟକ ଏସସିବିରେ ୨ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଡାକ୍ତରଙ୍କୁ ଗିରଫ କଲା ମଙ୍ଗଳାବାଗ ପୁଲିସ।
୧୭-୨୦୩୬ ସୁଦ୍ଧା ଭାରତର ଜନସଂଖ୍ୟା ଡେଇଁବ ୧୫୨ କୋଟି । ବଢିବ ବୟସ୍କଙ୍କ ସଂଖ୍ୟା।
୧୮-ନୂଆଦିଲ୍ଲୀ:ସରକାରୀ କର୍ମଚାରୀଙ୍କ ମୃତ୍ୟୁରେ ଅନୁକମ୍ପା ରାଶିର ୨୦% ପାଇବେ ବାପା-ମାଆ
୧୯-ITBPରେ ପୂରଣ ହେବ କନଷ୍ଟେବଲ ପଦବୀ; ଦଶମ ପିଲା କରିପାରିବେ ଆବେଦନ।ଏହି ନିଯୁକ୍ତି ମାଧ୍ୟମରେ ୩୩୦ ପଦବୀ ପୂରଣ ହେବ।
୨୦-ହାଜି ଅଲ୍ଲୀ ଦରଗାକୁ ୧.୨୧ କୋଟି ଟଙ୍କା ଦାନ କଲେ ଅଭିନେତା ଅକ୍ଷୟ କୁମାର।
୨୧-ବଢୁଛି ଅଡୁଆ – ଶେଖ୍ ହସିନାଙ୍କ ସମେତ ୬ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ।
![]()
