ଏଇତ ଦୁନିଆଁ

Adarsha Plus love with social

ତାରିଖ:୦୮/୧୧/୨୪, ଶୁକ୍ରବାର

୧-ଗୋଟିଏ ସପ୍ତାହ ପରେ ସରିବ କାର୍ତ୍ତିକ,ଶୀତ ଏପର୍ଯ୍ୟନ୍ତ ଅନୁଭୂତ ହେଉ ନାହିଁ, ବାତ୍ୟା, ବର୍ଷା କାରଣରୁ ଶୀତ ଉଭାନ।

୨-ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ,ଓ୍ବାର୍କଚାର୍ଜଡ୍ କର୍ମଚାରୀଙ୍କୁ ମିଳିବ ପେନସନ୍ ।

୩-ପୁରୀ: ତ୍ରୁଟିପୂର୍ଣ୍ଣ ପାଞିକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ଅସନ୍ତୋଷ, ପାଣ୍ଡୁଲିପି ଦାଖଲ ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସୂଚନା।

୪-ଭୁୁବନେଶ୍ୱର: ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ରାଜନୀତି ଜୋର।ଆମର ୧୨ ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡାରେ ସାରି ଦେଲା: ନବୀନ

୫-ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ: ମନ୍ତ୍ରୀ କୃଷ୍ଣ ପାତ୍ର।

୬-ସବୁ ବ୍ଲକ୍‌ରେ ଆରମ୍ଭ ହେବ ଗ୍ରାମ ନ୍ୟାୟାଳୟ, ଆଇନ ବ୍ୟବସ୍ଥା ଉପରେ କମିବ ଚାପ : ପୃଥ୍ବୀରାଜ ହରିଚନ୍ଦନ।

୭-ଉପର ଏବଂ ତଳ ପଡିଆରେ ବାଲିଯାତ୍ରା ପାଇଁ ହାଇକୋର୍ଟଙ୍କ ସହମତି।

୮-ଗିରଫ ହେଲେ କୋଟିପତି ଇଡକୋ ବାବୁ, ମିଳିଥିଲା ଆଖି ଲାଖି ଯିବା ଭଳି ସମ୍ପତ୍ତି।

୯-ବ୍ରହ୍ମପୁର ଗୋଷାଣୀନୂଆ ଗାଁର ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍।

୧୦-ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ।ପ୍ରତି ପଞ୍ଚାୟତରେ ହେବ ୧ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ।

୧୧-କଟକ: କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗାଁରେ ଥିବା ଏକ ମେଡିସିନ ଦୋକାନରେ ଚଢ଼ାଉ, ବିପୁଳ କଫସିରପ ସହିତ ୩୨ ପ୍ରକାର ବେଆଇନ ଔଷଧ ଜବତ, ୨ ଗିରଫ।

୧୨-ଦୁଇଦିନିଆ ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗସ୍ତରେ ପୋଲିସ ଡିଜି ୱାଇ ବି ଖୁରାନିଆ।

୧୩-ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତ ଗିରଫ।

୧୪-ଦ. ଆଫ୍ରିକାରେ ଭାରତୀୟ ଦଳର ଦବଦବା, ୫ ସିରିଜରୁ ହାରିନି; ଆଜି ଦମ୍ ଦେଖାଇବ ଯୁବ ଟିମ୍।

୧୫-ଡିସେମ୍ବର ୩୦ ତାରିଖ ସୁଦ୍ଧା ସବୁ ସ୍କୁଲ ଓ କଲେଜକୁ ଜମି ପଟ୍ଟା ଦିଆଯିବ : ରାଜସ୍ବ ମନ୍ତ୍ରୀ

୧୬-ମୁମ୍ବାଇ:ନିର୍ବାଚନ ଜିତିଲେ ଅବିବାହିତ ଯୁବକଙ୍କ କରାଇବି ବିବାହ, ଏମିତି ପ୍ରତିଶ୍ରୁତି ଦେଲେ ବିଧାୟକ ପ୍ରାର୍ଥୀ।

୧୭-ଭୁବନେଶ୍ଵର ବିମାନ ବନ୍ଦରରେ ବିମାନ ବାତିଲ ପରେ ଯାତ୍ରୀଙ୍କ ଧାରଣା, ହାଇଦ୍ରାବାଦ ଯିବାକୁ ଥିବା ବାତିଲ ହେବାରୁ ଧାରଣାରେ ବସିଲେ ୬୦ରୁ ଅଧିକ ଯାତ୍ରୀ।

୧୮-ଗ୍ରାହକଙ୍କ ପାଇଁ ଖୁସି ଖବର ,ପୁଣି ଖସିଲା ସୁନା ଦାମ୍‌ , ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ୭୨,୩୦୦ ଟଙ୍କା।

୧୯-ଇଡି ସ୍କାନରରେ ଆମାଜନ ଓ ଫ୍ଲିପକାର୍ଟ, ଦେଶବ୍ୟାପୀ ୧୯ ସ୍ଥାନରେ ହେଲା ଚଢ଼ଉ।

୨୦-ଇସ୍କନକୁ ଆତଙ୍କବାଦୀ ସଂଗଠନ ଦର୍ଶାଇ ସୋସିଆଲ ମିଡିଆରେ ପୋଷ୍ଟ: ବାଂଲାଦେଶରେ ହିଂସା,୮୦ ଅଟକ।

୨୧-ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ହତ୍ୟା ଧମକ ପରେ ଏବେ କିଙ୍ଗ୍‌ଖାନ୍‌ଙ୍କୁ ମିଳିଛି ହତ୍ୟା ଧମକ।

୨୨-ଅଷ୍ଟ୍ରେଲିଆ ସରକାରଙ୍କ ବଡ଼ ନିଷ୍ପତ୍ତି, ୧୬ ବର୍ଷରୁ କମ୍‌ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍‌।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!