ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୪-୨୫

Adarsha Plus love with social

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା, ଢେଙ୍କାନାଳଓଡିଶା ଦକ୍ଷତା ବୃଦ୍ଧି ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗରେ ଆସନ୍ତା ତା- ୧୯.୦୪.୨୦୨୫ ରିଖ ଶନିବାର ଦିନ ସାରଙ୍ଗଧର ଷ୍ଟାଡିଅମ, କାମାକ୍ଷାନଗର, ଢେଙ୍କାନାଳ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଆୟୋଜନ କରା ଯାଉଅଛି I ଏହି ନିଯୁକ୍ତି ମେଳାରେ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଂଚଳର ୫ମ ଶ୍ରେଣୀ ପାସ ଠାରୁ ୧୦ମ, +୨, +୩, ଆଇ.ଟି.ଆଇ(ITI), ଡିପ୍ଲୋମା(Diploma), ଏଏନଏମ(ANM), ଜିଏନଏମ(GNM ) , ବି. ଟେକ (B .Tech ) ପାସ ଓ ବୟସ ସୀମା ୧୫ ରୁ ଉର୍ଦ୍ଧ୍ବ ହୋଇଥିବା ନିଯୁକ୍ତି ଆଶାୟୀ ଯୁବକ ଓ ଯୁବତୀ ଅଂଶ ଗ୍ରହଣ କରି ପାରିବେ I ଉକ୍ତ ମେଳା ରେ ରାଜ୍ୟ ତଥା ରାଜ୍ୟ ବାହାରୁ ରୁ automotive/ green jobs/ Electronics/ Health Care, Banking /Finance/ Security/ Manufacturing/ Apparel ଇତ୍ୟାଦି ସେକ୍ଟର ରେ ସୁଯୋଗ ଥିବା ନିଯୁକ୍ତି ଦାତା ସଂସ୍ଥା, ସରକାର ଙ୍କ ସହ ଚୁକ୍ତି ବଧିତ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନକାରୀ ସଂସ୍ଥା ଓ ଶିଳ୍ପ ତାଲିମ ଶିକ୍ଷା ଅନୁଷ୍ଠାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I ଏଣୁ ଢେଙ୍କାନାଳ ଜିଲ୍ଲା ର ସମସ୍ତ ନିଯୁକ୍ତି ଆଶାୟୀ ଯୁବକ ଓ ଯୁବତୀ ମାନଙ୍କୁ ନିଜର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ଆଧାର କାର୍ଡ ସହିତ ଉକ୍ତ ମେଳାରେ ସକାଳ ୮:୦୦ ଘଟିକା ରୁ ଦିବା ୧:୦୦ ଘଟିକା ମଧ୍ୟରେ ଯୋଗ ଦେବା ପାଇଁ ଜିଲ୍ଲା ପ୍ରଶାସନ ତରଫ ରୁ ଅନୁରୋଧ କରା ଯାଉଛି |

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!