ତା. ୧୨.୦୮.୨୦୨୪ ରିଖ ଦିନ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଲିମ୍ଫାଟିକ ଫାଇଲେରିଆସିସ୍ ନିରାକରଣ ଅଭିଯାନ ପରିପ୍ରେକ୍ଷୀରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଉପସ୍ଥିତିରେ ସାମୂହିକ ଔଷଧ ସେବନରେ ୧୩୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତ୍ତରଂଜନ ସାହୁ ସର୍ବପ୍ରଥମେ ଔଷଧ ସେବନ କରିଥିଲେ। ଢେଙ୍କାନାଳ ଜିଲ୍ଲାରେ ଫାଇଲେରିଆ ରୋଗର ପ୍ରାଦୁର୍ଭାବ ସମ୍ପର୍କରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ. ରବର୍ଟ ଉଇଲସନ୍ ଭତ୍ରା ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ ଏବଂ ଏହି ଔଷଧ ସେବନ ଦ୍ବାରା କୌଣସି ପାର୍ଶ୍ବପ୍ରତିକ୍ରିୟା ହୁଏନାହିଁ ବୋଲି ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ବିଭାଗ, ଭାରତ ସରକାରଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସୁଚିତ୍ରା ସାସମଲ ମହାବିଦ୍ୟାଳୟ ପରିଦର୍ଶନ କରିବା ଅବସରରେ ଫାଇଲେରିଆ ରୋଗର ମୂଳୋତ୍ପାଟନ ଉପରେ ଗୁରୁତ୍ବ ଆରୋପ କରିଥିଲେ ।ଏଥି ସହିତ ଅଗଷ୍ଟ ୧୨, ଅନ୍ତର୍ଜାତୀୟ ଯୁବ ଦିବସ ଉପଲକ୍ଷେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କର ସ୍ବାସ୍ଥ୍ୟକୁ ସୁରକ୍ଷା କରିବା ସହିତ ନିଶାଦ୍ରବ୍ୟ ଓ ଅନ୍ୟାନ୍ୟ ମାଦକ ସେବନରୁ ନିବୃତ୍ତ ହେବା ଓ ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଜାତୀୟ ସେବା ଯୋଜନା ତରଫରୁ ଛାତ୍ରଛାତ୍ରୀମାନଙ୍କ ଭିତରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲେ। ଏହି ସବୁ କାର୍ଯ୍ୟକ୍ରମରେ ଡ. ଦେବରାଜ ପରିଡା, ଜିଲ୍ଲା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଓ ବିଦୂଷୀ ମଧୁସ୍ମିତା, ଯୁକ୍ତ ଦୁଇ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।
![]()
