ଏଇତ ଦୁନିଆଁ

Adarsha Plus love with social

ତାରିଖ ୨୩/୦୪/୨୪, ମଙ୍ଗଳବାର

୧-ଓଡ଼ିଶା ରାଜନେତାଙ୍କ ବିରୋଧରେ ୪୨୩ଟି ଫୈ।ଜଦାରୀ ମାମଲା ବିଚାରଧୀନ।

୨-ରେକର୍ଡ ଭାଙ୍ଗିଲା ତାତି, ୪୩.୮ ଡିଗ୍ରୀ ସହ ରାଜଧାନୀ ସବୁଠାରୁ ଉତ୍ତପ୍ତ ସହର।

୩-ପଦ୍ମଶ୍ରୀ ପାଇଲେ ଗୀତିକାର ବିନୋଦ କୁମାର ପଶାୟତ ଓ ଗାୟକ ଗୋପିନାଥ ସ୍ବାଇଁ।

୪-ଭୁବନେଶ୍ୱର:ଆସନ୍ତା ୨୪ ଘଣ୍ଟା ପାଇଁ ୨୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା।

୫-ହାଇଭୋଲଟେଜ୍ ପ୍ରଚାର ! ୨୪ରେ ନବୀନ, ୨୫ରେ ଶାହ, ୨୮ରେ ଓଡ଼ିଶା ଆସିବେ ରାହୁଲ।

୬-ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ,ଆଉ ୬ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା।

୭-କଟକ: ମଧୁସୂଦନ ଆଇନ୍ ବିଶ୍ବବିଦ୍ୟାଳୟ ପରୀକ୍ଷାରେ ବିଭ୍ରାଟ:ଷଷ୍ଠ ସେମିଷ୍ଟର ପରୀକ୍ଷାରେ ପଞ୍ଚମ ସେମିଷ୍ଟର ପ୍ରଶ୍ନପତ୍ର!

୮-ସାଂସଦ ମହେଶ ସାହୁ ଲଢିବେ ବିଧାନସଭା ନିର୍ବାଚନ: ବାଲିକୁଦା-ଏରସମା ଓ ବରୀରେ ନୂଆମୁହଁ।

୯-ରତନ ଟାଟାଙ୍କୁ ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ ସମ୍ମାନ -୨୦୨୧ ପ୍ରଦାନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ।

୧୦-ଭୁବନେଶ୍ୱର:୧୪ ହଜାର ଟଙ୍କା ଲାଞ୍ଚ ନେବାବେଳେ କୁସୁନିପୁର ହାଇସ୍କୁଲର ହେଡମାଷ୍ଟରଙ୍କୁ ଧରିଲା ଭିଜିଲାନସ୍ ।

୧୧-ସରିଲା ଶ୍ରୀଲିଙ୍ଗରାଜଙ୍କ ବାହୁଡା଼ଯାତ୍ରା, ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କଲେ ମହାପ୍ରଭୁ।

୧୨-ସୁନ୍ଦରଗଡ଼:ଖରାରେ ପ୍ରଚାର କରୁଥିଲେ ନେତା, ଘରକୁ ଡାକି ପଖାଳ ଖୁଆଇଲେ ଜନତା । ଭୋଟରଙ୍କ ଘରେ ଯୋଗେଶ ସିଂହ ଉଠାଇଲେ ପଖାଳର ମଜା।

୧୩-ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ଗୀତାଞ୍ଜଳି ସେଠୀ, କେନ୍ଦ୍ରାପଡା ଜିଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ।

୧୪-ଲାଞ୍ଜିଗଡ:ନାମାଙ୍କନ ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀ।

୧୫-୧୪୭ରୁ ୧୪୧ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି । ବାକି ୬ ଆସନକୁ ଚାହିଁ ରହିଛନ୍ତି ଅନେକ ଆଶାୟୀ ।

୧୬-ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କଲା ସିପିଆଇ, ୧ ଲୋକସଭା ସିଟ୍‌‌ ଓ ୧୧ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା।

୧୭-ଜଳେଶ୍ଵର:ଅଟୋକୁ ପଛପଟୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କ ଜୀବନ।

୧୮-ମେକ୍ ମାଇଁ ଟ୍ରିପ୍ ଓ ଓୟୋକୁ ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି କଟକ ଖାଉଟି ଅଦାଲତ।

୧୯-ଭେଙ୍କୟା ନାଇଡ଼ୁ-ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ପୁରସ୍କାର ଦେଲେ ରାଷ୍ଟ୍ରପତି।

୨୦-ଜୟପୁର: ସନ୍ଦୀପଙ୍କୁ ୫ ଓ୍ବୈକେଟ୍,ଯଶସ୍ବୀଙ୍କ ଶତକ; ମୁମ୍ବାଇକୁ ହରାଇଲା ରାଜସ୍ଥାନ।

୨୧-କଲକାତା:ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା; ସମସ୍ତ ନିଯୁକ୍ତି ରଦ୍ଦ କଲେ ହାଇକୋର୍ଟ, ଚାକିରି ହରାଇଲେ ୨୪ ହଜାର ଶିକ୍ଷକ,ସିବିଆଇ ତଦନ୍ତ ସହ ୬ ସପ୍ତାହ ମଧ୍ୟରେ ଦରମା ଫେରସ୍ତ କରିବାକୁ ନିର୍ଦେଶ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!