ତାରିଖ:୨୧/୦୨/୨୪, ବୁଧବାର
୧-ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭା ଗଲେ ଓଡ଼ିଶାର ୩ ପ୍ରାର୍ଥୀ, ସାର୍ଟିଫିକେଟ ଦେବେ ରିଟର୍ଣ୍ଣିଂ ଅଫିସର।
୨-ସରିଲା ପ୍ରଥମ ଦିନର ମାଟ୍ରିକ୍ ପରୀକ୍ଷା, ମାତୃଭାଷାର ପ୍ରଶ୍ନପତ୍ର ଖୁବ୍ ଭଲ ଥିଲା କହିଲେ ପରୀକ୍ଷାର୍ଥୀ।
୩-ଫେବ୍ରୁଆରୀ ମାସରୁ ଅସହ୍ୟ ହେଲାଣି ତାତି । ବଢ଼ି ଚାଲିଛି ତାପମାତ୍ରା । ଦିନ ୧୦ଟା ପରେ ଘରୁ ବାହାରିବା ହେଲାଣି ମୁସ୍କିଲ ।
୪-ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତ୍ର ୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ।
୫-ଘରୋଇ ସ୍କୁଲ ବସ୍ ଦୁର୍ଘଟଣା, ମହିଳା ମୃତ, ୮ ଆହତ, କୋରାପୁଟ ବୈପାରିଗୁଡାରେ ବ୍ରେକ ଫେଲ ହେବାରୁ ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣା।
୬-ପଦକ ବିଜେତା ଭାରତୀୟ ହକି ଦଳରେ ସାମିଲ ଓଡ଼ିଶାର ଖେଳାଳିଙ୍କୁ ନଗଦ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର।
୭-ଭୁବନେଶ୍ୱର: ଅଙ୍ଗଦାନକାରୀଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା ସହ ‘ସୁରଜ’ ପୁରସ୍କାର
୮-ସମ୍ବଲପୁରରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର।
୯-ଜମି ପଟ୍ଟା ପାଇବେ ୨୬ ଜିଲାର ୨ ଲକ୍ଷ ୫୦ ହଜାର ଚାଷୀ,ଲୋକଙ୍କ ସମସ୍ୟାର ସମାଧାନ, ସେମାନଙ୍କ ଖୁସି ସବୁଠାରୁ ବଡ ପୁରସ୍କାର-ମୁଖ୍ୟମନ୍ତ୍ରୀ
୧୦-ପୁରୀ:ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଆରମ୍ଭ ହେବ ସ୍ବତନ୍ତ୍ର ବ୍ୟବସ୍ଥା, ୨୩ ତାରିଖରୁ ନାଟମଣ୍ଡପ ମରାମତି।
୧୧-ଭୁବନେଶ୍ୱର:ଏ ଥର କିସ୍ ର ରେକର୍ଡ ସଂଖ୍ୟକ ୨ ହଜାର ମାଟ୍ରିକ ପରୀକ୍ଷାର୍ଥୀ।
୧୨-ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ନୀତି ନିର୍ଘଣ୍ଟ:ରାତି ୧୦ରେ ଉଠିବ ମହାଦୀପ।
୧୩-ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗ, କହିଲେ କୋର୍ଟକୁ ଦେବି ସବୁ ତଥ୍ୟ।
୧୪-ବରଗଡ:ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ଓ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।
୧୫-ମାଘରେ ଯୋରନ୍ଦା ମେଳା । ଚୂଡାନ୍ତରେ ପହଞ୍ଚିଲାଣି ପ୍ରସ୍ତୁତି । ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁଙ୍କ ସମାଗମ ନେଇ ସ୍ୱତନ୍ତ୍ର ହୋଇଛି ବ୍ୟବସ୍ଥା।
୧୬-ପୁରୀରୁ କୋଣାର୍କ ନୂଆ ରେଲଓ୍ବେ ଲାଇନ୍ର ଘୋଷଣା କଲେ ରେଳମନ୍ତ୍ରୀ, ୩୨ କି.ମି. ରେଳପଥ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର।
୧୭-ବ୍ରହ୍ମପୁର ଆଇଜର୍ ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ । ଭିଡିଓ କନଫରେନ୍ସିଂରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
୧୮-ଆସନ୍ତା୨୨ରେ ଓଡ଼ିଶା ଆସିବେ ରାଜନାଥ: ନବରଙ୍ଗପୁର, ଗଞ୍ଜାମ ଓ ମୟୂରଭଞ୍ଜର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।
୧୯-ଜମ୍ମୁ ଗସ୍ତରେ ଯାଇ ୩୦,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ।
୨୦-ବାଜିଲା ସୁପ୍ରିମକୋର୍ଟଙ୍କ ଛାଟ, ଆପ ପ୍ରାର୍ଥୀ କୁଲଦୀପ କୁମାର ହେବେ ଚଣ୍ଡୀଗଡ଼ ମେୟର।୨୧-ପିଆଜ ରପ୍ତାନି ଉପରେ କଟକଣା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ: କେନ୍ଦ୍ର ସରକାର ୨୨-ସ୍ୱାଧୀନତାର ୧୦୦ ବର୍ଷ ବେଳକୁ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ଭାରତ।
![]()
