ତାରିଖ:୨୩/୦୧/୨୪, ମଙ୍ଗଳବାର
୧-ଭୁବନେଶ୍ୱର: ହାଫ୍ ଡେ’ ଛୁଟି, ଫୁଲ ଡେ’ ମଜା।ଅଧା ଆସିଲେ ଅଧା ରହିଲେ,କୋହଲା ପାଗର ମଜା ନେଲେ।
୨-ଭୁବନେଶ୍ୱର:ବଦଳିଲେ ୩୮ ଆଇଏଏସ୍ ଓ ୩ ଓଏଏସ୍; ସମର୍ଥ ବର୍ମା ହେଲେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ।
୩-ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୧୪ ପ୍ରସ୍ତାବ ଉପରେ ବାଜିଲା ମୋହର
୪-ଆଗାମୀ ୪ଦିନ ଉତ୍ତର , ଉପକୂଳ ଏବଂ ଦକ୍ଷିଣ ଉପକୂଳବର୍ତ୍ତୀ କିଛି ସ୍ଥାନରେ ବର୍ଷା ସମ୍ଭାବନା।
୫-ସମଲେଇ ପ୍ରକଳ୍ପ ଲୋକାର୍ପଣ ପ୍ରସ୍ତୁତି: ଅଙ୍କୁରାରୋପଣ ବିଧି ସମ୍ପନ୍ନ।
୬-ନରାଜଠାରେ ହେବ ଇଭି କାରଖାନା, ପାରାଦୀପରେ ଆନୁସଙ୍ଗିକ ଉପାଦାନର ହେବ ଉତ୍ପାଦନ।
୭-ପୁରୀ:ଆଜି ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବେ ମୁଖ୍ୟମନ୍ତ୍ରୀ,ଜେବିପିସିରେ ଶ୍ରୀଜଗନ୍ନାଥ ୨୫ ବେଶ ଦେଖିବେ।
୮-ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିଲା ଅର୍ପଣ ରଥ ,୨୫ ତାରିଖରୁ ଗ୍ରହଣ କରାଯିବ ନଡ଼ିଆ,ଗୁଆ ଓ ଚାଉଳ।
୯-ଗୃହପାଳିତ ପଶୁମାନେ ମଧ୍ୟ ସ୍ମାର୍ଟଫୋନ୍ ମାୟାରେ ବାୟା, ପିଲାଙ୍କ ପରେ କୁକୁରଙ୍କୁ ବାୟା କଲା ଫୋନ୍, ଭିଡିଓ ଭାଇରାଲ୍।
୧୦-ବାଲେଶ୍ଵର, ଗୋପାଳପୁର:ଚେକ୍ ବାଉନ୍ସ ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ୍ ଦଣ୍ଡ, ୯୦ ହଜାର ଟଙ୍କା ଜରିମାନା।
୧୧-ଜଗସିଂହପୁରରେ ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ।
୧୨-ସୋନପୁର ବିଶିମୁଣ୍ଡା ଛକରେ ଅଭାବନୀୟ ଘଟଣା,କଣ୍ଟେନର ଓଲଟି ୪୦ ଗୋରୁଙ୍କ ମୃତ୍ୟୁ।
୧୩-କଂଗ୍ରେସ ପ୍ରଭାରୀଙ୍କୁ ଭେଟିଲେ ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳ: ଅଜୟ କୁମାର କହିଲେ, ଆଲୋଚନା ହେଲା, ଖୁବଶୀଘ୍ର ପାଇବେ ଖୁସି ଖବର।
୧୪-ଭୁବନେଶ୍ୱର:ଭଡାରେ ନେଲେ, କାର୍ ଧରି ଛୁ ମାରିଲେ,୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ୯ କାର୍ ଜବତ।
୧୫-ଭୁବନେଶ୍ୱର:ବାସଭବନରେ ବସି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଖିଲେ ନବୀନ, ହାତ ଯୋଡି କଲେ ପ୍ରଣିପାତ।
୧୬-ଗ୍ରାଜୁଏସନ୍ କରିଥିଲେ କେନ୍ଦ୍ର ସରକାରଙ୍କ ଅଧିନ CISFରେ ଚାକିରି; ପୂରଣ ହେବ ୮୩୬ଟି ପଦବୀ।
୧୭-ନୁଆଦିଲୀ:ମାର୍ଚ୍ଚ ୨୨ରୁ ମେ ୨୬ ଯାଏଁ ଖେଳାଯିବ IPL
୧୮-ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀରାମ, ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ।
୧୯-ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ସାମିଲ ହେଲେ ୪ ହଜାର ସାଧୁସନ୍ଥ ୯୫ ଜଣ କ୍ରୀଡାବିତ୍।
୨୦-ଭକ୍ତି ଭାବରେ ବିଭୋର ପିଏମ୍ ମୋଦୀ, ‘ରାମକାର୍ଯ୍ୟ’ରେ ଲିପ୍ତ ଶ୍ରମବୀରଙ୍କ ଉପରେ କଲେ ପୁଷ୍ପ ବର୍ଷା।
![]()
