ତାରିଖ ୨୪/୦୪/୨୪, ବୁଧବାର
୧-ଭୁବନେଶ୍ୱର: ୪୬ ଡିଗ୍ରୀ ଟପିବ ପାରଦ, ସତର୍କ ରହିବାକୁ SRCଙ୍କ ପରାମର୍ଶ, ଅଂଶୁଘାତରେ ୩୫ ଅସୁସ୍ଥ।
୨-ବିଦ୍ୟାଳୟ ବନ୍ଦ କାଳରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ମିଳିବ ଚାଉଳ।
୩-ଆଜିଠୁ କମ୍ପିବ ପ୍ରଚାର ମୈଦାନ,କ୍ଯାମ୍ପେନକୁ ଓହ୍ଲାଇବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।
୪-ଭୁବନେଶ୍ୱର: ରେକର୍ଡ ପରିମାଣରେ ଭୂ – ରାଜସ୍ବ ସଂଗ୍ରହ, ଅବକାରୀରୁ ୧୧ ପ୍ରତିଶତ ବୃଦ୍ଧି।
୫-ଭୁବନେଶ୍ୱର: ସହରବାସୀଙ୍କ ପସନ୍ଦ ମୋ ବସ୍, ଗଢ଼ିବ ଆଉ ଦୁଇଶହ ଇ-ବସ୍।
୬-ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ।
୭-ବିଜେଡିରେ ନୂଆ ନିଯୁକ୍ତି: ଅମର ଶତପଥୀ ହେଲେ ବରିଷ୍ଠ ଉପସଭାପତି, ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ମହିଳା ଦଳର କାର୍ଯ୍ୟକାରୀ ସଭାପତି ଦାୟିତ୍ବ।
୮-ବଡ଼ଚଣା ପାଇଁ ବ୍ଲୁ ପ୍ରିଣ୍ଟ: ଶଙ୍ଖ ଭବନରେ ଆଶାୟୀଙ୍କ ମାନଭଞ୍ଜନ, ବର୍ଷାଙ୍କ ବିଜୟ ପାଇଁ ସଂକଳ୍ପ।
୯-SCBରେ ଡ଼ାକ୍ତରଙ୍କ ପାଇଁ କଡ଼ା ନିୟମ,କାମରେ ଅବହେଳା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।
୧୦-ରାଜ୍ୟର ଭୋଟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ, କହିଲେ ଏଥର ଯୋଡ଼ି ଶଙ୍ଖରେ ଦିଅନ୍ତୁ ଭୋଟ୍।
୧୧-ଓଡ଼ିଶା ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ, ତାଲିକାରେ ମୋଦିଙ୍କ ସହ ଅଛନ୍ତି ବହୁ ହେଭିୱେଟ୍ ନେତା।
୧୨-ନୋମିନେସନ ଆରମ୍ଭ ହୋଇଗଲାଣି, ଏ ପର୍ଯ୍ୟନ୍ତ ସରୁନି ତିନି ଦଳର ପ୍ରାର୍ଥୀ ଘୋଷଣା।
୧୩-ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବାରୁ ଗାଁ ମୁହାଁ ହାତୀ ପଲ, ବାଲେଶ୍ଵରରେ ୫୦ରୁ ଉର୍ଦ୍ଧ୍ବ ଝାଡ଼ଖଣ୍ଡି ହାତୀଙ୍କ ଉପଦ୍ରବ।
୧୪-ବାଲିଗୁଡାରୁ ୪ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର।
୧୫-ନିଆଁ ଆଁରେ ଚନ୍ଦକା ଅଭୟାରଣ୍ୟ, ଯୁଆଡେ ଚାହିଁବେ ଖାଲି ନିଆଁ ଆଉ ଧୁଆଁ।
୧୬-ଗାଏକ୍ଵାଡ଼ଙ୍କ ଉପରେ ଭାରି ପଡ଼ିଲା ଷ୍ଟୋଇନିସଙ୍କ ଶତକ, ଚେନ୍ନାଇ ମୁହଁରୁ ବିଜୟ ଛଡ଼ାଇ ନେଲା ଲକ୍ଷ୍ନୌ।
୧୭-୧୪ ଦିନ ବଢିଲା କେଜ୍ରିୱାଲ, କେ. କବିତାଙ୍କ ହାଜତ ଅବଧି: ୨୯ରେ ସୁପ୍ରିମକୋର୍ଟଙ୍କ ଶୁଶାଣି ଉପରେ ନଜର।
୧୮-ବିଶ୍ୱର ସର୍ବବୃହତ ମୋବାଇଲ୍ ଅପରେଟର ହେଲା JIO, ଡାଟା ବ୍ୟବହାରରେ ପଛରେ ପଡ଼ିଲା ‘ଚାଇନା ମୋବାଇଲ୍’।
୧୯-୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ପିତାମାତାଙ୍କ ସହ ସିଟ୍ ଦେବାକୁ DGCAର ନିର୍ଦ୍ଦେଶ।
୨୦-ଆସିଆନ ଭାରତର ଆକ୍ଟ ଇଷ୍ଟ ନୀତିର କେନ୍ଦ୍ରରେ ରହିଛି – ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର
୨୧-ମାଲେସିଆ:ମଝି ଆକାଶରେ ଭୟଙ୍କର ଦୁର୍ଘଟଣା,ପରସ୍ପର ସହ ଦୁଇ ହେଲିକପ୍ଟର, ମୁହାଁମୁହିଁ,୧୦ଜଣଙ୍କ ମୃତ୍ୟୁ।
![]()
