ଢେଙ୍କାନାଳରେ ପ୍ରଥମ କରି ଆରମ୍ଭ ହେଲା ନାଟକ ପଢ଼ିବା ଓ ଶୁଣିବାର ଧାରା (ନାଟକ ପଠନ ସନ୍ଧ୍ୟା)

Adarsha Plus love with social

ଅଲଟରନେଟିଭ୍ ରିଦମ୍ ଥିଏଟର ପକ୍ଷରୁ ‘ନାଟକ ପଠନ ସନ୍ଧ୍ୟା’

ଶ୍ରୁତିରେ ସ୍ମୃତି ହେଲା ନାଟକ “ଦେବଦାସୀ”

ଢେଙ୍କାନାଳ, ୩୧/୧/୨୦୨୫- ଜାତୀୟ ସ୍ତରରେ ଜିଲ୍ଲା ଓ ରାଜ୍ୟ ପାଇଁ ବହୁବାର ସୁନାମଆଣିଥିବା ନାଟ୍ୟାନୁଷ୍ଠାନ ଅଲ୍‌ଟରନେଟିଭ୍ ରିଦମ୍ ଥିଏଟର ପକ୍ଷରୁ ନାଟକକୁ ନେଇ ଏକ ଭିନ୍ନ ପ୍ରୟାସ, ‘ନାଟକ ପଠନ ସନ୍ଧ୍ୟା’ ଗୁରୁବାର ଢେଙ୍କାନାଳ ସ‌ହର କୁଞ୍ଜକାନ୍ତ ସ୍ଥିତ ଅନୁଷ୍ଠାନର ନାଟ୍ୟ ଶିକ୍ଷା କେନ୍ଦ୍ରରେ ଆରମ୍ଭ ହୋଇଛି। ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ନାଟକ ଏକ ଦୃଶ୍ୟକାବ୍ୟ ହୋଇଥିବା ବେଳେ ଏହା ଦୃଶ୍ୟ ସଂରଚନା ଯେତିକି ଆକର୍ଷଣୀୟ, ଏହାର କାବ୍ୟ ବିଭବ ସେତିକି ମର୍ମସ୍ପର୍ଶୀ । ତେଣୁ ନାଟକର ମଂଚନ ଅନେକ ସମୟରେ ହେଉଥିବା ବେଳେ ଢେଙ୍କାନାଳରେ ପ୍ରଥମ କରି ନାଟକ ପଠନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ଶ୍ରୁତିରେ ନାଟକକୁ ସ୍ମୃତି କରି ରଖିବା ପାଇଁ ଅଲଟରନେଟିଭ୍ ରିଦମ୍ ଥିଏଟରର ଏହା ଏକ ନିଆରା ପ୍ରୟାସ। ପ୍ରଥମ ନାଟକ ଭାବରେ ନାଟ୍ୟକାର ଦିନେଶ ଦାସଙ୍କ ଦ୍ଵାରା ରଚିତ ନାଟକ “ଦେବଦାସୀ ”କୁ କଳାକାରମାନେ ବାଚିକ ଅଭିନୟ ମାଧ୍ୟମରେ ପରିବେଷଣ କରିଥିଲେ । ବିଭିନ୍ନ ଭୂମିକାରେ ମନୋହର ଶତପଥୀ, କାମାକ୍ଷା ପ୍ରସାଦ ରଣା, ଦିନେଶ ଦାସ, ଜୟଦେବ ଶତପଥୀ, ଜୟଚନ୍ଦ୍ର ମହାପାତ୍ର, ନିରଂଜନ ମହାନ୍ତି, ଦେବଜାନୀ ଦାସ, ପ୍ରମୋଦ କୁମାର ଦାସ, ସୁଭାଷିନୀ ସେଠୀ, କାର୍ତିକ ମହାପାତ୍ର, ଆଶୁତୋଷ ପାଢୀ, ସତ୍ୟଜିତ ରାଉତ, ବିଶ୍ୱଜିତ ସାହୁ, ମାନସ କୁମାର ସାହୁ, ମାଧବ ହେମ୍ବ୍ରମ, ସାଲଭି ଦାସ ଏବଂ ବାବି ପ୍ରମୁଖ ବାଚିକ ଅଭିନୟ ପରିବେଷଣ କରିଥିଲେ । ନାଟକ ପଠନ ପୂର୍ବରୁ ଭାରତୀୟ ନାଟ୍ୟ ବିଦ୍ୟାଳୟ(ଏନ୍‌ଏସ୍‌ଡି)ର ନିର୍ଦ୍ଦେଶକ ଚିତରଂଜନ ତ୍ରିପାଠୀ, ରେଜିଷ୍ଟ୍ରାର ପ୍ରଦୀପ କୁମାର ମହାନ୍ତି, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ଡେପୁଟି ସେକ୍ରେଟାରୀ(ଡ୍ରାମା) ସୁମନ କୁମାର, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରଷ୍କାରପ୍ରାପ୍ତ ପ୍ରବୀଣ ନାଟ୍ୟନିର୍ଦ୍ଦେଶକ ଅନନ୍ତ ମହାପାତ୍ର, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରଷ୍କାରପ୍ରାପ୍ତ ବରିଷ୍ଠ ନାଟ୍ୟନିର୍ଦ୍ଦେଶକ ମନୋଜ ପଟ୍ଟନାୟକ, ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ତଥା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରଷ୍କାରପ୍ରାପ୍ତ ପ୍ରବୀଣ ନାଟ୍ୟନିର୍ଦ୍ଦେଶକ ପ୍ରଫେସର ଡଃ ସତ୍ୟବ୍ରତ ରାଉତ, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ପ୍ରଫେସର ଡଃ ରମେଶ ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ନାଟ୍ୟକାର ମନ୍ମଥ ଶତପଥ, ବିଶିଷ୍ଟ ନାଟ୍ୟକାର ତଥା ଉପନ୍ୟାସକାର ମହେନ୍ଦ୍ର ଭୀଷ୍ମ, ନାଟ୍ୟକାର ଡଃ ଦ୍ଵାରୀକାନଥ ନାୟକ ଓ ଭାସ୍କର ମହାପାତ୍ରଙ୍କ ବାର୍ତା ପ୍ରଦର୍ଶନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷା ଡଃ ପୁଷ୍ପଲତା ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୋତା ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଡଃ ନିର୍ମଳ ସୁନ୍ଦର ମିଶ୍ର, ବିଶିଷ୍ଟ ଶିକ୍ଷାବିତ ପ୍ରଦ୍ୟୁମ୍ନ ପ୍ରସାଦ ରଥ, ସଂଧ୍ୟାତାରା ସାହିତ୍ୟ ସଂସଦର ମୂଖ୍ୟ ଶରତ ମିଶ୍ର ଭରଦ୍ୱାଜ, କବି ବାହାଦୂର ପାଟସାହାଣି, ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ଦେବିପ୍ରସା ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇ ନାଟକ ଶୁଣିଥିଲେ । ନାଟକ ପଠନ ଶୈଳୀକୁ କୂ ଶ୍ରୋତା ମାନେ ମାନେ ଖୁବ୍ ପ୍ରଶଂସା କରିଥିବା ବେଳେ ଏଭଳି ଏକ ନୂତନ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ସାନ୍ଧ୍ୟ ମହାବିଦ୍ୟାଳୟ ଏବଂ ଭାରତୀୟ ଜନସଂଚାର ସଂସ୍ଥାନର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥିଲା । ଆସନ୍ତା ଫେବୃୟାରୀ ମାସର ୨୭ ତାରିଖ, ଶେଷ ଗୁରୁବାର ସନ୍ଧ୍ୟା ୭ଟା ସମୟରେ ଡଃ ବିଜୟ ମିଶ୍ରଙ୍କ ବହୁ ଚର୍ଚ୍ଚିତ ନାଟକ ‘ତଟ ନିରଂଜନା‘ ପାଠ କରାଯିବ ବୋଲି ଅଲଟରନେଟିଭ୍ ରିଦମ୍ ଏଟର ପକ୍ଷରୁ ସୂଚନା ଦିଆଯାଇଛି । ଅନୁଷ୍ଠାନର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!