ଢେଙ୍କାନାଳ ଜିଲ୍ଲାରେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଆନୁକୂଲ୍ୟରେ ବାଲ୍ୟବିବାହ ଏବଂ ଶିଶୁ ଚାଲାଣ ପ୍ରତିରୋଧ ବିଷୟରେ ଆଲୋଚନା ଚକ୍ର

Adarsha Plus love with social

ଢେଙ୍କାନାଳ, ୨୬/୨/୨୪: ଢେଙ୍କାନାଳ ଜିଲ୍ଲା ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ବାଲ୍ୟ ବିବାହ ତଥା ମହିଳା ଏବଂ ଶିଶୁ ଚାଲାଣ
ପ୍ରତିରୋଧ ସମ୍ବନ୍ଧରେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ ବାଲ୍ୟ ବିବାହ ଏବଂ ଶିଶୁ ଚାଲାଣକୁ ଏକ ସମ୍ବେଦନଶୀଳ ବିଷୟ ବୋଲି କହିଥିଲେ। ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା କଲ୍ୟାଣୀ ନାୟକ ସ୍ବାଗତ ଭାଷଣ ଦେଇ ତାଙ୍କ ଅଭିଭାଷଣ ରଖୁଥିଲେ ଏବଂ ସଭାକୁ ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥ୍‌ ଭାବେ ଡିଏସ୍‌ପି ନଳିତା ମୋଦି, ଅନ୍ୟତମ ଅତିଥିଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିତା ଶର୍ମା, ବୋର୍ଡ ମେମ୍ବର ରିଜୱାନା ବେଗମ୍, ଏସ୍‌ଆଇ ବିଷ୍ଣୁପ୍ରିୟା ରଣା ପ୍ରମୁଖ ବିଷୟବସ୍ତୁ ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା ଡ. ପୁଷ୍ପଲତା ରଥ ଏବଂ ସମାଜସେବୀ ସୁଶାନ୍ତ କୁମାର ପାଣୀ ବାଲ୍ୟ ବିବାହ ମହିଳା ଏବଂ ଶିଶୁ ଚାଲାଣ କାରଣ, ନିରାକରଣ ତଥା ଆଇନ୍ ଗତ
ପଦକ୍ଷେପ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ଏହି ଆଲୋଚନା ଚକ୍ରରେ ବୋର୍ଡ ସଭ୍ୟ ସାଗରିକା ମିଶ୍ର ଅତିଥ୍
ପରିଚୟ ପ୍ରଦାନ କରିଥିଲେ। ହୀନ ବେହେରା, ସୁଶ୍ରୀ ଦେବସ୍ମିତା ଦାସ, ଚନ୍ଦ୍ରଲେଖା ବହିଦାର, ବାସନ୍ତି ସିଂ ପ୍ରମୁଖ ଉପସ୍ଥିତ ଥିଲେ । ବୋର୍ଡ ସଭ୍ୟା ଶାରଳା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ବିଭିନ୍ନ ବିଭାଗୀୟ ଅଧିକାରୀ, କଲେଜ୍
ଛାତ୍ରୀ, ମିଶନ୍‌ଶକ୍ତି ମହିଳା, ଅଙ୍ଗନୱାର୍ଡି କର୍ମୀ, ବିଭିନ୍ନ ସେଚ୍ଛାସେବୀ ଅନୁଷ୍ଠାନର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ଶ୍ରେୟା ଅନୁଷ୍ଠାନର ସଂପାଦକ ଜ୍ୟୋତି ରଞ୍ଜନ ମହାରଣା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା
କରିଥିଲେ ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!