ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ର ପରିଚାଳନା କମିଟିକୁ ମିଳିଲା ଅନୁମୋଦନ ଢେଙ୍କାନାଳ ଜିଲା ଶିକ୍ଷା ଅଧିକାରୀଙ୍କ ଦ୍ବାରା କାମାକ୍ଷାନଗରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିଚାଳନା କମିଟି ଅନୁମୋଦନ ଲାଭ କରିଛି । ଶ୍ରୀମା ଶ୍ରୀ ଅରବିନ୍ଦ ପାଠଚକ୍ରର ସମ୍ପାଦକଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଡବ୍ଲ୍ୟୁପିସି କେସ୍ ନଂ- ୧୨୫୦।୨୦୧୭ ଏବଂ ଢେଙ୍କାନାଳ ସ୍ଥାୟୀ ଲୋକ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଶିକ୍ଷା ଅଧିକାରୀଙ୍କ ଆଦେଶ ନଂ-୨୮୮୧, ତା. ୨୫୩ ୨୦୨୫ରେ ଶିକ୍ଷାକେନ୍ଦ୍ରର ନୂତନପରିଚାଳନା କମିଟିକୁ ଅନୁମୋଦନ କରିଛନ୍ତି । ଏହି କମିଟି ସଭାପତି ପବିତ୍ର କୁମାର ବିଶ୍ବାଳ ଓ ସମ୍ପାଦକ ସୁରେଶ ପ୍ରସାଦ ତ୍ରିପାଠୀ ଏବଂ ସଭ୍ୟାସଭ୍ୟ ଭାବେ ସଞ୍ଜୀବ କୁମାର ପଣ୍ଡା, ଗୀତାଞ୍ଜଳି ମିଶ୍ର, ଶିଶିରକାନ୍ତ ନାୟକ, ସୁଶ୍ରୀ ପଟ୍ଟନାୟକ ଏବଂ ଶିକ୍ଷା କେନ୍ଦ୍ରର ଭାରପ୍ରାପ୍ତ ଅଧ୍ୟକ୍ଷା ଅଞ୍ଜନା ବେହେରା ଅନୁମୋଦନ ଲାଭ କରିଛନ୍ତି। ଅନେକ ବର୍ଷ ପରେ ଶିକ୍ଷା କେନ୍ଦ୍ରର ପରିଚାଳନା କମିଟି ଅନୁମୋଦନ ଲାଭ କରିଥିବାରୁ ଶିକ୍ଷା କେନ୍ଦ୍ରର ଅଭିଭାବକ ମହଲରେ ଖୁସି ପ୍ରକାଶ ପାଇଛି।
![]()
