ତାରିଖ:୩୦/୦୩/୨୪, ଶନିବାର

Adarsha Plus love with social

୧-ଭୁବନେଶ୍ୱର:ଆଦର୍ଶ ଆଚରଣବିଧି ଭିତରେ ପାଳନ ହେବ ଓଡ଼ିଶା ଦିବସ।

୨-ଆରମ୍ଭରୁ ଏତେ, ପରେ କେତେ ?ଏପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ଅଭିଯୋଗ ଆପ ‘ସି-ଭିଜିଲ୍’ ଆପରେ ୭୯ ହଜାରରୁ ଅଧିକ ଉଲ୍ଲଂଘନ ମାମଲା ରୁଜୁ।

୩-ଭୁବନେଶ୍ୱର:ଏପ୍ରିଲ ୨ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ,ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାଁ ଲେଖାଇବାକୁ ଓସେପାର ଗୁରୁତ୍ୱ।

୪-ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ହେଲା ଉପରମୁହାଁ । ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଛୁଇଁଲା ଦିନର ସର୍ବୋଚ୍ଚ ତାପମାତ୍ରା।

୫-ଖୁବଶୀଘ୍ର ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ୭୦ରୁ ଅଧିକ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ହୋଇଥିବା ସୂଚନା ।

୬-ଶେଷ ମୁହୁର୍ତ୍ତରେ ବିଜେଡି ନେତାଙ୍କ ଟିକେଟ ଲବି । ନବୀନ ନିବାସରେ ଆଶାୟୀଙ୍କ ଭିଡ଼ । କିଛି ଆସନରେ ଏବେ ବି ରହିଛି ଦ୍ୱନ୍ଦ୍ୱ ।

୭-ଭୁବନେଶ୍ୱର:ଦଳ ଡିଆଁ ଅଟକାଇଛି ପ୍ରାର୍ଥୀ ଘୋଷଣା:ଝୁଲୁଛି ଆଶାୟୀଙ୍କ ଭାଗ୍ଯ, ଦ୍ବନ୍ଦରେ କର୍ମୀ।

୮-ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ପୂର୍ବତନ ବିଧାୟକ ଓ ରାଜ୍ୟସଭା ସାଂସଦ ଧନେଶ୍ବର ମାଝୀ।

୯-ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସମସ୍ତ
ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଦାଖଲ କରିବାକୁ ତାଗିଦ୍।

୧୦-ପ୍ରଚାର ମଇଦାନକୁ ଓହ୍ଲାଇଲେ ନେତା । ସମ୍ବଲପୁରରେ ଅଭିଯାନ ଆରମ୍ଭ କଲେ ପ୍ରଣବ ପ୍ରକାଶ ଦାସ । ବରଗଡ଼ରେ ପ୍ରଦୀପ ପୁରୋହିତ, ଢ଼େଙ୍କାନାଳରେ ରୁଦ୍ର ପାଣି ଘର ଘର ବୁଲି ମାଗିଲେ ଭୋଟ।

୧୧-ଭୁବନେଶ୍ୱରରେ ହଂକଂର ଏପିକ୍ ଗ୍ରୁପ୍ ଫ୍ୟାକ୍ଟ୍ରି, ପ୍ରସ୍ତୁତ ହେବ ବିଶ୍ବସ୍ତରୀୟ କପଡା।

୧୨-ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ।

୧୩-ନୟାପଲ୍ଲୀ ବ୍ରିଟ୍ କଲୋନୀରେ KBN ଗ୍ରୁପ ଆତଙ୍କରାଜ ମାମଲା,୮ ଅଭିଯୁକ୍ତ ଗିରଫ।

୧୪-ବ୍ରହ୍ମପୁର:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ପୂର୍ବତନ RTO କିରାଣିଙ୍କୁ ୨ ବର୍ଷ ଜେଲ୍‌।

୧୫-ADR ରିପୋର୍ଟ:୪୪% ଲୋକସଭା ସାଂସଦଙ୍କ ବିରୁଦ୍ଧରେ ଅପରାଧୀକ ମାମଲା।

୧୬-ଜମ୍ମୁ-କଶ୍ମୀର ଜାତୀୟ ରାଜପଥର ରାମବନ ଜିଲ୍ଲାରେ ଏକ କାର ଘାଟିକୁ ଖସି ପଡ଼ିବାରୁ ୧୦ ଜଣଙ୍କର ମୃତ୍ୟୁ।

୧୭-ନୂଆ ଦିଲ୍ଲୀ:୨୦୨୩-୨୪ରେ ଭାରତର GDP ବଢ଼ିବ ୭.୬%।

୧୮-ବେଙ୍ଗାଳୁରୁ:IPL: ବିରାଟଙ୍କ ଲଢ଼ୁଆ ଇନିଂସ ଫିକା, ବେଙ୍ଗାଳୁରୁକୁ ହରାଇଲା କଲକତା।

୧୯-କଂଗ୍ରେସକୁ ୧୮ଶହ କୋଟି ଟଙ୍କା ଟିକସ ପୈଠ କରିବାକୁ ନୋଟିସ । ଆୟକର ବିଭାଗ ନୋଟିସ୍ ପଠାଇଥିବା ସ୍ପଷ୍ଟ କଲା କଂଗ୍ରେସ।

୨୦-ଗାଜା ଉପରେ ଇସ୍ରାଏଲ ଆକ୍ରମଣ – ୨୪ ଘଣ୍ଟାରେ ୭୧ ମୃତ,ଏ ଯାଏଁ ଗଲାଣି ୩୨ ହଜାର ୬୨୩ ଜୀବନ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!